କମିଶନରେଟ୍‌ ପୋଲିସର ଅଭିନବ ପ୍ରୟାସ, ରାଜଧାନୀର କାନ୍ଥବାଡ଼ରେ ଲାଗିଲା ମୋଷ୍ଟ ଓ୍ବାଣ୍ଟେଡ ପୋଷ୍ଟର

ଭୁବନେଶ୍ୱର,୭ା୧: ଚୋରଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାଜଧାନୀର କାନ୍ଥବାଡ଼ରେ ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର ମାରିଛି। ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ପୋଲିସ ଅନୁରୋଧ କରିଛି। ଚୋର ଧରାଇ ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି କମିଶନରେଟ୍‌ ପୋଲିସ ଘୋଷଣା କରିଛି। ଏଥିସହିତ ଯେଉଁମାନେ ଚୋରଙ୍କୁ ଧରାଇବେ ସେମାନଙ୍କ ନାମ ଗୋପନ ରହିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ବଡ଼ ଲୁଟ୍‌ରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ଦିନକୁ ଦିନ ଚୋରି, ଡକାୟତି, ରାହାଜାନି ବଢୁଥିବାରୁ ପୋଲିସ ଏଥିରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛି। ପୋଲିସର ଏହି ପ୍ରୟାସକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।