Posted inଜାତୀୟ

ପୁଣି ଆରଜି କର ମେଡିକାଲ ଭଳି ଘଟଣା! ଜୁନିୟର ଡାକ୍ତରଙ୍କୁ ହସ୍ପିଟାଲରେ ବଳାତ୍କାର

ଗଓ୍ବାଲିଅର,୭।୧: ମଧ୍ୟପ୍ରଦେଶ ଗୱାଲିଅରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। କୋଲକାତା ଆରଜି ମେଡିକାଲ ଘଟଣା ପରେ ଗଓ୍ବାଲିଅରର ଏହି ଘଟଣା ସମସ୍ତଙ୍କର ଛାତି ଥରେଇ ଦେଇଛି। କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଜଣେ ନିଶାସକ୍ତ ପାଗଳ ବ୍ୟକ୍ତି ବଳାତ୍କାର ପରେ ହତ୍ୟା କରିଥିବାବେଳେ ଏଠାରେ ଜଣେ ଡାକ୍ତରଙ୍କୁ ଆଉଜଣେ ଡାକ୍ତର ବଳାତ୍କାର କରିଛନ୍ତି।

ସୂଚନାଥାଉ କି, ସିନିୟର ଡାକ୍ତର ପ୍ରଥମେ ତାଙ୍କର ଏକ ଜୁନିଅର ଡାକ୍ତରଙ୍କୁ ଏକ ନିଛାଟିଆ କୋଠାକୁ ଡାକିଥିଲେ ଏବଂ ପରେ ତାଙ୍କୁ ବଳାତ୍କାର କରିଥିଲେ। ବର୍ତ୍ତମାନ ଜୁନିଅର ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ବଳାତ୍କାର ମାମଲା ରୁଜୁ କରି ସିନିୟର ଡାକ୍ତରଙ୍କୁ ଅଭିଯୁକ୍ତ କରିଛି। ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରାଯାଉଛି। ବଳାତ୍କାରର ଏହି ଘଟଣା ଗୱାଲିଅର ଗଜରା ରାଜା ମେଡିକାଲ କଲେଜର ସିନିୟର ବୟଜ ହଷ୍ଟେଲ ବିଲଡିଂରେ କରାଯାଇଛି। କୁହାଯାଉଛି ଯେ ପୀଡିତା ଜୁନିଅର ମହିଳା ଡାକ୍ତରଙ୍କ ଏମବିବିଏସ ବ୍ୟାକ୍‌ ପେପର୍‌ ରହିଥିଲା, ଯେଉଁଥିପାଇଁ ସେ ରବିବାର ମେଡିକାଲ କଲେଜକୁ ପରୀକ୍ଷା ପାଇଁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ଡାକ୍ତର ପୀଡିତାଙ୍କୁ ଡାକି ତାଙ୍କୁ ହଷ୍ଟେଲକୁ ଦେଖାହେବାକୁ ଡାକିଥିଲେ। ପୀଡିତା ଅଭିଯୁକ୍ତ ଡାକ୍ତରଙ୍କୁ ପୂର୍ବରୁ ଜାଣିଥିଲେ ତେଣୁ ସେ ତାଙ୍କୁ ଭେଟିବା ପାଇଁ ହଷ୍ଟେଲରେ ପହଞ୍ଚିଥିଲେ। ଏହି ହଷ୍ଟେଲ ବିଲଡିଂ ଗତ କିଛି ବର୍ଷ ଧରି ବନ୍ଦ ରହିଥିଲା। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ସଞ୍ଜୟ କୁମାର ଉକ୍ତ ବନ୍ଦ ହଷ୍ଟେଲରେ ପୀଡିତାଙ୍କୁ ବଳାତ୍କାର କରିଥିଲେ। ଏହା ପରେ ମହିଳା ଡାକ୍ତର କାମ୍ପୁ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଯେଉଁଥିରେ ପୋଲିସ ଅଭିଯୁକ୍ତ ଡକ୍ଟର ସଞ୍ଜୟ କୁମାରଙ୍କ ବିରୋଧରେ ବଳାତ୍କାର ବିଭାଗରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

୮ମ ବେତନକୁ ମଞ୍ଜୁରୀ: ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, କେତେ ବଢିଯିବ ଦରମା, ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ ସମସ୍ତ କଳ୍ପନାଜଳ୍ପନାକୁ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର। ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ଅଷ୍ଟମ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri