ଆଦର୍ଶ ଗ୍ରାମ ହେବ ବୁଣାକାରଙ୍କ ଗାଁ ରାଉତପଡ଼ା

ଖୋର୍ଦ୍ଧା,୧୦।୧୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକରେ ରହିଛି ରାଉତପଡ଼ା ଗ୍ରାମ। ଏହି ଗ୍ରାମର ଅଧିକାଂଶ ପରିବାର ବୁଣାକାର। ରାଉତପଡ଼ା ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ରହିଛନ୍ତି। ବର୍ଷସାରା ଏଠାରେ ହସ୍ତତନ୍ତ ଲୁଗା, ଗାମୁଛା, ବାନ୍ଧେଣୀ ଶାଢୀ, ବିଭିନ୍ନ ପ୍ରକାର ପାଟ ଓ ସୂତା ଲୁଗା ବୁଣାଯାଏ। ମହାପ୍ରଭୁଙ୍କ ଲାଗି ପାଟ ଓ ସୂତାଲୁଗା ଏଠାରୁ ଶ୍ରୀକ୍ଷେତ୍ରକୁ ଯାଉଥିବାରୁ ଏହି ଗ୍ରାମ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୨୦୨୩ ଘୋଷଯାତ୍ରା ସମୟରେ ପ୍ରଥମ ଥର ଲାଗି ରେଶମ ପୋକ(ଏଣ୍ଡିକୀଟ)କୁ ନ ମରାଯାଇ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ପ୍ରସ୍ତୁତ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଅଂହିସା ପାଟ ବୋଲି ଘୋଷଣା କରାଯାଇଛି। ନୂଆଦିଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଥିବା ଭାରତ ଆନ୍ତଜାର୍ତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲୟନରେ ଏହି ରେଶମ ସିଲକ୍‌ ମୁଖ୍ୟ ଆକର୍ଷଣ ପାଲିଟିଥିଲା। ଏବେ ଏହି ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
ଗୋପୀନାଥ ଦାସଙ୍କ ବୁଣାକାର ପରିବାର ଏହି ପାଟବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ୨୦୨୩ ରଥଯାତ୍ରା ସମୟରେ ୮୮ ମିଟର ଲମ୍ବର ଗୀତଗୋବିନ୍ଦ ପାଟ ବୁଣିଥିଲେ। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅହିଂସା ପାଟ ବୋଲି ସାର୍ବଜନୀନ କରାଯାଇଥିଲା। ଏହି ପ୍ରୟାସ ଲାଗି ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ହସ୍ତ୍ରତନ୍ତ ଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣା ସାହୁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାକୁ ପରୀକ୍ଷାମୂଳକ ପ୍ରୟାସ ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବୟନଶିଳ୍ପ ନିର୍ଦ୍ଦେଶକ ସାହୁ ଏହି ପାଟବସ୍ତ୍ର ପରୀକ୍ଷାମୂଳକ ଭାବେ ବୁଣିବା ପାଇଁ ପରାମର୍ଶ ଦେଇଥିଲେ। ଏନେଇ ଗୋପୀନାଥ କହିଛନ୍ତି, ଏହା ମହାପ୍ରଭୁଙ୍କ ଇଚ୍ଛା ଏବଂ ଆଦେଶ ଭାବି କାମ ଆରମ୍ଭ କରିଥିଲୁ। ଏବେ ପୋକର ପରିପକ୍ୱତା ଆସିବା ସମୟରେ ନୂତନ ପଦ୍ଧତିରେ ପୋକକୁ ନ ମାରି ବସ୍ତ୍ର ପ୍ରସ୍ତୁତ ହେଉଛି। ଏହି ଜ୍ଞାନକୌଶଳ ଦ୍ୱାରା ରାଜ୍ୟର କୋଣ ଅଣୁକୋଣରେ ବସ୍ତ୍ର ବୁଣୁଥିବା ବୁଣାକାର ଏହି ପଦ୍ଧତିକୁ ଆପଣାଇବେ। ସେହିପରି ବୁଣାକାର ଅଶୋକ କହିଛନ୍ତି, ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡିଥାଏ। ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟରେ ମୃତ୍ୟୁ ଘଟିଥାଏ। ଏବେ କୀଟକୁ ନ ମାରି ଅହିଂସା ଉପାୟରେ ପ୍ରସ୍ତୁତ ହେଉଛି ବସ୍ତ୍ର। ଅହଂସା ତଥା କକରୁଣା ପଥ ଅବଲମ୍ବନ କରାଯାଇ ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାମକରଣ ଦିଆଯାଇଛି କରୁଣା ସିଲ୍କ। କରୁଣା ସିଲ୍କରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ପାଟବସ୍ତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri