ହାଣ୍ଡିଆ ପିଇ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା,୨୭।୧୨(ସ୍ବ. ପ୍ର.)  କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୪ ଦିନ ତଳେ ଗୋଠ ଛଡା ଦନ୍ତା ହାତୀ ଉପଦ୍ରବ କରି ସଦର ରେଞ୍ଜ୍‌ରେ ଡେରା ପକାଇଥିଲା। ଶନିବାର ରାତିରେ ଏହି ଗୋଠ ଛଡା ଦନ୍ତା ହାତୀ ସଦର ରେଞ୍ଜରୁ ଆସି ପାଟଣା ରେଞ୍ଜ ପୋଇପାଣି ବିଟ୍‌ର ଖୁଦ ପୁଟଳି ଗାଁର ବିଦ୍ୟାଧର ମହାନ୍ତଙ୍କ ୩ ବଖରା ଆଜବେଷ୍ଟସ ଘର ଭାଙ୍ଗିଦେଇଥିଲା। ପରେ ବାରିଗାଁରେ ଜଣକ ଘରେ ଥିବା ହାଣ୍ଡିଆ ପିଇ ମାତାଲ ହେବାପରେ ଲକ୍ଷ୍ମୀପଶି ଗାଁରେ ଧାନ ଖାଇସାରି ଗୋବରାବେଡ଼ାରେ ବାଘା ନାଏକଙ୍କ ପାଚେରୀ ଭାଙ୍ଗି ଦେଇଛି। ଏହାପରେ ହାତୀଟି ରବିବାର ସକାଳୁ ଇତସ୍ତତଃ ଭାବେ ଗାଁ ଦାଣ୍ଡରେ ବୁଲୁଥିଲା। ସରାସକଲା ପଞ୍ଚାୟତ ତୁଳସୀପୁର ଗାଁରେ ୨ ଜଣକ ବାଡ଼ିରେ ପଶି ଖଳାରେ ଥିବା ଧାନ କଳେଇ ସହ ଅମଳ ହୋଇ ଥିବା ଧାନ ଖାଇ ବୁଲିବା ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଦନ୍ତା ହାତୀ ରବିବାର ପାଟଣା ବିଟ୍‌ ଭିମାପଡା ହୁଡ଼ିରେ ରହିଥିବା ରେଞ୍ଜର ଟିକେଶ୍ୱର ମହାନ୍ତ କହିଛନ୍ତି। ଉକ୍ତ ହାତୀକୁ ଅଞ୍ଚଳରୁ ଘଉଡ଼ାଇ ସୁରକ୍ଷିତ ଜଙ୍ଗଲରେ ପହଞ୍ଚାଇବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଥିଲେ ହେଁ ହାତୀକୁ ବନବିଭାଗ ହାତୀ ପଲରେ ମିଶ୍ରଣ କରିବାରେ ସଫଳ ହୋଇନି। ଏଣେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ହାତୀ ଦେହରେ କ୍ଷତ ହୋଇଥିବାରୁ ସେ ଉଗ୍ର ହୋଇ ହୋଇ ଉଠିଛି। ତୁରନ୍ତ ଚିକିତ୍ସା କରିବା ଦରକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri