ପାଞ୍ଚ କମ୍ପାନୀ ଯୋଡିଛନ୍ତି ୧ଲକ୍ଷ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୨୭।୧୨:  ଦେଶର ପ୍ରମୁଖ ୧୦ ଘରୋଇ କମ୍ପାନୀ ମଧ୍ୟରୁ ପାଞ୍ଚଟି କମ୍ପାନୀ ଗତ ସପ୍ତାହରେ ସେମାନଙ୍କର ମୋଟ ବଜାର ମୂଲ୍ୟରେ ୧,୦୧,୧୪୫.୦୯ କୋଟି ଟଙ୍କା ଯୋଡିଛନ୍ତି। ଏହି ସମୟରେ ସର୍ବାଧିକ ସମ୍ପତ୍ତି ଯୋଡିଥିବା କମ୍ପାନୀ ମଧ୍ୟରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ) ର ନାମ ସମ୍ପୃକ୍ତ ରହିଛିି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଇନ୍‌ଫୋସିସ୍‌, ହିନ୍ଦୁସ୍ତାନ ୟୁନିଲ୍‌ଭର୍‌ ଲିମିଟେଡ୍‌ ଏବଂ ୱିପ୍ରୋ ପ୍ରମୁଖ ଲାଭକାରୀ କମ୍ପାନୀ ହୋଇଥିବାବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ବଜାଜ ଫାଇନାନ୍ସ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ) ଏହି କ୍ରମରେ ପଛରେ ପଡିଛନ୍ତି। ଗତ ସପ୍ତାହର ବମ୍ବେ ଷ୍ଟକ୍‌ ମାର୍କେଟ (ବିଏସ୍‌ଇ) ର ମାନଦଣ୍ଡ ୧୧୨.୫୭ ପଏଣ୍ଟ କିମ୍ବା ୦.୧୦% ହାସଲ କରିଛନ୍ତି। ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ର ବଜାର ମୂଲ୍ୟ ୩୦,୭୨୦.୬୨ କୋଟି ଟଙ୍କା ବୃଦ୍ଧି ପାଇ ୧୩,୫୭,୬୪୪.୩୩ କୋଟିରେ ପହଞ୍ଚତ୍ଛି। ବର୍ତ୍ତମାନ ଏହାର ମୂଲ୍ୟ ୧୬,୦୪,୧୫୪.୫୬ କୋଟି ଟଙ୍କାକୁ ନେବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୨୧,୦୩୫.୯୫ କୋଟି ଟଙ୍କା ଯୋଡିଛି। ଇନ୍‌ଫୋସିସ୍‌ର ମୂଲ୍ୟ ୧୭,୬୫୬.୯୫ କୋଟି ଟଙ୍କା ବୃଦ୍ଧି ପାଇ ୭,୮୩,୭୭୯.୯୯ କୋଟି ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର ମୂଲ୍ୟ ୧୬,୦୦୦.୭୧ କୋଟିରୁ ୫,୪୦,୦୫୩.୫୫ କୋଟିରେ ପହଞ୍ଚିଛି। ୱିପ୍ରୋର ବଜାର ପୁଞ୍ଜୀକରଣ ୧୫,୭୩୦.୮୬ କୋଟି ଟଙ୍କା ବୃଦ୍ଧି ପାଇ ୩,୮୨,୮୫୭.୨୫ କୋଟିରେ ପହଞ୍ଚିଛି। ଅପରପକ୍ଷରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୂଲ୍ୟ ୧୮,୬୧୯.୯୫ କୋଟି ଟଙ୍କା ହ୍ରାସ ପାଇ ୭,୯୭,୬୦୯.୯୪ କୋଟିରେ ପହଞ୍ଚିଛି। ଏଚ୍‌ଡିଏଫ୍‌ସିର ମୂଲ୍ୟ ୧୫,୦୮୩.୯୭ କୋଟି ଟଙ୍କା ହ୍ରାସ ପାଇ ୪,୫୮,୮୩୮.୮୯ କୋଟି ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୂଲ୍ୟ ୯,୭୨୭.୮୨ କୋଟି ହ୍ରାସ ପାଇ ୪,୦୭,୭୨୦.୮୮ କୋଟିରେ ପହଞ୍ଚତ୍ଛି। ବଜାଜ ଫାଇନାନ୍ସର ବଜାର କ୍ୟାପିଟାଲାଇଜେଶନ୍‌ ୩,୦୪୮.୧୫ କୋଟିରୁ ୪,୧୩,୫୪୬.୬୩ କୋଟି ଏବଂ ଆଇସିଆଇସିଆଇ ବ୍ୟାଙ୍କର ୪୭୬.୮୧ କୋଟି ଟଙ୍କା ହ୍ରାସ ପାଇ ୫,୦୫,୦୭୦.୩୩ କୋଟିରେ ରହିଛି। ଶ୍ରେଷ୍ଠ ୧୦ଟି ସଂସ୍ଥାର ର଼୍ୟାଙ୍କିଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ବଜାଜ ଫାଇନାନ୍ସ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ୱିପ୍ରୋ ଏହି ସୂଚୀରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?