Posted inଫୁରସତ

ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିର ନିଦର୍ଶନ

ଗତ ଆଲେଖ୍ୟରେ ସାମାନ୍ୟ ସୂଚନା ଦେବାକୁ ଯାଇ ଗଜପତି ନିଜେ କିପରି ସୁବର୍ଣ୍ଣ ମାଢ଼ ଗଢ଼େଇବାର ବ୍ୟବସ୍ଥା କରି ଶିଳ୍ପୀଙ୍କୁ ପାରିଶ୍ରମିକ ଦେବାର ଆଦେଶ ଦେଇଥିଲେ ତାହା ଉଲ୍ଲେଖ କରିଥିଲୁ। ଏହା ଥିଲା ଯୁଦ୍ଧରେ ବିଜିତ ସୁନା। ଏହାର ଆହୁରି ଉଦାହରଣ ଆଲୋଚନାର ଆଗକୁ ଗଲେ ଜାଣିବା। କେଉଁ ଦଣ୍ଡପାଟରୁ କ’ଣ ଆସିଥିଲା, କେଉଁ ଗଡ଼ନାୟକ ସା’ନ୍ତ କ’ଣ ଦେଇଥିଲେ, କେଉଁ ‘ବଡ଼ଜେନା’ କ’ଣ ଯୋଗେଇ ଦେଇଥିଲେ (ଗଜପତିଙ୍କ ପ୍ରତିନିଧି ଭାବରେ ପାଞ୍ଚୋଟି ଗଁାର ପ୍ରଶାସକ ରହୁଥିଲେ ବଡ଼ଜେନା।) ତାହାର ଲମ୍ବା ତାଲିକା ଦେଖିଲେ ମନରେ ରୋମାଞ୍ଚ ସୃଷ୍ଟି ହେବ। ଗୋଟାଏ ଜାତି ନିର୍ବିକାର ଭାବରେ ନିଜର ଐତିହ୍ୟଟିଏ ଗଢ଼ିବା ପାଇଁ କିପରି ତ୍ୟାଗ ସ୍ବୀକାର କରିଛି, ତାହା ଅକଳ୍ପନୀୟ। ଜାତି-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ଦିନରାତିକୁ ଏକାକାର କରିଛି ଓଡ଼ିଆ ତା’ର ସର୍ବଶ୍ରେଷ୍ଠ ସ୍ମାରକୀଟିଏ ଗଢ଼ିବା ଲାଗି। ‘ଲିଙ୍ଗ’ ଶବ୍ଦ ଆମେ ପ୍ରୟୋଗ କଲୁ ଏଇଥିପାଇଁ ଯେ, ନମସ୍ୟା ନାରୀମାନେ କୋଣାର୍କରେ ରହି ଯେଉଁ ଶ୍ରମ ସ୍ବୀକାର କରିଛନ୍ତି ମନ୍ଦିର ନିର୍ମାଣ ବେଳେ ତାଙ୍କୁ ୟେ ଜାତି ପ୍ରଥମେ ପ୍ରଣାମ କରିବା କଥା। ଆଗକୁ ସେ ବିଷୟ ଜାଣିବା। ଜଣେଇବା ସେ ଲେଖକମାନଙ୍କୁ ସେମାନେ ବଙ୍ଗାଳୀ ଘରର ନାରୀ ଥିଲେ ନା ଓଡ଼ିଆଣୀ।
ଯେଉଁମାନେ ଦରିଦ୍ର ମାନସିକତାରେ ଲେଖିଗଲେ ଗରିବ ରାଜ୍ୟରେ ଏପରି କୀର୍ତ୍ତି କ’ଣ ଗରିବମାନଙ୍କ ଦ୍ୱାରା ସମ୍ଭବ? ସେଇମାନଙ୍କୁ ଉତ୍ତର ଦେବାକୁ ‘ବିଜିତ ସୁନା’ର (ଟ୍ରେଲର) ଝଲକଟିଏ ଆମେ ଦେଖେଇଲୁ। ଚଳଚ୍ଚିତ୍ର ବାକି ଅଛି। ଏବେ ଆମେ ସନାତନୀୟ ଓଡ୍ର ଭୂଖଣ୍ଡର ଉପାସନାର ଐତିହ୍ୟରେ ପହଁରୁଛୁ। ଆଗ ୟା’କୁ ନ ଭେଦିଲେ ଗୋଟେ ସାମ୍ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ଗୋଟେ ମନ୍ଦିର ନିର୍ମାଣ ପାଇଁ ନିଜକୁ କାହିଁକି ଉତ୍ସର୍ଗ କରିଥିଲା ତା’ର ରହସ୍ୟ ଭେଦି ହେବନି। ଗଜପତି ନରସିଂହଦେବଙ୍କ ଇଚ୍ଛାଶକ୍ତି ଯେତିକି ପୂଜନୀୟ, ସାମ୍ରାଜ୍ୟର ଆବାଳବୃଦ୍ଧବନିତା ସେତିକି ବନ୍ଦନୀୟ। ମିଳିତ ପ୍ରୟାସର କଥା। ବାରଶହ ବଢ଼େଇଙ୍କ କଥା ଇୟେ ନୁହଁ, ବାର ହଜାରରୁ ଅଧିକ ବାର ଶହଙ୍କ ପଛରେ ତ୍ୟାଗ କରିଚାଲିଥିଲେ। ସେ ପର୍ଯ୍ୟନ୍ତ ଆମେ ଯିବା। ପ୍ରସଙ୍ଗ ଆସୁ। ଏବେ ଆମେ ଉପାସନାର ଐତିହ୍ୟରେ ଅଛେ।
କ୍ଷେତ୍ର କୋଣାଦିତ୍ୟ, ମନ୍ଦିର ପଦ୍ମକେଶରୀ ମନ୍ଦିର, ଦେବତା ମଣିମୟ କମନୀୟ ସୂର୍ଯ୍ୟବିଗ୍ରହ, ପଞ୍ଚତୀର୍ଥ, ପଞ୍ଚବନ୍ତ, ପଞ୍ଚମଠ, ପଞ୍ଚବଟ ଓ ପଞ୍ଚଦେବୀ। ୟା’କୁ-ଇ ନେଇ ଗଢ଼ିଉଠିଛି ଆମର ଗୌରବମୟ କୋଣାଦିତ୍ୟର ଐତିହ୍ୟ। ଋଷି, ମୁନି ହଜାର ହଜାର ବର୍ଷ ତଳେ ଜ୍ୟୋତିର୍ବିଜ୍ଞାନର ଜ୍ୟାମିତିରେ ଚିହ୍ନଟ କରିଥିଲେ କୋଣାଦିତ୍ୟ କ୍ଷେତ୍ରକୁ। ପୋଥିରେ ପ୍ରମାଣ ଦେଇଗଲେ କୋଣାଦିତ୍ୟ ହେଉଛି ସୂର୍ଯ୍ୟଙ୍କ ଆଳୟ। ଏଇଠୁ ଅଙ୍କ (ଗଣିତ) ଆରମ୍ଭ ହେବ, ଏଇଠି ଛିଡ଼ିବ। ସେଇଥିପାଇଁ ଏଠି ଗଢ଼ି ଉଠିଥିଲା ବିଶ୍ୱପ୍ରସିଦ୍ଧ ମାନମନ୍ଦିର। କୋଣାଦିତ୍ୟ ହୋଇଗଲା ଭାରତୀୟ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ କେନ୍ଦ୍ରବିନ୍ଦୁ। ଯେତେବେଳେ ଭାରତରେ ମାନମନ୍ଦିର (ନିରୀକ୍ଷଣାଗାର) ଗଢ଼ି ତୋଳିବାର କଳ୍ପନା ସାକାର ହୋଇପାରି ନ ଥିଲା, ସେତେବେଳେ ଓଡ଼ିଶାର ଶିଳ୍ପୀ ପଥର ଶିଳ୍ପକଳାରେ ‘ମାନମନ୍ଦିର’କୁ ନୂତନ ରୂପ ଦେଇ ଗଢ଼ି ତୋଳିଥିଲା କୋଣାଦିତ୍ୟରେ। ରାଜସଭାରେ ପଣ୍ଡିତମାନେ ଯେଉଁ ପରାମର୍ଶ ଦେଇଥିଲେ ଦିଗ୍‌ବିଜୟୀ ଗଜପତି ଲାଙ୍ଗୁଳା ନରସିଂହ ଦେବଙ୍କୁ, ସେ ତାକୁ ଓଡ଼ିଶାର ନମସ୍ୟ ଶିଳ୍ପୀଙ୍କ ସହଯୋଗରେ ନିର୍ମାଣ କରାଇ ଭାରତର ଜ୍ୟୋତିର୍ବିଜ୍ଞାନୀଙ୍କୁ ବିସ୍ମିତ କରିଦେଇଥିଲେ। କାରଣ ଭାରତରେ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ଜ୍ୟୋତିଷ ଶାସ୍ତ୍ରର ବିଜ୍ଞାନୀମାନେ ଭଲ ଭାବରେ ଅବଗତ ଥିଲେ ପଥରରେ କାରୁକାର୍ଯ୍ୟମୟ ମାନମନ୍ଦିର ବା ମାନଶାଳାଟିଏ ଗଢ଼ି ତୋଳିବା ପାଇଁ ପ୍ରଚୁର ତଥା ସମୃଦ୍ଧ ଜ୍ୟୋତିଷଜ୍ଞାନର ଆବଶ୍ୟକ ପଡ଼େ।
ଭାରତର ଅନ୍ୟତ୍ର ଷୋହଳଟି ପଥର ନିର୍ମିତ ସୂର୍ଯ୍ୟମନ୍ଦିର ରହିଥିଲା। ଓଡ଼ିଶାରେ ରହିଛି ପଥରର ସୂର୍ଯ୍ୟମନ୍ଦିର ପୁଣି କାଠର ସୂର୍ଯ୍ୟ ମନ୍ଦିର। ଗଞ୍ଜାମ ଜିଲା ବୁଗୁଡ଼ାଠାରେ କାଠର ସୂର୍ଯ୍ୟମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀବିରଞ୍ଚିନାରାୟଣ। ସେହିପରି ପଥରର କାରୁକାର୍ଯ୍ୟରେ କେବଳ ସୂର୍ଯ୍ୟଙ୍କ ଉପାସନା ପାଇଁ ପଥରର ଦେଉଳଟିଏ ଗଢ଼ା ହୋଇଥିଲେ ଏହା ‘ମାନମନ୍ଦିର’ ହୋଇପାରି ନ ଥାନ୍ତା। ଏଥିରେ ଏପରି କୌଶଳରେ ରାଶିଚକ୍ର ଓ ନବଗ୍ରହ ସ୍ଥାନ ପାଇଥିଲେ ଯେ ବର୍ଷ ମଧ୍ୟରେ ପଡ଼ୁଥିବା ସମଦିବସରେ ସୂର୍ଯ୍ୟଙ୍କର ଆଲୋକ ପ୍ରଥମେ ଏହି ରାଶିରେ ପଡ଼ୁଥିଲା। ୟେ କଥା ଆମେ କହୁନାହୁଁ ଓଡ଼ିଶାର ଜ୍ୟୋତିର୍ବିଜ୍ଞାନୀମାନେ ହାତକାଟି ଲେଖିଦେଇ ଯାଇଛନ୍ତି। ବୈଜ୍ଞାନିକମାନେ ୟା’ର ପରୀକ୍ଷାନିରୀକ୍ଷା ବି କରି ସାରିଛନ୍ତି। ଭାରତରେ ଏହା ଥିଲା ଆଶ୍ଚର୍ଯ୍ୟମୟ ମାନମନ୍ଦିର। ତଥାପି… ଆମେ ଓଡ଼ିଆ କହିଲୁ ଏହା ‘ମିଥ୍‌’ର ଭୂମି। ଜିଭ ଲେଉଟିଲା ନାହିଁ କହିବାକୁ ଏହା ବିଜ୍ଞାନର ଭୂମି, ସ୍ଥାପତ୍ୟର ଭୂମି କି ଭାସ୍କର୍ଯ୍ୟର ଭୂମି ବୋଲି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?