Posted inଫୁରସତ

ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିର ନିଦର୍ଶନ

ଗତ ଆଲେଖ୍ୟରେ ସାମାନ୍ୟ ସୂଚନା ଦେବାକୁ ଯାଇ ଗଜପତି ନିଜେ କିପରି ସୁବର୍ଣ୍ଣ ମାଢ଼ ଗଢ଼େଇବାର ବ୍ୟବସ୍ଥା କରି ଶିଳ୍ପୀଙ୍କୁ ପାରିଶ୍ରମିକ ଦେବାର ଆଦେଶ ଦେଇଥିଲେ ତାହା ଉଲ୍ଲେଖ କରିଥିଲୁ। ଏହା ଥିଲା ଯୁଦ୍ଧରେ ବିଜିତ ସୁନା। ଏହାର ଆହୁରି ଉଦାହରଣ ଆଲୋଚନାର ଆଗକୁ ଗଲେ ଜାଣିବା। କେଉଁ ଦଣ୍ଡପାଟରୁ କ’ଣ ଆସିଥିଲା, କେଉଁ ଗଡ଼ନାୟକ ସା’ନ୍ତ କ’ଣ ଦେଇଥିଲେ, କେଉଁ ‘ବଡ଼ଜେନା’ କ’ଣ ଯୋଗେଇ ଦେଇଥିଲେ (ଗଜପତିଙ୍କ ପ୍ରତିନିଧି ଭାବରେ ପାଞ୍ଚୋଟି ଗଁାର ପ୍ରଶାସକ ରହୁଥିଲେ ବଡ଼ଜେନା।) ତାହାର ଲମ୍ବା ତାଲିକା ଦେଖିଲେ ମନରେ ରୋମାଞ୍ଚ ସୃଷ୍ଟି ହେବ। ଗୋଟାଏ ଜାତି ନିର୍ବିକାର ଭାବରେ ନିଜର ଐତିହ୍ୟଟିଏ ଗଢ଼ିବା ପାଇଁ କିପରି ତ୍ୟାଗ ସ୍ବୀକାର କରିଛି, ତାହା ଅକଳ୍ପନୀୟ। ଜାତି-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ଦିନରାତିକୁ ଏକାକାର କରିଛି ଓଡ଼ିଆ ତା’ର ସର୍ବଶ୍ରେଷ୍ଠ ସ୍ମାରକୀଟିଏ ଗଢ଼ିବା ଲାଗି। ‘ଲିଙ୍ଗ’ ଶବ୍ଦ ଆମେ ପ୍ରୟୋଗ କଲୁ ଏଇଥିପାଇଁ ଯେ, ନମସ୍ୟା ନାରୀମାନେ କୋଣାର୍କରେ ରହି ଯେଉଁ ଶ୍ରମ ସ୍ବୀକାର କରିଛନ୍ତି ମନ୍ଦିର ନିର୍ମାଣ ବେଳେ ତାଙ୍କୁ ୟେ ଜାତି ପ୍ରଥମେ ପ୍ରଣାମ କରିବା କଥା। ଆଗକୁ ସେ ବିଷୟ ଜାଣିବା। ଜଣେଇବା ସେ ଲେଖକମାନଙ୍କୁ ସେମାନେ ବଙ୍ଗାଳୀ ଘରର ନାରୀ ଥିଲେ ନା ଓଡ଼ିଆଣୀ।
ଯେଉଁମାନେ ଦରିଦ୍ର ମାନସିକତାରେ ଲେଖିଗଲେ ଗରିବ ରାଜ୍ୟରେ ଏପରି କୀର୍ତ୍ତି କ’ଣ ଗରିବମାନଙ୍କ ଦ୍ୱାରା ସମ୍ଭବ? ସେଇମାନଙ୍କୁ ଉତ୍ତର ଦେବାକୁ ‘ବିଜିତ ସୁନା’ର (ଟ୍ରେଲର) ଝଲକଟିଏ ଆମେ ଦେଖେଇଲୁ। ଚଳଚ୍ଚିତ୍ର ବାକି ଅଛି। ଏବେ ଆମେ ସନାତନୀୟ ଓଡ୍ର ଭୂଖଣ୍ଡର ଉପାସନାର ଐତିହ୍ୟରେ ପହଁରୁଛୁ। ଆଗ ୟା’କୁ ନ ଭେଦିଲେ ଗୋଟେ ସାମ୍ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ଗୋଟେ ମନ୍ଦିର ନିର୍ମାଣ ପାଇଁ ନିଜକୁ କାହିଁକି ଉତ୍ସର୍ଗ କରିଥିଲା ତା’ର ରହସ୍ୟ ଭେଦି ହେବନି। ଗଜପତି ନରସିଂହଦେବଙ୍କ ଇଚ୍ଛାଶକ୍ତି ଯେତିକି ପୂଜନୀୟ, ସାମ୍ରାଜ୍ୟର ଆବାଳବୃଦ୍ଧବନିତା ସେତିକି ବନ୍ଦନୀୟ। ମିଳିତ ପ୍ରୟାସର କଥା। ବାରଶହ ବଢ଼େଇଙ୍କ କଥା ଇୟେ ନୁହଁ, ବାର ହଜାରରୁ ଅଧିକ ବାର ଶହଙ୍କ ପଛରେ ତ୍ୟାଗ କରିଚାଲିଥିଲେ। ସେ ପର୍ଯ୍ୟନ୍ତ ଆମେ ଯିବା। ପ୍ରସଙ୍ଗ ଆସୁ। ଏବେ ଆମେ ଉପାସନାର ଐତିହ୍ୟରେ ଅଛେ।
କ୍ଷେତ୍ର କୋଣାଦିତ୍ୟ, ମନ୍ଦିର ପଦ୍ମକେଶରୀ ମନ୍ଦିର, ଦେବତା ମଣିମୟ କମନୀୟ ସୂର୍ଯ୍ୟବିଗ୍ରହ, ପଞ୍ଚତୀର୍ଥ, ପଞ୍ଚବନ୍ତ, ପଞ୍ଚମଠ, ପଞ୍ଚବଟ ଓ ପଞ୍ଚଦେବୀ। ୟା’କୁ-ଇ ନେଇ ଗଢ଼ିଉଠିଛି ଆମର ଗୌରବମୟ କୋଣାଦିତ୍ୟର ଐତିହ୍ୟ। ଋଷି, ମୁନି ହଜାର ହଜାର ବର୍ଷ ତଳେ ଜ୍ୟୋତିର୍ବିଜ୍ଞାନର ଜ୍ୟାମିତିରେ ଚିହ୍ନଟ କରିଥିଲେ କୋଣାଦିତ୍ୟ କ୍ଷେତ୍ରକୁ। ପୋଥିରେ ପ୍ରମାଣ ଦେଇଗଲେ କୋଣାଦିତ୍ୟ ହେଉଛି ସୂର୍ଯ୍ୟଙ୍କ ଆଳୟ। ଏଇଠୁ ଅଙ୍କ (ଗଣିତ) ଆରମ୍ଭ ହେବ, ଏଇଠି ଛିଡ଼ିବ। ସେଇଥିପାଇଁ ଏଠି ଗଢ଼ି ଉଠିଥିଲା ବିଶ୍ୱପ୍ରସିଦ୍ଧ ମାନମନ୍ଦିର। କୋଣାଦିତ୍ୟ ହୋଇଗଲା ଭାରତୀୟ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ କେନ୍ଦ୍ରବିନ୍ଦୁ। ଯେତେବେଳେ ଭାରତରେ ମାନମନ୍ଦିର (ନିରୀକ୍ଷଣାଗାର) ଗଢ଼ି ତୋଳିବାର କଳ୍ପନା ସାକାର ହୋଇପାରି ନ ଥିଲା, ସେତେବେଳେ ଓଡ଼ିଶାର ଶିଳ୍ପୀ ପଥର ଶିଳ୍ପକଳାରେ ‘ମାନମନ୍ଦିର’କୁ ନୂତନ ରୂପ ଦେଇ ଗଢ଼ି ତୋଳିଥିଲା କୋଣାଦିତ୍ୟରେ। ରାଜସଭାରେ ପଣ୍ଡିତମାନେ ଯେଉଁ ପରାମର୍ଶ ଦେଇଥିଲେ ଦିଗ୍‌ବିଜୟୀ ଗଜପତି ଲାଙ୍ଗୁଳା ନରସିଂହ ଦେବଙ୍କୁ, ସେ ତାକୁ ଓଡ଼ିଶାର ନମସ୍ୟ ଶିଳ୍ପୀଙ୍କ ସହଯୋଗରେ ନିର୍ମାଣ କରାଇ ଭାରତର ଜ୍ୟୋତିର୍ବିଜ୍ଞାନୀଙ୍କୁ ବିସ୍ମିତ କରିଦେଇଥିଲେ। କାରଣ ଭାରତରେ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ଜ୍ୟୋତିଷ ଶାସ୍ତ୍ରର ବିଜ୍ଞାନୀମାନେ ଭଲ ଭାବରେ ଅବଗତ ଥିଲେ ପଥରରେ କାରୁକାର୍ଯ୍ୟମୟ ମାନମନ୍ଦିର ବା ମାନଶାଳାଟିଏ ଗଢ଼ି ତୋଳିବା ପାଇଁ ପ୍ରଚୁର ତଥା ସମୃଦ୍ଧ ଜ୍ୟୋତିଷଜ୍ଞାନର ଆବଶ୍ୟକ ପଡ଼େ।
ଭାରତର ଅନ୍ୟତ୍ର ଷୋହଳଟି ପଥର ନିର୍ମିତ ସୂର୍ଯ୍ୟମନ୍ଦିର ରହିଥିଲା। ଓଡ଼ିଶାରେ ରହିଛି ପଥରର ସୂର୍ଯ୍ୟମନ୍ଦିର ପୁଣି କାଠର ସୂର୍ଯ୍ୟ ମନ୍ଦିର। ଗଞ୍ଜାମ ଜିଲା ବୁଗୁଡ଼ାଠାରେ କାଠର ସୂର୍ଯ୍ୟମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀବିରଞ୍ଚିନାରାୟଣ। ସେହିପରି ପଥରର କାରୁକାର୍ଯ୍ୟରେ କେବଳ ସୂର୍ଯ୍ୟଙ୍କ ଉପାସନା ପାଇଁ ପଥରର ଦେଉଳଟିଏ ଗଢ଼ା ହୋଇଥିଲେ ଏହା ‘ମାନମନ୍ଦିର’ ହୋଇପାରି ନ ଥାନ୍ତା। ଏଥିରେ ଏପରି କୌଶଳରେ ରାଶିଚକ୍ର ଓ ନବଗ୍ରହ ସ୍ଥାନ ପାଇଥିଲେ ଯେ ବର୍ଷ ମଧ୍ୟରେ ପଡ଼ୁଥିବା ସମଦିବସରେ ସୂର୍ଯ୍ୟଙ୍କର ଆଲୋକ ପ୍ରଥମେ ଏହି ରାଶିରେ ପଡ଼ୁଥିଲା। ୟେ କଥା ଆମେ କହୁନାହୁଁ ଓଡ଼ିଶାର ଜ୍ୟୋତିର୍ବିଜ୍ଞାନୀମାନେ ହାତକାଟି ଲେଖିଦେଇ ଯାଇଛନ୍ତି। ବୈଜ୍ଞାନିକମାନେ ୟା’ର ପରୀକ୍ଷାନିରୀକ୍ଷା ବି କରି ସାରିଛନ୍ତି। ଭାରତରେ ଏହା ଥିଲା ଆଶ୍ଚର୍ଯ୍ୟମୟ ମାନମନ୍ଦିର। ତଥାପି… ଆମେ ଓଡ଼ିଆ କହିଲୁ ଏହା ‘ମିଥ୍‌’ର ଭୂମି। ଜିଭ ଲେଉଟିଲା ନାହିଁ କହିବାକୁ ଏହା ବିଜ୍ଞାନର ଭୂମି, ସ୍ଥାପତ୍ୟର ଭୂମି କି ଭାସ୍କର୍ଯ୍ୟର ଭୂମି ବୋଲି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri