ମଣିଷ ହାଟରେ ମହାମାରୀ ମାଡ଼

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୧୮ା୭ – କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ସେମାନେ ପୁଣି ଅନୁଗୋଳ ସହରର ମଣିଷ ହାଟ ମୁହଁ। ହୋଇଛନ୍ତି। ଦିନକୁ ଦିନ ସେମାନଙ୍କ ସଂଖ୍ୟା ବଢ଼ିଚାଲିଛି। ହେଲେ ଏହି ଭିତ୍ତିଭୂମି ନିର୍ମାତାମାନଙ୍କୁ ପୂର୍ବପରି କାମ ମିଳୁନି। ସଚେତନତା ଅଭାବରୁ ବାବୁମାନେ ଲୋଡୁ ନ ଥିବାରୁ ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଫେରିଯାଉଛନ୍ତି। ଦୀର୍ଘ ୪ ମାସ ହେଲା ମଣିଷ ହାଟରେ ଏହି ମହାମାରୀ ମାଡ଼ ଯୋଗୁ ହଜାର ହଜାର ଶ୍ରମିକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି।
ଜିଲାର ମହୀଧରପୁର, ବନ୍ତଳା, ଧୋକୁଟା, ବଇଣ୍ଡା, ଆଠମଲ୍ଲିକ, କିଶୋରନଗର, ଖଣ୍ଡହତା, ସୁରାବ, କାଙ୍ଗୁଲା, କୋଶଳା ଆଦି ଅଞ୍ଚଳରୁ ଶ୍ରମଜୀବୀମାନେ ପ୍ରତିଦିନ ସହରକୁ ଆସୁଛନ୍ତି। ବଜାର ଛକ, କଲେଜ ଛକ, ମସ୍‌ଜିଦ ଛକ, ଥାନା ଛକ ଆଦି ସ୍ଥାନରେ ଥିବା ମଣିଷ ହାଟରେ ସେମାନେ କାମ ପାଇଁ ଅପେକ୍ଷା କରୁଛନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରୁ ଏପରି ଅନେକ ଶ୍ରମିକ ଅଛନ୍ତି ଯେଉଁମାନେ ନା ଗଁ। ରେ ପଞ୍ଜୀକୃତ ହୋଇଛନ୍ତି ନା ସହରରେ। ସଚେତନତାର ଅଭାବ ଆଉ ସରକାରୀ କଳର ଅବହେଳା ଯୋଗୁ ଏମାନେ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଏପରି ଅବସ୍ଥାରେ ସେମାନଙ୍କୁ କାମଟିଏ ନ ମଳିବା ସମସ୍ୟାକୁ ଅଧିକ ବଢ଼ାଇ ଦେଉଛି। ଅନୁଗୋଳ ଶ୍ରମ ଅଧିକାରୀଙ୍କ ଅଧୀନରେ ମୋଟ୍‌ ୩୭ ହଜାର ୫୯୭ ନିର୍ମାଣ ଶ୍ରମିକ କଲ୍ୟାଣ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ପାଇଁ ସରକାରଙ୍କ କରୋନା ସହାୟତା ରାଶି ଆସିଥିଲା। ଇତିମଧ୍ୟରେ ବହୁ ଶ୍ରମଜୀବୀଙ୍କୁ ଦେଢ଼ ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯାଇ ସାରିଲାଣି। ଆଉ କିଛିଙ୍କୁ ଚିହ୍ନଟ କରି ପ୍ରଦାନ କରାଯାଉଥିଲେ ବି ତାହା ଶ୍ରମିକଙ୍କ ସମସ୍ୟା ଦୂରକରିପାରୁ ନାହିଁ।