ଶାଲିମାର ଟ୍ରେନ ଧକ୍କାରେ ଦାନ୍ତହାତୀର ମୃତ୍ୟୁ

ବାରିପଦା, ୧।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶାଲିମାର-ଭଞ୍ଜପୁର ଏକ୍ସପ୍ରେସ ଟ୍ରେନ ଧକ୍କାରେ ଶନିବାର ରାତି ଦନ୍ତାହାତୀର ମୃତ୍ୟୁ ଘଟିଛି । ଭଞ୍ଜପୁର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ଠାରୁ ୪କିମି ଦୂର ଆଗ୍ରିଆ ରେଳକ୍ରସିଂ ନିକଟରେ ଏକ ଦନ୍ତା ହାତୀକୁ ଧକ୍କା ଦେବା ଫଳରେ ହାତୀର ଘଟଣା ସ୍ଥଳରେ ମୃତ୍ୟ ଘଟିଛି । ଦୁର୍ଘଟଣା ଘଟିବା ପରେ ଶାଲିମାର ଟ୍ରେନ କିଛି ସମୟ ଅଟକିବା ପରେ ପୁଣି ଭଞ୍ଜପୁର ଅଭିମୁଖେ ଯାଇଛି । ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳକୁ ଆସି ପରେ ସାମ୍ବାଦିକଙ୍କ ମାଧ୍ୟମରେ ବେତନଟୀ ରେଞ୍ଜର ଅଫିସକୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିବାବେଳେ ବନବିଭାଗ ଠିକ ଦୃଷ୍ଟି ଦେଇନଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ବେତନଟୀ ରେଞ୍ଜ ଇଲାକାରେ ୩୦ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବାବେଳେ ମୁଖ୍ୟ ଦଳରୁ ଅଲଗା ହୋଇ ଏକ ବିଶାଳ ଦନ୍ତାହାତୀ ଶନିବାର ସର୍ବଣା, ବିଶ୍ରାମପୁର ଇଲାକାରେ ବିଚରଣ କରୁଥିଲା l ସାଢେ ଏଗାରଟା ସମୟରେ ପଶ୍ଚିମବଙ୍ଗ ସାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ଆଗ୍ରିଆ ରେଳ ଫାଟକଠାରେ ରେଳ ଧାରଣା ଅତିକ୍ରମ କରୁଥିବା ବିଶାଳ ଦନ୍ତାହାତୀକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ଗୋଠଛଡା ବିଶାଳ ଦନ୍ତାହାତୀର ମୃତ୍ୟୁ ଘଟିଥିବାବେଳେ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ସମନୱୟର ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା l ଖବରପାଇ ବାରିପଦା ବନଖଣ୍ଡର ଏସିଏଫ ଶେଖ ମେହେରବାନ ଅଲ୍ଲୀ, ଡେପୁଟି ରେଞ୍ଜର ଧୃବେନ୍ଦ୍ର ନାଥ ନାୟକ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?