ଭୁଲାପଣ ସମସ୍ୟାରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ…

ସାନ୍‌ ଫ୍ରାନ୍ସିସ୍‌କୋ, ୨୬।୭: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ଭୁଲାପଣ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି କଥା ମନେ ରଖିପାରନ୍ତି ନାହିଁ। ଏଭଳି ବ୍ୟକ୍ତିଙ୍କ ବିଚାରଶକ୍ତି ମଧ୍ୟ ହ୍ରାସ ପାଇଥାଏ। ସେମାନେ ସାଧାରଣ କାମ କରିବାରେ ମଧ୍ୟ ଅକ୍ଷମତା ପ୍ରକାଶ କରିଥାନ୍ତି। ଇଛାଶକ୍ତି କମିବାରେ ଲାଗିଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ଏଭଳି ବ୍ୟକ୍ତିଙ୍କ କ୍ଷେତ୍ରରେ କଷ୍ଟକର ହୋଇଥାଏ। ଡାକ୍ତରୀ ଭାଷାରେ ଏହାକୁ ଡେମେଣ୍ଟିଆ ଅର୍ଥାତ୍‌ ପାଗଳପଣ ବୋଲି କୁହାଯାଇଥାଏ। ଏଥିରୁ ମୁକ୍ତି ଲାଗି ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧର ବ୍ୟବହାର କରିବାକୁ କୁହାଯାଇଥାଏ। ତେବେ ଏହାର ସହଜ ଚିକିତ୍ସା ଘରେ ମଧ୍ୟ ହୋଇ ପାରିଥାଏ। ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତି ଗୋଲାପ ଫୁଲ ଶୁଙ୍ଘିବା ଦ୍ୱାରା ସୁଫଳ ମିଳିଥାଏ ବୋଲି ସାନ୍‌ ଫ୍ରାନ୍ସିସ୍‌କୋରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଗବେଷକ ଏନେଇ ୧୮,୦୦ ଲୋକଙ୍କ ଉପରେ ଅଧ୍ୟୟନ କରିଥିଲେ। ଜଣାପଡ଼ିଥିଲା ଗୋଲାପ ଫୁଲ ସହିତ ଟର୍ପେଣ୍ଟାଇନ୍‌, ପେଣ୍ଟ୍‌ ଥିନର ଏବଂ ଲେମ୍ବୁ ଆଦିକୁ ଶୁଙ୍ଘିଲେ ଏହି ସମସ୍ୟା ଧୀରେଧୀରେ ଦୂର ହୋଇଥାଏ। ଏହାଦ୍ୱାରା ସେମାନଙ୍କର ସେନ୍ସରି ନର୍ଭ ସକ୍ରିୟ ହୋଇଥାଏ। ଫଳରେ ମସ୍ତିଷ୍କ ସହିତ ଯୋଗାଯୋଗ କରିବା ସହଜ ହୋଇଥାଏ। ଏହାଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ ବୋଲି ପ୍ରଫେସର ଓ୍ବିଲା ବ୍ରେନୋଓ୍ବିଜ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭଗବାନଙ୍କ ପୂଜାସ୍ଥାନ କିପରି ହେବା ଉଚିତ୍‌ ଜାଣନ୍ତୁ

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଘରେ ଭଗବାନ୍‌ଙ୍କୁ ପୂଜା ସମୟରେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । କାରଣ ଏହି ସମୟରେ ହେଉଥିବା ଭୂଲ ପାଇଁ...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି...

ସ୍ବା ସ୍ଥ୍ୟ ସୂ ଚ ନା

ଉଷୁମ ପାଣିରେ ଏକ ଚାମଚ ମହୁ ଏବଂ ଫାଳେ ଲେମ୍ବୁ ଚିପୁଡି ପିଅନ୍ତୁ। ଏହା ଓଜନ କମାଇବାରେ ଅନେକାଂଶରେ ସହାୟକ ହୋଇଥାଏ। ସକାଳେ ବିଛଣାରୁ ଉଠିବା...

ଗୋଟିଏ ଜାଗାରେ ବସିଲେ ହୋଇପାରେ ମଧୁମେହ!

ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସିରହିଲେ ମଧୁମେହ ଆଶଙ୍କା ବଢ଼ିପାରେ। ଯଦି ପଢ଼ିବା, ଡ୍ରାଇଭିଂ, ଫୋନ୍‌ରେ କଥାର୍ବାର୍ତ୍ତା, କମ୍ପ୍ୟୁଟର୍‌ରେ କାମ କରିବାବେଳେ ସବୁବେଳେ ବସି ରହୁଛନ୍ତି,...

ସୁଖ ନିଦ୍ରା ଲାଗି…

ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା...

ଗଣ୍ଠି ଯନ୍ତ୍ରଣା ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ମେଥି ଶାଗ

ପ୍ରାୟ ସମସ୍ତଙ୍କୁ ଶାଗ ଖାଇବା ପସନ୍ଦ। ଅନେକ ଉପାଦେୟ ଗୁଣରେ ଭରପୂର ଥାଏ ଶାଗ। କେଶ ସମସ୍ୟାରୁ ନାନାଦି ରୋଗ ପାଇଁ ଶାଗ ଖାଇବା ଲାଭଦାୟକ।...

ସାଉଣ୍ଡ ଫିଗର ଚାହୁଁଥିଲେ

ବର୍ତ୍ତମାନ ସ୍ଲିମ୍‌ ଟ୍ରେଣ୍ଡ ଚାଲିଛି। ହେଲେ ମହିଳାମାନେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ଫିଗରର ଆକର୍ଷଣ କମିଯାଏ। ଏମିତିରେ ଅନେକେ ମୋଟା ହେବା ଲାଗି...

ବଡ଼ ପେଟ ସମସ୍ୟା ନେଇ ଚିନ୍ତିତ କି … ପ୍ରତିଦିନ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନ ସମୟରେ ବଡ଼ ପେଟ ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ...

Advertisement
Archives

Model This Week