‘ନିଶା ନୁହେଁ, ଜୀବନକୁ ବାଛ’, ଶୁନ ଦୁର୍ଘଟଣା ଅଭିଯାନରେ ସାମିଲ ହେଲେ …

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଶୁନ ଦୁର୍ଘଟଣା ଦିବସ ଅଭିଯାନ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଭିଯାନରେ ଶତାଧିକ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ଅଧୀକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥୀ, ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଅବକାରୀ ଥାନା ଅଧିକାରୀ ଡମ୍ବୁରୁଧର ହରିଜନ, ଏସ୍‌ଆଇ ଅଲିଭା ମାଝୀ, ଘରୋଇ ବସ୍‌ ମାଲିକ ସଂଘ ନେତା ବିପ୍ର ଚରଣ ବାରିକ, ଏମଭିଆଇ ଶର୍ମିଲା ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମଦ୍ୟପାନ କରି ଗାଡି ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ପ୍ରକାଶ କରି ଅତିଥିମାନେ ନିଶା ନୁହେଁ ଲୋକେ ଜୀବନ ବାଛିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କାରଣରୁ ମଧ୍ୟ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଏଥିପ୍ରତି ଛାତ୍ରୀଛାତ୍ରମାନେ ନିଜେ ସଚେତନ ହେବା ଅନ୍ୟମାନଙ୍କୁ ସଚେତନ କରାଇଲେ ଦୁର୍ଘଟଣା ହାର କମିପାରିବ। ଏଥିପ୍ରତି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ପୂଜା ପାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ। ଏହି ଅବସରରେ ସଡ଼କ ପରିବହନ ବିଭାଗର କିଛି ନିୟମ ସଂପର୍କରେ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନ ପଚରା ଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଲେଖାଏ ହେଲମେଟ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ପରିଚାଳନାରେ ଅଧ୍ୟାପକ ଡ. ରବିନ୍ଦ୍ର ମିଶ୍ର, ସୀମାଞ୍ଚଳ ବେହେରା, ବିଭୂତି ଗୌଡ, ଅଧ୍ୟାପିକା ଶେଫାଳୀ ପଟ୍ଟନାୟକ, କର୍ମଚାରୀ ଶୁଚିତ୍ର ଜେନା, ନମିତା ବାଡତ୍ୟା ସହଯୋଗ କରିଥିଲେ।ଏହାପରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜରେ ୫୦ ତମ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଥିଲା। ଏଥିରେ ଅଧକ୍ଷ ଦାସ ସଭାପତିତ୍ବ କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଶେଫାଳୀ ପଟ୍ଟନାୟକ ଆଜିର ଦିବସ ସମ୍ପର୍କରେ କହିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ବିଭୂତି ଗୌଡ ଧନ୍ୟବାଦ ପ୍ରଦାନ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri