Posted inଫୁରସତ

ଓଡ଼ିଶାର ଗୌରବମୟ ଐତିହ୍ୟକୁ ବିକୃତ କରିବାର ଉପକ୍ରମ

ଗତ ଆଲୋଚନାରେ ଆମେ ଟଲେମୀଙ୍କ ଭୂଗୋଳରେ ଥିବା କୋନ୍ନାଗର ଶବ୍ଦକୁ ମିଶାଇ କୋଣାର୍କର ବାରଟି ନାମର ତାଲିକା ପ୍ରସ୍ତୁତ କରିଥିଲୁ। ସେଥିରେ ହୁଏନ୍‌ସାଂଙ୍କ ‘ଚେଳିତୋଳ’ ଶବ୍ଦକୁ ସାମିଲ କରି ନ ଥିଲୁ। ଏହି ଶବ୍ଦକୁ ସମର୍ଥନ କରିଛନ୍ତି ‘ପୁରୀ ଡିଷ୍ଟ୍ରିକ୍ଟ ଗେଜେଟିଅର (୧୩ଶ ସଂସ୍କରଣ, ପୃ-୩୧୩)। ଏହି ନାମକୁ ଚିତ୍ରୋତ୍ପଳା ବନ୍ଦର ସହିତ ସମୀକରଣ କରିବାକୁ ଅନେକ ଆଲୋଚକ ଇଚ୍ଛା କରିନାହାନ୍ତି। ଭିନ୍ନ ମତ ଦେଇଛନ୍ତି। ସବୁ କଥାରେ ଭିନ୍ନମତ ବେଳେ ବେଳେ ଗୋଟାଏ ଜାତିର ଐତିହ୍ୟଗାଥାକୁ ଊଣା କରିଦିଏ। ବିଶ୍ୱ ଦରବାର କଥା ଛାଡ଼, ଜାତୀୟସ୍ତରରେ ଆମେ ଆମର ଗୌରବପୂର୍ଣ୍ଣ ଗାଥାକୁ ଠିକଣା ଢଙ୍ଗରେ ସଜେଇପାରିନେ ମନେହୁଏ ଏଇ କାରଣ ଯୋଗୁ। ନଇଲେ ଏଲଫିନ୍‌ ଷ୍ଟୋନ ୧୮୩୯ ମସିହାରେ ‘ଭାରତ ଇତିହାସ’ରେ ଓଡ଼ିଶାର ଗଙ୍ଗବଂଶକୁ ବଙ୍ଗୀୟ ବୋଲି ଲେଖିଥାନ୍ତେ! ଶ୍ରୀ ହଣ୍ଟର ୟାକୁ ସମର୍ଥନ କରି ନୂତନ ଇତିହାସ ଲେଖି ଓଡ଼ିଶା ଇତିହାସକୁ ବିକୃତ ବଳୟ ଭିତରକୁ ଠେଲିଦେଇଥାନ୍ତେ! ହଣ୍ଟର ସେତିକିରେ ଅଟକିଲେ ନାହଁି, କୋଣାର୍କ ମନ୍ଦିରକୁ ‘ବଙ୍ଗାଳୀ କଳାକୃତି’ ବୋଲି ବହିରେ ଛାପିଦେଲେ। ସତରେ ଯେମିତି ଅପେକ୍ଷା କରିଥିଲେ ରାଜେନ୍ଦ୍ରନାଥ ମିତ୍ର। ସେ ‘ଏଣ୍ଟିକ୍ୱିଜ ଅଫ୍‌ ଓଡ଼ିଶା’ର ୨ୟ ଭାଗ ପୃ-୧୫୫ରେ ୟାକୁ ସମର୍ଥନ କରିଗଲେ। ଭାବିଲେ ନାହିଁ ବଙ୍ଗାଳୀମାନେ ନିଜ ରାଜ୍ୟରେ କଳାକୃତିର ମନ୍ଦିରଟିଏ ଗଢ଼ି ପାରିନାହାନ୍ତି। କେମିତି ଏଠିକି ଆସି ଗଢ଼ିଦେଲେ!
୧୮୮୦ ମସିହାରେ ମିତ୍ରଙ୍କ ପୁସ୍ତକର ପ୍ରଥମ ସଂସ୍କରଣ ପ୍ରକାଶ ପାଇବାପରେ ଯାହା ହେବା କଥା ତାହା ହେଲା। ଅର୍ବାଚୀନ ବଙ୍ଗ ଇତିହାସକାରମାନେ ମତୁଆଲା ହୋଇଗଲେ। ସେମାନେ ଓଡ଼ିଶାର ଭାଷା, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଗର୍ଭସାତ୍‌ କରିବା ପାଇଁ ୫୦ ବର୍ଷ ଧରି ଲେଖନୀ ଚଳାଇଲେ। ଏମାନଙ୍କ ସହିତ ମତୁଆଲା ହୋଇଗଲେ ପ୍ରଥିତଯଶା ବଙ୍ଗୀୟ ସାହିତି୍ୟକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଓରଫ ବଙ୍କିମ ଚାଟାର୍ଜୀ। ସେ ‘ବାଂଲାର ଇତିହାସେର ଉପାଦାନ’ ଶୀର୍ଷକ ପ୍ରବନ୍ଧ ଲେଖିଲେ। ‘ମଣିମାଳା’ରେ (ବିଦ୍ୟାଳୟ ପାଠ୍ୟପୁସ୍ତକ) ତାହା ସ୍ଥାନ ପାଇବା ପରେ ବଙ୍ଗାଳୀ ପିଲେ ତାକୁ ପଢ଼ିଲେ। ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଆମର ବନ୍ଦନୀୟ, ଏଇଥିପାଇଁ ଯେ ସେ ବଙ୍କିମ ଚାଟାର୍ଜୀଙ୍କ ଉକ୍ତିକୁ ଉଦ୍ଧୃତ କରି ତାହାକୁ ଅସାର ପ୍ରତିପାଦନ କରିଥିଲେ। ଚାଟାର୍ଜୀ ଲେଖିଥିଲେ- ‘ଏଇ ବଙ୍ଗେରଇ ଗଙ୍ଗବଂଶ ଏକଦିନ ଓଡ଼ିଶ୍ୟାର ରାଜ୍ୟ ସ୍ଥାପନ ପୂର୍ବକ ଏକଦିନେ ଯେମନ ପୁରୀର ଓ କୋଣାର୍କର ମନ୍ଦିର ନିର୍ମାଣ କରିୟା ଛିଲେନ୍‌, ଆପର ଦିକେ ସେଇ ରୂପ ତିନି ଶତ ବତ୍ସର ଧରିୟା ବିଜଣୀଷୁ ପାଠାନ ଗନକେ ପଦେ ପଦେ ପରାଭୂତ ଓ ଲାଞ୍ଛିତ କରିୟା ଛିଲେନ୍‌। ଆତ୍ମବିସ୍ମୃତି ବାଙ୍ଗାଲୀ ଏ ସମସ୍ତ କଥା କି ତୋମାକେ ଅପରେ ସ୍ମରଣ କରାଇୟା ଦିତେ ଆସିବେ? ହାଣ୍ଟାରେର ଗ୍ରନ୍ଥେ ଯେ ଉଡ଼ିଆ ମୈନ୍ୟର ଏତ ପ୍ରଶଂସା ତାହାର ତୋମାଦେର ଉଡ଼ିଶ୍ୟାବାସୀ ବାଙ୍ଗାଲୀ ସୈନ୍ୟ’।
ଏଇଠି ସରିଲାନି କଥା। ନଗେନ୍ଦ୍ର ନାଥ ବସୁ କୋଣାର୍କ ମନ୍ଦିରକୁ ଲକ୍ଷ୍ୟ କରି ଲେଖିଲେ- ଯଦି କେଉଁଠି ବଙ୍ଗୀୟ ଶିଳ୍ପ ନୈପୁଣ୍ୟର ଉଜ୍ଜ୍ୱଳ ଉଦାହରଣ ଥାଏ ତାହା ଏଇ ରବିକ୍ଷେତ୍ର (ବିଶ୍ୱକୋଷ, ୪ର୍ଥ ଭାଗ, ପୃ-୫୮୦)। ସେ ମହାଶୟ କୋଣାର୍କ ମନ୍ଦିରଠି ଅଟକିଲେ ନାହିଁ। ‘ଭବଭୂମିବାର୍ତ୍ତା’ ନାମରେ ବହିଟିଏ ଲେଖିଲେ। ସେଥିରେ ଭୁବନେଶ୍ୱରର ପ୍ରାୟ ସମସ୍ତ ମନ୍ଦିର ବଙ୍ଗାଳୀଙ୍କର କୀର୍ତ୍ତି ବୋଲି ପ୍ରାମାଣିତ କରିବାକୁ ଚେଷ୍ଟା କଲେ।
ଏହାପରେ ଆଗକୁ ଆସିଲେ ବିଜୟ ଚନ୍ଦ୍ର ମଜୁମଦାର। ସେ ଆଉ ପାଦେ ଆଗେଇ ଯାଇ ଲେଖିଲେ- ସୋମବଂଶୀ ରାଜାମାନେ ବଙ୍ଗାଳୀ ଏବଂ ମହାରାଜା ଯଯାତି ବଙ୍ଗାଳୀ ଥିଲେ। ୧୯୨୫ ମସିହାରେ ‘ଓରିଶା ଇନ୍‌ ଦି ମେକିଙ୍ଗ’ ପୁସ୍ତକ ପ୍ରକାଶ ପାଇଥିଲା। ୟାକୁ କଲିକତା ବିଶ୍ୱବିଦ୍ୟାଳୟ ପ୍ରକାଶ କରିଥିଲା। ଏଥିରେ ସୋମବଂଶୀ ରାଜାମାନେ ଓ ମହାରାଜା ଯଯାତି ବଙ୍ଗାଳୀ ଥିଲେ ବୋଲି ମୋହର ବାଜିଲା। ଦେଶର ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଶେଷରେ ଗୋଟାଏ ଜାତିର ଐତିହ୍ୟକୁ ନିଜୀକରଣ କରିବାରେ ସହାୟତା କଲେ। ବଙ୍କିମ ଚାଟାର୍ଜୀ ଯେଉଁ ଶେଷ ବାକ୍ୟଟି ଲେଖିଥିଲେ ଯେ ‘ହଣ୍ଟରଙ୍କ ଗ୍ରନ୍ଥରେ ଯେଉଁ ଓଡ଼ିଆ ସୈନ୍ୟଙ୍କର ଏତେ ପ୍ରଶଂସା କରାଯାଇଛି ତାହା ତୁମର ଓଡ଼ିଶାବାସୀ ବାଙ୍ଗାଲୀ ସୈନ୍ୟ’ ତାହାକୁ ଆଗେଇ ନେଲେ ମଜୁମ୍‌ଦାର। ସେ ରାଜବଂଶ ଓ ରାଜାଙ୍କୁ ବଙ୍ଗାଳୀ ବୋଲି ହାତକାଟି ଲେଖିଦେଲେ। ଅଥଚ ଥରୁଟିଏ ଇତିହାସରେ ପ୍ରାମାଣିକ ତଥ୍ୟ ଦେଖି ଲେଖିଲେ ନାହିଁ ଯେ ଆଫଗାନମାନଙ୍କ ଅତ୍ୟାଚାରରେ ବଙ୍ଗାଳୀ ରାଜାମାନେ ଓଡ଼ିଶା ରାଜାଙ୍କ ଶରଣ ନେଇଥିଲେ ଏବଂ ଓଡ଼ିଶାର ଗଜପତି ତାଙ୍କୁ ସୁରକ୍ଷିତ ଭାବରେ ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଲୁଚାଇ ରଖିଥିଲେ ବୋଲି। ସ୍ମୃତି ଆଜି ବି ଅଛି। ବଙ୍ଗଳାର ରାଜାଙ୍କୁ ରଖାଯାଇଥିବା ସ୍ଥାନ ଗୌଡ଼ବାଡ଼ ସାହି ନାମରେ ଆଜି ପରିଚିତ ହେଉଅଛି। (ବଙ୍ଗଳାର ରାଜା ଗୌଡ଼ଦେଶ ରାଜା ଭାବରେ ପରିଚିତ ଥିଲେ)।
ଆମେ ଆରମ୍ଭ କରିଥିଲେ ଜାତିର ଐତିହ୍ୟ ଗାଥାକୁ ଅନ୍ୟମାନେ ବିକୃତ କରିବାରେ ଲାଗିଥିବା ବେଳେ ଆମେ କିପରି ଉଦାସୀନ ରହିଗଲେ। ଜାତୀୟ ସ୍ତରରେ ପହଞ୍ଚେଇବାରେ ପଛୁଆ ହୋଇଗଲେ। କୋଣାର୍କ ମନ୍ଦିରର ସମସ୍ତ ଶ୍ରେୟ ସେହିପରି ସେମାନେ ଛଡ଼େଇ ନେବାର ଉପକ୍ରମ ଆରମ୍ଭ କରି ପତ୍ର/ପତ୍ରିକା, ଗଳ୍ପ, ଉପନ୍ୟାସ, କବିତା, ଆଲୋଚନା ଓ ଇତିହାସ ପୁସ୍ତକ ମାଧ୍ୟମରେ ପ୍ରଚାର କରିଚାଲିଥିଲେ। ଆମେ ସେତେବେଳେ ସ୍ବାଧୀନତାର ସ୍ବପ୍ନ ଦେଖି ଫିରିଙ୍ଗିମାନଙ୍କ ସହିତ ସଂଗ୍ରାମରେ ଜୀବନକୁ ବାଜି ଲଗାଇଥିଲୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri