Posted inଫୁରସତ

ଓଡ଼ିଶାର ଗୌରବମୟ ଐତିହ୍ୟକୁ ବିକୃତ କରିବାର ଉପକ୍ରମ

ଗତ ଆଲୋଚନାରେ ଆମେ ଟଲେମୀଙ୍କ ଭୂଗୋଳରେ ଥିବା କୋନ୍ନାଗର ଶବ୍ଦକୁ ମିଶାଇ କୋଣାର୍କର ବାରଟି ନାମର ତାଲିକା ପ୍ରସ୍ତୁତ କରିଥିଲୁ। ସେଥିରେ ହୁଏନ୍‌ସାଂଙ୍କ ‘ଚେଳିତୋଳ’ ଶବ୍ଦକୁ ସାମିଲ କରି ନ ଥିଲୁ। ଏହି ଶବ୍ଦକୁ ସମର୍ଥନ କରିଛନ୍ତି ‘ପୁରୀ ଡିଷ୍ଟ୍ରିକ୍ଟ ଗେଜେଟିଅର (୧୩ଶ ସଂସ୍କରଣ, ପୃ-୩୧୩)। ଏହି ନାମକୁ ଚିତ୍ରୋତ୍ପଳା ବନ୍ଦର ସହିତ ସମୀକରଣ କରିବାକୁ ଅନେକ ଆଲୋଚକ ଇଚ୍ଛା କରିନାହାନ୍ତି। ଭିନ୍ନ ମତ ଦେଇଛନ୍ତି। ସବୁ କଥାରେ ଭିନ୍ନମତ ବେଳେ ବେଳେ ଗୋଟାଏ ଜାତିର ଐତିହ୍ୟଗାଥାକୁ ଊଣା କରିଦିଏ। ବିଶ୍ୱ ଦରବାର କଥା ଛାଡ଼, ଜାତୀୟସ୍ତରରେ ଆମେ ଆମର ଗୌରବପୂର୍ଣ୍ଣ ଗାଥାକୁ ଠିକଣା ଢଙ୍ଗରେ ସଜେଇପାରିନେ ମନେହୁଏ ଏଇ କାରଣ ଯୋଗୁ। ନଇଲେ ଏଲଫିନ୍‌ ଷ୍ଟୋନ ୧୮୩୯ ମସିହାରେ ‘ଭାରତ ଇତିହାସ’ରେ ଓଡ଼ିଶାର ଗଙ୍ଗବଂଶକୁ ବଙ୍ଗୀୟ ବୋଲି ଲେଖିଥାନ୍ତେ! ଶ୍ରୀ ହଣ୍ଟର ୟାକୁ ସମର୍ଥନ କରି ନୂତନ ଇତିହାସ ଲେଖି ଓଡ଼ିଶା ଇତିହାସକୁ ବିକୃତ ବଳୟ ଭିତରକୁ ଠେଲିଦେଇଥାନ୍ତେ! ହଣ୍ଟର ସେତିକିରେ ଅଟକିଲେ ନାହଁି, କୋଣାର୍କ ମନ୍ଦିରକୁ ‘ବଙ୍ଗାଳୀ କଳାକୃତି’ ବୋଲି ବହିରେ ଛାପିଦେଲେ। ସତରେ ଯେମିତି ଅପେକ୍ଷା କରିଥିଲେ ରାଜେନ୍ଦ୍ରନାଥ ମିତ୍ର। ସେ ‘ଏଣ୍ଟିକ୍ୱିଜ ଅଫ୍‌ ଓଡ଼ିଶା’ର ୨ୟ ଭାଗ ପୃ-୧୫୫ରେ ୟାକୁ ସମର୍ଥନ କରିଗଲେ। ଭାବିଲେ ନାହିଁ ବଙ୍ଗାଳୀମାନେ ନିଜ ରାଜ୍ୟରେ କଳାକୃତିର ମନ୍ଦିରଟିଏ ଗଢ଼ି ପାରିନାହାନ୍ତି। କେମିତି ଏଠିକି ଆସି ଗଢ଼ିଦେଲେ!
୧୮୮୦ ମସିହାରେ ମିତ୍ରଙ୍କ ପୁସ୍ତକର ପ୍ରଥମ ସଂସ୍କରଣ ପ୍ରକାଶ ପାଇବାପରେ ଯାହା ହେବା କଥା ତାହା ହେଲା। ଅର୍ବାଚୀନ ବଙ୍ଗ ଇତିହାସକାରମାନେ ମତୁଆଲା ହୋଇଗଲେ। ସେମାନେ ଓଡ଼ିଶାର ଭାଷା, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଗର୍ଭସାତ୍‌ କରିବା ପାଇଁ ୫୦ ବର୍ଷ ଧରି ଲେଖନୀ ଚଳାଇଲେ। ଏମାନଙ୍କ ସହିତ ମତୁଆଲା ହୋଇଗଲେ ପ୍ରଥିତଯଶା ବଙ୍ଗୀୟ ସାହିତି୍ୟକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଓରଫ ବଙ୍କିମ ଚାଟାର୍ଜୀ। ସେ ‘ବାଂଲାର ଇତିହାସେର ଉପାଦାନ’ ଶୀର୍ଷକ ପ୍ରବନ୍ଧ ଲେଖିଲେ। ‘ମଣିମାଳା’ରେ (ବିଦ୍ୟାଳୟ ପାଠ୍ୟପୁସ୍ତକ) ତାହା ସ୍ଥାନ ପାଇବା ପରେ ବଙ୍ଗାଳୀ ପିଲେ ତାକୁ ପଢ଼ିଲେ। ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଆମର ବନ୍ଦନୀୟ, ଏଇଥିପାଇଁ ଯେ ସେ ବଙ୍କିମ ଚାଟାର୍ଜୀଙ୍କ ଉକ୍ତିକୁ ଉଦ୍ଧୃତ କରି ତାହାକୁ ଅସାର ପ୍ରତିପାଦନ କରିଥିଲେ। ଚାଟାର୍ଜୀ ଲେଖିଥିଲେ- ‘ଏଇ ବଙ୍ଗେରଇ ଗଙ୍ଗବଂଶ ଏକଦିନ ଓଡ଼ିଶ୍ୟାର ରାଜ୍ୟ ସ୍ଥାପନ ପୂର୍ବକ ଏକଦିନେ ଯେମନ ପୁରୀର ଓ କୋଣାର୍କର ମନ୍ଦିର ନିର୍ମାଣ କରିୟା ଛିଲେନ୍‌, ଆପର ଦିକେ ସେଇ ରୂପ ତିନି ଶତ ବତ୍ସର ଧରିୟା ବିଜଣୀଷୁ ପାଠାନ ଗନକେ ପଦେ ପଦେ ପରାଭୂତ ଓ ଲାଞ୍ଛିତ କରିୟା ଛିଲେନ୍‌। ଆତ୍ମବିସ୍ମୃତି ବାଙ୍ଗାଲୀ ଏ ସମସ୍ତ କଥା କି ତୋମାକେ ଅପରେ ସ୍ମରଣ କରାଇୟା ଦିତେ ଆସିବେ? ହାଣ୍ଟାରେର ଗ୍ରନ୍ଥେ ଯେ ଉଡ଼ିଆ ମୈନ୍ୟର ଏତ ପ୍ରଶଂସା ତାହାର ତୋମାଦେର ଉଡ଼ିଶ୍ୟାବାସୀ ବାଙ୍ଗାଲୀ ସୈନ୍ୟ’।
ଏଇଠି ସରିଲାନି କଥା। ନଗେନ୍ଦ୍ର ନାଥ ବସୁ କୋଣାର୍କ ମନ୍ଦିରକୁ ଲକ୍ଷ୍ୟ କରି ଲେଖିଲେ- ଯଦି କେଉଁଠି ବଙ୍ଗୀୟ ଶିଳ୍ପ ନୈପୁଣ୍ୟର ଉଜ୍ଜ୍ୱଳ ଉଦାହରଣ ଥାଏ ତାହା ଏଇ ରବିକ୍ଷେତ୍ର (ବିଶ୍ୱକୋଷ, ୪ର୍ଥ ଭାଗ, ପୃ-୫୮୦)। ସେ ମହାଶୟ କୋଣାର୍କ ମନ୍ଦିରଠି ଅଟକିଲେ ନାହିଁ। ‘ଭବଭୂମିବାର୍ତ୍ତା’ ନାମରେ ବହିଟିଏ ଲେଖିଲେ। ସେଥିରେ ଭୁବନେଶ୍ୱରର ପ୍ରାୟ ସମସ୍ତ ମନ୍ଦିର ବଙ୍ଗାଳୀଙ୍କର କୀର୍ତ୍ତି ବୋଲି ପ୍ରାମାଣିତ କରିବାକୁ ଚେଷ୍ଟା କଲେ।
ଏହାପରେ ଆଗକୁ ଆସିଲେ ବିଜୟ ଚନ୍ଦ୍ର ମଜୁମଦାର। ସେ ଆଉ ପାଦେ ଆଗେଇ ଯାଇ ଲେଖିଲେ- ସୋମବଂଶୀ ରାଜାମାନେ ବଙ୍ଗାଳୀ ଏବଂ ମହାରାଜା ଯଯାତି ବଙ୍ଗାଳୀ ଥିଲେ। ୧୯୨୫ ମସିହାରେ ‘ଓରିଶା ଇନ୍‌ ଦି ମେକିଙ୍ଗ’ ପୁସ୍ତକ ପ୍ରକାଶ ପାଇଥିଲା। ୟାକୁ କଲିକତା ବିଶ୍ୱବିଦ୍ୟାଳୟ ପ୍ରକାଶ କରିଥିଲା। ଏଥିରେ ସୋମବଂଶୀ ରାଜାମାନେ ଓ ମହାରାଜା ଯଯାତି ବଙ୍ଗାଳୀ ଥିଲେ ବୋଲି ମୋହର ବାଜିଲା। ଦେଶର ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଶେଷରେ ଗୋଟାଏ ଜାତିର ଐତିହ୍ୟକୁ ନିଜୀକରଣ କରିବାରେ ସହାୟତା କଲେ। ବଙ୍କିମ ଚାଟାର୍ଜୀ ଯେଉଁ ଶେଷ ବାକ୍ୟଟି ଲେଖିଥିଲେ ଯେ ‘ହଣ୍ଟରଙ୍କ ଗ୍ରନ୍ଥରେ ଯେଉଁ ଓଡ଼ିଆ ସୈନ୍ୟଙ୍କର ଏତେ ପ୍ରଶଂସା କରାଯାଇଛି ତାହା ତୁମର ଓଡ଼ିଶାବାସୀ ବାଙ୍ଗାଲୀ ସୈନ୍ୟ’ ତାହାକୁ ଆଗେଇ ନେଲେ ମଜୁମ୍‌ଦାର। ସେ ରାଜବଂଶ ଓ ରାଜାଙ୍କୁ ବଙ୍ଗାଳୀ ବୋଲି ହାତକାଟି ଲେଖିଦେଲେ। ଅଥଚ ଥରୁଟିଏ ଇତିହାସରେ ପ୍ରାମାଣିକ ତଥ୍ୟ ଦେଖି ଲେଖିଲେ ନାହିଁ ଯେ ଆଫଗାନମାନଙ୍କ ଅତ୍ୟାଚାରରେ ବଙ୍ଗାଳୀ ରାଜାମାନେ ଓଡ଼ିଶା ରାଜାଙ୍କ ଶରଣ ନେଇଥିଲେ ଏବଂ ଓଡ଼ିଶାର ଗଜପତି ତାଙ୍କୁ ସୁରକ୍ଷିତ ଭାବରେ ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଲୁଚାଇ ରଖିଥିଲେ ବୋଲି। ସ୍ମୃତି ଆଜି ବି ଅଛି। ବଙ୍ଗଳାର ରାଜାଙ୍କୁ ରଖାଯାଇଥିବା ସ୍ଥାନ ଗୌଡ଼ବାଡ଼ ସାହି ନାମରେ ଆଜି ପରିଚିତ ହେଉଅଛି। (ବଙ୍ଗଳାର ରାଜା ଗୌଡ଼ଦେଶ ରାଜା ଭାବରେ ପରିଚିତ ଥିଲେ)।
ଆମେ ଆରମ୍ଭ କରିଥିଲେ ଜାତିର ଐତିହ୍ୟ ଗାଥାକୁ ଅନ୍ୟମାନେ ବିକୃତ କରିବାରେ ଲାଗିଥିବା ବେଳେ ଆମେ କିପରି ଉଦାସୀନ ରହିଗଲେ। ଜାତୀୟ ସ୍ତରରେ ପହଞ୍ଚେଇବାରେ ପଛୁଆ ହୋଇଗଲେ। କୋଣାର୍କ ମନ୍ଦିରର ସମସ୍ତ ଶ୍ରେୟ ସେହିପରି ସେମାନେ ଛଡ଼େଇ ନେବାର ଉପକ୍ରମ ଆରମ୍ଭ କରି ପତ୍ର/ପତ୍ରିକା, ଗଳ୍ପ, ଉପନ୍ୟାସ, କବିତା, ଆଲୋଚନା ଓ ଇତିହାସ ପୁସ୍ତକ ମାଧ୍ୟମରେ ପ୍ରଚାର କରିଚାଲିଥିଲେ। ଆମେ ସେତେବେଳେ ସ୍ବାଧୀନତାର ସ୍ବପ୍ନ ଦେଖି ଫିରିଙ୍ଗିମାନଙ୍କ ସହିତ ସଂଗ୍ରାମରେ ଜୀବନକୁ ବାଜି ଲଗାଇଥିଲୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri