ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢ଼ି କଳାକୁ ପୁନର୍ଜୀବିତ ପ୍ରୟାସ

କୋରାପୁଟ,୪ା୭(ସ୍ବ.ପ୍ର.): ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢୀ କଳାକୁ ପୁର୍ନଜୀବିତ କରିବା ଲାଗି ରବିବାର ଇନ୍‌ଟାକ ଓ କୋଟ୍‌ସ ପକ୍ଷରୁ ମିଳିତ କର୍ମଶାଳା ସ୍ଥାନୀୟ କୋଟସ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ା କେରଙ୍ଗ ଗଛର ବକଳରୁ ବୁଣାଯାଉଥିବା ଶାଢୀ ପ୍ରୟତଃ ଏବେ ଲୋପ ପାଇଗଲାଣି। କୋରାପୁଟ ଜିଲାର ଏହି ଗାଦବା ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢୀ କଳାକୁ ପୁର୍ନଜୀବିତ କରିବାକୁ ଆଗେଇ ଆସିଛି ଇନ୍‌ଟାକ ସଂସ୍ଥା ା କୋରାପୁଟର ପୂର୍ବତନ ଜିଲାପାଳ ସଞ୍ଜୀବ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାକୁ ଜିଲାପାଳ ଅବଦାଲ ଏମ. ଅଖତାର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ ା ଡ. ଅନିଲ ଧୀର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ଇନ୍‌ଟାକର ସର୍ଭେ ରିର୍ପୋଟ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ସେ ପ୍ରକାଶ କହିଥିଲେ। ଲମତାପୁଟ ବ୍ଲକର ଗୋଡି ହଞ୍ଜର ଗ୍ରାମର ମହିଳା ପୁରୁଷମାନେ କେରଙ୍ଗ ଗଛ ଓ ଶାଢି ବୁଣିବା ଉପକରଣ ଆଣି କର୍ମଶାଳାରେ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ ା ଏହି ଅବସରରେ ଇନ୍‌ଟାକର ଆଜୀବନ ସଦସ୍ୟ ପରେଶ ରଥଙ୍କ ଦ୍ୱାରା ମହାରାଜା ବିକ୍ରମ ଦେବଙ୍କ ଉପରେ ରଚିତ ଇ-ବୁକ, ସୁନାବେଡା ମହିଳା ଡିଗ୍ରୀ କଲେଜର ଅଡିଆ ବିଭାଗ ଅଧ୍ୟାପକ ଡ. ବାସୁଦେବ ସାହୁଙ୍କ ଦ୍ୱାରା ଓଡିଆ ଭାଷାରେ ରଚିତ କୋରାପୁଟର କନ୍ଧ ସମ୍ପ୍ରଦାୟ ଉପରେ ଆଧାରିତ ପୁସ୍ତକକୁ ଜିଲାପାଳ ଉନ୍ମୋଚନ କରିଥିଲେ ା କୋରାପୁଟ ଇନ୍‌ଟାକ ଚାପ୍ଟରର ଆବାହକ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ମାଝୀ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ କାର୍ତିକ, ସ୍ପ୍ରେଡ ଅନୁଷ୍ଠାନର ସମ୍ପାଦକ ବିଦ୍ୟୁତ୍‌ ମହାନ୍ତି, ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ. ଜଗବନ୍ଧୁ ସାମଲ , ଆଦିବାସୀ ପରମ୍ପରାର ଗବେଷକ ଡ. ରାଜେନ୍ଦ୍ର ପାଢୀ, ଆଇନଜୀବୀ ଅଜତ୍‌ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା

କୁନ୍ଦୁରା/କୋରାପୁଟ,୨୩।୯(ସନ୍ତୋଷ ପ୍ରହରାଜ/ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଶିବ ପ୍ରସାଦ ସେନାପତି ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?