Posted inଖେଳ

ପଡ଼ିଆ ଭିତରକୁ ଆସିଲା ଆମ୍ବୁଲାନ୍ସ

କୋଇମ୍ବାଟୁର, ୧୭।୯(ପି.ଟି.): ଦୁଲିପ ଟ୍ରଫି କ୍ରିକେଟ ସେମିଫାଇନାଲ ଅବସରରେ ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଆମ୍ବୁଲାନ୍ସକୁ ପଡ଼ିଆ ଭିତରକୁ ଆସିବାକୁ ପଡ଼ିଛି। ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଚାଲିଥିବା ମ୍ୟାଚ ଅବସରରେ ଶୁକ୍ରବାର ଏହି ଘଟଣା ଘଟିଥିଲା। ପଶ୍ଚିମାଞ୍ଚଳ ମିଡିୟମ ପେସର ଚିନ୍ତନ ଗାଜାଙ୍କ ଏକ ବିପଜ୍ଜନକ ଥ୍ରୋରେ କେନ୍ଦ୍ରାଞ୍ଚଳର ଭେଙ୍କଟେଶ୍‌ ଆୟାର ଆହତ ହୋଇଥିଲେ। ଗାଜା ଫଲୋ ଥ୍ରୁ ଅବସରରେ ତରବରିଆଭାବେ କରିଥିବା ଥ୍ରୋ ଭେଙ୍କଟେଶ୍‌ଙ୍କ ମୁଣ୍ଡରେ ବାଜିଥିଲା। ଭାରତୀୟ ଦଳ ପକ୍ଷରୁ ଖେଳି ସାରିଥିବା ଭେଙ୍କଟେଶ ଏଠାରେ ଗାଜାଙ୍କ ବଲ୍‌ରେ ଏକ ଛକା ମାରି ନିଜ ଇନିଂସ ଆରମ୍ଭ କରିଥିଲେ। ପରବର୍ତ୍ତୀ ବଲ୍‌କୁ ସେ ଗାଜାଙ୍କ ଆଡ଼କୁ ମାରିଥିଲେ। ମାତ୍ର ଗାଜା ବଲ୍‌କୁ ଫିଲ୍ଡିଂ କରିନେଇ ଭେଙ୍କଟେଶଙ୍କ ଆଡ଼କୁ ଥ୍ରୋ କରିଥିଲେ। ମୁଣ୍ଡରେ ବଲ୍‌ ଆଘାତ ଦେବାବରେ ଭେଙ୍କଟେଶ୍‌ ଯନ୍ତ୍ରଣା ଅନୁଭବ କରି ପଡ଼ିଆରେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ପଡ଼ିଆ ମଝିକୁ ଆସିଥିଲା। ଷ୍ଟ୍ରେଚର ମଧ୍ୟ ବାହାର କରାଯାଇଥିଲା। ମାତ୍ର ୨୭ ବର୍ଷୀୟ ଆୟାର ଚାଲିଚାଲି ପଡ଼ିଆ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ବିଶ୍ରାମ ନେବାପରେ ଭେଙ୍କଟେଶ୍‌ ଯଦିଓ ବ୍ୟାଟିଂ କରିବାକୁ ଆସିଥିଲେ ତେବେ ମାତ୍ର ୧୪ ରନକରି ଆଉଟ ହୋଇ ଯାଇଥିଲେ। ତେବେ ସେ ପରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ। ତାଙ୍କ ସ୍ଥାନରେ ଅଶୋକ ମିନାରିଆ ଫିଲ୍ଡିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri