ଖାକି କ୍ଷମତାର ଦୁରୁପଯୋଗ: ନିୟମ ଭାଙ୍ଗି ରଥଯାତ୍ରା ବୁଲିଥିଲେ ଜଣେ ଏସିପି, ଡିଏସ୍‌ପି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ବହୁ ବାଦବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ଗତ ୨୩ ତାରିଖରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ବିଶେଷକରି ଖୁବ୍‌କମ୍‌ ସମୟ ଭିତରେ ଶୃଙ୍ଖଳାରକ୍ଷା ଓ ସୁରୁଖୁରୁରେ ରଥଯାତ୍ରା କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ପୋଲିସ ଡିଜି ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତିର ସମୀକ୍ଷା କରିଥିଲେ। କେଉଁ ଅଧିକାରୀମାନେ କେଉଁ ଦାୟିତ୍ୱରେ ରହିବେ ଓ ରଥଯାତ୍ରାରେ କେଉଁମାନେ ସାମିଲ ହେବେ ତାହାର ମଧ୍ୟ ଟିକିନିଖି ତାଲିକା ହୋଇଥିଲା। ଏହାବାଦ୍‌ ଅନ୍ୟମାନଙ୍କୁ ସେଠାକୁ ଯିବା ଉପରେ କଟକଣା ଲାଗୁ କରାଯାଇଥିଲା। ହେଲେ ପୋଲିସ କରିଥିବା ନିୟମକୁ ଖୋଦ୍‌ ପୋଲିସ ବିଭାଗର ଦୁଇ ଉଚ୍ଚ ପଦସ୍ଥ ଅଧିକାରୀ ଭାଙ୍ଗିଥିବା ଘଟଣା ଏବେ ପଦାକୁ ଆସିଛି। କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ଜଣେ ଏସିପି ଓ ଏକ ଜିଲାର ଜଣେ ଡିଏସ୍‌ପି ନିଜ କ୍ଷମତାର ଦୁରୁପଯୋଗ କରି ପୁରୀ ଯାଇ ରଥଯାତ୍ରାରେ ସାମିଲ ହୋଇଥିଲେ। ଏନେଇ ଅଭିଯୋଗ ଉପରସ୍ତରରେ ପହଞ୍ଚତ୍ବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ଡିଜିପିଙ୍କୁ ରିପୋର୍ଟ ଦିଆଯାଇଥିବାବେଳେ ବଦନାମ ଭୟରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଥିବା କୁହାଯାଉଛି।

ମିଳିଥିବା ସୂଚନାନୁସାରେ, ଦୁଇ ଅଫିସର ପୃଥକ ଭାବେ ସରକାରୀ ଗାଡି ବ୍ୟବହାର କରି ପୁରୀ ଯାଇଥିଲେ। ଏସିପି ଜଣକ ପୋଲିସ ପୋଷାକରେ ଓ ଡିଏସ୍‌ପି ଜଣକ ସାଦାପୋଷାକରେ ଥିଲେ। ବିଭିନ୍ନ ସ୍ଥାନରେ କଡ଼ା ଯାଞ୍ଚ ହୋଇଥିଲେ ମଧ୍ୟ ପୋଲିସ ଗାଡ଼ି ଯୋଗୁ ଅଟକାଯାଇ ନ ଥିଲା। ତେବେ ଡିଏସ୍‌ପି ଜଣକ ସାଦା ପୋଷାକରେ ଥିବା ଦେଖି ଗୋଟିଏ ସ୍ଥାନରେ ଡ୍ୟୁଟିରେ ଥିବା ଅଧିକାରୀ ଅଟକାଇଥିଲେ। ଏହାକୁ ନେଇ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ସେମାନେ ବଡ଼ଦାଣ୍ଡରେ ପହଞ୍ଚତ୍ବା ପରେ ରଥଟଣାରେ ମଧ୍ୟ ସାମିଲ ହୋଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳୁଛି। କେତେଜଣ ପୋଲିସ ଅଧିକାରୀ ଏ ସମ୍ପର୍କରେ ଏସ୍‌ପିଙ୍କୁ ଜଣାଇବା ପରେ ଘଟଣା ଡିଆଇଜିଙ୍କ ପାଖରେ ପହଞ୍ଚତ୍ଲା। ପୁରୀ ଏସ୍‌ପି ଓ ଡିଆଇଜି ସ୍ତରୀୟ ତଦନ୍ତ ରିପୋର୍ଟ ପୋଲିସ ଡିଜିଙ୍କୁ ଦିଆଯାଇଥିବା ପୋଲିସ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ଜଣାପଡିଛି। ଉକ୍ତ ସୂତ୍ର ଅନୁସାରେ, ପୋଲିସର ଅଫିସରମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏଭଳି ନିୟମକୁ ଉଲ୍ଲଂଘନ କରି ପୁରୀ ଯାଉଥିବାରୁ ଗତ ୨୪ ତାରିଖରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ତରବରିଆ ଭାବେ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କଟକଣା ସମୟରେ ବିନା କାର୍ଯ୍ୟରେ କୌଣସି ପୋଲିସ ଅଫିସର ପୁରୀ ଯାଇପାରିବେ ନାହିଁ। କାମ ଥିଲେ ପୋଲିସ ମୁଖ୍ୟାଳୟରୁ ଅନୁମତି ନେଇଯିବାକୁ ନିର୍ଦ୍ଦେଶ ରହିଛି।

ତେବେ ଏହି ଦୁଇ ଅଫିସର ପୂର୍ବରୁ ଏକାଧିକ ଘଟଣାରେ ବିବାଦକୁ ଆସିଛନ୍ତି। କମିଶନରେଟ ପୋଲିସର ସମ୍ପୃକ୍ତ ଏସିପିଙ୍କ ବିରୋଧରେ ମଧ୍ୟ ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗ ହୋଇଛି। ଏଥିପାଇଁ ସେ ନିଲମ୍ବିତ ହୋଇଥିବାବେଳେ ଡିଏସ୍‌ପିଙ୍କ ନାଁରେ ମଧ୍ୟ ବହୁ ସମୟରେ ଅଭିଯୋଗ ଆସିଛି। ସେହିଭଳି ପୂର୍ବରୁ ମଧ୍ୟ ବଡଚଣା ଥାନା ଅଧିକାରୀ ଲକ୍‌ଡାଉନ ନିୟମ ଭାଙ୍ଗି ଚୋରା ଗାଡିରେ ପରିବାର ସହ ପୁରୀ ବୁଲିବାକୁ ଆସି ନିଲମ୍ବିତ ହୋଇଛନ୍ତି। ଏଭଳି କେତେଜଣ ଅମାନିଆ ପୋଲିସ ଅଧିକାରୀଙ୍କ ପାଇଁ ଖାକିରେ କଳଙ୍କ ଲାଗିଛି। ତେବେ ବର୍ତ୍ତମାନର ଘଟଣା ସମ୍ପର୍କରେ ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ପଚାରିବାରୁ ସେ ଏହାକୁ ଏଡାଇ ଯାଇ କ’ଣ ହୋଇଛି ମୁଁ ବୁଝୁଛି ବୋଲି କହି ଫୋନ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri