ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା

ବ୍ରସେଲ୍ସ,୫।୩: ଆମେରିକାଠାରୁ ଦୂରେଇଯିବାର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ରୁଷିଆ ସହ ବୁଝାମଣା ପାଇଁ ୟୁକେନ୍‌କୁ ସାମରିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ୟୁରୋପୀୟ ରାଷ୍ଟ୍ର ସଂଘ ଏହାର ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୟୁରୋପୀୟ ସଂଘର କାର୍ଯ୍ୟକାରୀ ମୁଖ୍ୟ ମଙ୍ଗଳବାର ୮୦୦ ବିଲିୟନ ୟୁରୋ (୮୪୧ ବିଲିୟନ ଡଲାର)ର ଯୋଜନା ପ୍ରସ୍ତାବ ରଖିଛନ୍ତି। ଏହି ବିଶାଳ ‘ରିଆର୍ମ ୟୁରୋପ୍‌’ ପ୍ୟାକେଜ୍‌ ସମ୍ପର୍କରେ ୟୁରୋପୀୟ ୟୁନିୟନ (ଇୟୁ)ର ୨୭ ସଦସ୍ୟ ରାଷ୍ଟ୍ରଙ୍କୁ ଅବଗତ କରାଯିବ ବୋଲି ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନ କହିଛନ୍ତି। ଆମେରିକା ସହ ରାଜନୈତିକ ଅନିଶ୍ଚିତତା ବଢ଼ୁଥିବାବେଳେ ୨୭ ଇୟୁ ନେତାଙ୍କ ସହ ଏସମ୍ପର୍କରେ ଆଲୋଚନା ପାଇଁ ବ୍ରସେଲ୍ସରେ ଗୁରୁବାର ଜରୁରୀ ବୈଠକ ଡକାଯାଇଛି। ୟୁକ୍ରେନ୍‌କୁ ଆମେରିକା ସାମରିକ ସହାୟତା ବନ୍ଦ କରିବା ଲାଗି ଏହାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ନଷ୍ପତ୍ତି ନେବା ପୂର୍ବରୁ ଉର୍ସୁଲା ତାଙ୍କ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି। ୮୦୦ ବିଲୟନ ୟୁରୋ ଯୋଜନା ୟୁରୋପକୁ ସୁରକ୍ଷିତ ତଥା ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ କରାଇବ। ନାଟୋରେ ଆମେ ଆମ ସହଯୋଗୀମାନଙ୍କ ସହ ଏକାଠି କାର୍ଯ୍ୟ ଜାରି ରଖିବୁ ବୋଲି ଉର୍ସୁଲା କହିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌କୁ ତୁରନ୍ତ ମିଶାଇଲ୍‌ ଡିଫେନ୍ସ ସିଷ୍ଟମ୍‌, କମାଣ, କ୍ଷେପଣାସ୍ତ୍ର, ଡ୍ରୋନ୍‌ ଆଦି ସାମରିକ ଉପକରଣ ପଠାଇପାରିବେ। ସୁରକ୍ଷା ପ୍ରତି ବିପଦ ବଢ଼ୁଥିବାରୁ ଇୟୁ ଏବେ ବିପଦର ସମ୍ମୁଖୀନ ହୋଇଛି। ଏଥିସହ ଓ୍ବାଶିଂଟନ ୟୁକ୍ରେନ୍‌କୁ ସହାୟତା ବନ୍ଦ କରିବା ପରେ ଏହି ଦେଶକୁ ସହାୟତା ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ସେଥିପାଇଁ ୟୁରୋପୀୟ ସଂଘକୁ କଠୋର ପଦକ୍ଷେପ ନେବାକୁ ହେବ ବୋଲି ଉର୍ସୁଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଘଟଣାସ୍ଥଳରେ ଚାଳକଙ୍କ ଜୀବନ ଗଲା

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

ICC Player of the Month ପାଇଁ ଏହି ୩ ଖେଳାଳି ମନୋନୀତ: ଜଣେ ଟିମ୍‌ଇଣ୍ଡିଆକୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୧।୯: ଅଗଷ୍ଟ ମାସ ପାଇଁ ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ (ICC Player of the Month) ପୁରସ୍କାର ନିମନ୍ତେ ତିନିଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି।…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌…

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଗ୍ରାହକ ହନ୍ତସନ୍ତ, ବ୍ୟାଙ୍କସେବା ପ୍ରଭାବିତ ହେବା ଆଶଙ୍କାରେ…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ…

ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ…

ହାତୀପଲ ଖାଇଯାଉଛନ୍ତି ପନିପରିବା, ଧାନଫସଲ ଦଳଚକଟି ନଷ୍ଟ କରିବା ସହ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର, ହାତୀଆଡ଼ି, ଦେଓଖାଳି, ବାଗଡ଼ା, ସୁମନ୍ତପୁର, କରପଡ଼ା ସମେତ ଚିକିଟି ବ୍ଲକର କେ.ନୂଆଗାଁ ଆଦି ଗ୍ରାମରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri