Posted inଖେଳ

ରୋହିତଙ୍କୁ ପ୍ରଭାବିତ କଲେ ୧୧ ବର୍ଷର ବୋଲର

ସିଡ୍‌ନୀ,୧୭।୧୦: ଭାରତ ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନେଟ୍‌ ଅଭ୍ୟାସରେ ଟିମ ଇଣ୍ଡିଆର ଖେଳାଳିମାନେ ଝାଳ ବୁହାଉଛନ୍ତି। ଏସବୁ ମଧ୍ୟରେ ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛି। ପରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ୧୧ ବର୍ଷୀୟ ବୋଲର ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନେଟ୍‌ରେ ଅଭ୍ୟାସ କରାଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ରୋହିତ ଏହି ଖେଳାଳିଙ୍କୁ ଟିମ ଇଣ୍ଡିଆ ପାଇଁ ଖେଳିବାକୁ ମଧ୍ୟ କହିଛନ୍ତି। ସେ ବୋଲରଙ୍କ ନାଁ ହେଉଛି ଦ୍ରଶିଲ ଚୌହାନ। ସେ ରୋହିତଙ୍କ ଜଣେ ପ୍ରଶଂସକ। ନେଟ୍‌ରେ ସେ ନିଜ ବୋଲିଂ ଜରିଆରେ ରୋହିତଙ୍କୁ ପ୍ରଭାବିତ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ରୋହିତ ଦ୍ରଶିଲଙ୍କୁ ଡାକି ଡ୍ରେସିଂ ରୁମ୍‌କୁ ନେଇଥିଲେ।
ବିସିସିଆଇ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ ଦ୍ରଶିଲ କହିଛନ୍ତି, ସେ ଜଣେ ବାମହାତୀ ଦ୍ରୁତ ବୋଲର ଏବଂ ତାଙ୍କର ଇନ୍‌ସୁଇଙ୍ଗ ୟର୍କର ଏବଂ ଆଉଟ୍‌ ସୁଇଙ୍ଗର ତାଙ୍କର ପ୍ରିୟ ବଲ।
ଟି-୨୦ ବିଶ୍ୱକପ ୨୦୨୨ରେ ଟିମ୍‌ ଇଣ୍ଡିଆ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri