ଶୋଷ ମେଣ୍ଟାଇ ପାରୁନି ଅମୃତଧାରା ପ୍ରକଳ୍ପ

ଅମରପାଲି,୧୬ା୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତରେ ଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ(ଅମୃତଧାରା)ଦୀର୍ଘଦିନ ହେଲା ଅଚଳ ହୋଇ ପଡିଛି। ଫଳରେ ଲୋକେ ଅମୃତଧାରାରୁ ଥଣ୍ଡାପାଣି ପାଇ ପାରୁନାହାନ୍ତି। ଏଗୁଡିକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୬ଟି ଅମୃତଧାରା ପ୍ରକଳ୍ପ ରହିଛି। ଲୋକଙ୍କୁ ଥଣ୍ଡା ପାଣି ଯୋଗାଇବା ଉଦ୍ଦେଶ୍ୟରେ କରାଯାଇଥିବା ଅମୃତଧାରା ପ୍ରକଳ୍ପଗୁଡିକ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ପଞ୍ଚାୟତର ଗୌଡଗାଡ ଗ୍ରାମରେ ଗୋଟିଏ, ଅମରପାଲି ଗ୍ରାମରେ ଦୁଇଟି , ସ୍ଥାନୀୟ ହାଇସ୍କୁଲ ପରିସରରେ ଦୁଇଟି ଓ ବହଳପଦରରେ ଗୋଟିଏ ଅମୃତ ଧାରା ପ୍ରକଳ୍ପ କରାଯାଇଛି। ପ୍ରାୟ ୪ ଲକ୍ଷ ଟଙ୍କା ଲେଖଁାଏ ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା ଏହିସବୁ ପ୍ରକଳ୍ପ। ଗ୍ରାମ ପଞ୍ଚାୟତ ପାଣ୍ଠିରୁ ଚାରୋଟି ପ୍ରକଳ୍ପ କରାଯାଇଥିବା ବେଳେ ଗୋଟିଏ ପଞ୍ଚାୟତ ସମିତି ଓ ଆଉ ଗୋଟିଏ ଜିଲା ପରିଷଦ ପାଣ୍ଠିରୁ ନିର୍ମାଣ କରାଯାଇଥିଲା। ୬ଟି ଅମୃତ ଧାରାରୁ ଏବେ ବହଳପଦରରେ ଥିବା ଗୋଟିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବେଳେ ବାକି ୫ଟି ପ୍ରକଳ୍ପ ଦୀର୍ଘ ଏକ ବର୍ଷ ହେବ ଅଚଳ ହୋଇପଡିଛି। ପଞ୍ଚାୟତ ପାଣ୍ଠିରୁ ନିର୍ମିତ ପ୍ରକଳ୍ପଗୁଡିକ ପାଇଁ ବୋରୱେଲ ଖନନ କରାଯାଇ ମଟର ଲଗାଯାଇଥିଲା । ମାତ୍ର ଅମରପାଲି ହାଇସ୍କୁଲ ପରିସରରେ ଥିବା ପ୍ରକଳ୍ପ ପାଇଁ ନୂଆ ବୋରୱେଲ ଖନନ କରା ଯାଇ ନ ଥିବା ବେଳେ ସ୍କୁଲ ପରିସରରେ ଥିବା ଏକ ପୁରୁଣା ବୋରୱେଲରୁ ସଂଯୋଗ ଦିଆଯାଇଥିଲା। ସବୁ ପ୍ରକଳ୍ପରେ ଫିଲଟର, ଫ୍ରିଜର ଓ ପାଣିଟାଙ୍କି ମଧ୍ୟ ଲାଗିଥିଲା। ପ୍ରକଳ୍ପଗୁଡିକ ମଧ୍ୟରୁ ଅମରପାଲିର ୨ଟି, ବହଳପଦର ଏବଂ ଗୌଡଗାଡର ଗୋଟିକ ଲେଖାଏଁ ପ୍ରକଳ୍ପକୁ ତତ୍କାଳୀନ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତ ତା୧୬ା୭ା୨୦୨୧ରେ ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପ ଉଦ୍‌ଘାଟନର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। କେବଳ ଗୌଡଗାଡ ପ୍ରକଳ୍ପ ଦିନ କେଇଟା ଚାଲି ଅଚଳ ହୋଇପଡିଛି। ରାସ୍ତା କଡରେ ଥିବା ଉକ୍ତ ପ୍ରକଳ୍ପରୁ ପଥିକମାନେ ପାଣି ନେବା ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ପାନୀୟ ଜଳ ନେଉଥିଲେ। ଏବେ ପ୍ରକଳ୍ପ ଗୁଡିକ ଅଚଳ ହେତୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଅମରପାଲି, ବହଳପଦର ଓ ଗୌଡଗାଡ ଗ୍ରାମରେ ଫ୍ଲୋରାଇଡ ଯୁକ୍ତ ପାଣି ପାଇଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏବେ ଏହି ପ୍ରକଳ୍ପଗୁଡିକ ଅଚଳ ଯୋଗୁ ଲୋକେ ଫ୍ଲୋରାଇଡ ଯୁକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଉକ୍ତ ପ୍ରକଳ୍ପଗୁଡିକୁ ମରାମତି କରିବାକୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଯୋଗୁ ସୁବର୍ଣ୍ଣପୁର ଜିଲାରେ ୪୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହୁଛି। ଅଞ୍ଚଳର ଜଳାଶୟଗୁଡିକ ଶୁଖିଲା ପଡିଛି। ଗ୍ରୀଷ୍ଣ ପ୍ରବାହକୁ ଦେଖି ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ଅଚଳ ନଳକୂପ ଓ ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର କାର୍ଯକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି। ଗୌଡଗାଡ ପ୍ରକଳ୍ପରେ ନିମ୍ନମାନର ଉପକରଣ ଲାଗିଥିବା ଯୋଗୁ ଏହାର ମଟର, ଫ୍ରିଜର ଓ ଫିଲଟର ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଅମୃତଧାରା ପ୍ରକଳ୍ପ ଅଚଳ ହୋଇଥିବା ନେଇ ବହଳପଦର ସରପଞ୍ଚ ନିରୁପମା ସେଠୀଙ୍କୁ ପଚାରିବାରେ ଖୁବଶୀଘ୍ର ପ୍ରକଳ୍ପଗୁଡିକ ମରାମତି କରି କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri