ଅମୃତ ସରୋବର ଯୋଜନା ଶୁଭାରମ୍ଭ

ବଇଣ୍ଡା,୨୯।୬ (ଡି.ଏନ.ଏ.) – କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ବଣିନାଳି ଗ୍ରାମରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ ଅମୃତ ସରୋବର ଯୋଜନା ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବଡ ପୋଖରୀ ଖୋଲିବା ପାଇଁ ଥିବାବେଳେ ବଣିନାଳି ଗ୍ରାମରେ ଏହା ଶୁଭାରମ୍ଭ କରାଯାଇଛି। ଉକ୍ତ ଗ୍ରାମରେ ଏକ ବଡ ପୋଖରୀ ଖୋଲିବା ପାଇଁ ଭୂମି ପୂଜା କରାଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଶ୍ମିତା ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଲୋକ ପ୍ରଧାନ, ଜିଆରଏସ ଜୟନ୍ତ ପ୍ରଧାନ, ନାଏବ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ମୋହନ ସାହୁ, ଅଜୟ ପ୍ରଧାନ, ପ୍ରବୀର ସାହୁ ଯୋଗଦେଇଥିଲେ। ଏହି ପୋଖରୀ ଖନନ ହେଲେ ଗ୍ରାମର ପାନୀୟ ଜଳ ଅଭାବ ଦୂର ହେବା ସହ ଗ୍ରାମବାସୀ ଉପକୃତ ହେବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।