ଅମୃତ ଧାରା ପ୍ରକଳ୍ପ ଅଚଳ: ଲୋକେ ହଟହଟା

ଲୋଇସିଂହା,୨୮।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର୍‌ ଅମୃତ ଧାରା ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ତାଙ୍କ ପରିଜନ ପିଇବା ପାଣିକୁ ନେଇ ହଟହଟା ହେଉଛନ୍ତି। ମରାମତି ଦିଗରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ କାର୍ଯ୍ୟକ୍ଷମ ଦିଗରେ ଆନ୍ତରିକତା ଦେଖାଉନ ଥିବା ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଅଭିଯୋଗ କରିଛନ୍ତି। ଏକ ପ୍ରତିନିଧି ଦଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଡ଼ାକ୍ତରଖାନା କତ୍ତୃପକ୍ଷ ଭେଟିବାକୁ ଯାଇଥିବାବେଳେ ସାକ୍ଷାତ କରି ନ ପାରି ନିରାଶ ହୋଇ ଫେରିଥିବା ଉକ୍ତ ପ୍ରତିନିଧି ଦଳ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 

Share