ଅମରିଶ ପୁରୀଙ୍କ ବାୟୋପିକ

ମୁମ୍ବାଇ: ବଲିଉଡରେ ଏବେ ବାୟୋପିକର ଟ୍ରେଣ୍ଡ ଚାଲଛି । ହିନ୍ଦୀ ସିନେମାର ଦମଦାର ଅଭିନେତା ତଥା ଖଳନାୟକ ‘ମୋଗେଂବୋ’ଙ୍କ କାହାଣୀ ବଡ ପରଦାରେ ଦେଖିବା ଏକ ଭିନ୍ନ ଅନୁଭବ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ବଡ ପରଦାରେ ମୋଗେଂବୋ ଓରଫ ପରଲୋକଗତ ଅଭିନେତା ଅମରିଶ ପୁରୀଙ୍କ ବାୟୋପିକ ନିର୍ମାଣ ହେବାକୁ ଯାଉଛି ।
ଖଳନାୟକ ଭାବେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଅମରିଶ ପୁରୀ ଆଜିବି ଦର୍ଶକଙ୍କ ହୃଦୟରେ ଜୀବିତ ଅଛନ୍ତି । ଏବେ ମିଳିଥିବା ଖବର ଅନୁଯାୟୀ, ଖୁବଶୀଘ୍ର ତାଙ୍କର ବାୟୋପିକ ନିର୍ମାଣ ହେବାକୁ ଯାଉଛି । ଭିଲିୟନ ଭାବେ ସମସ୍ତଙ୍କୁ ଡରାଉଥିବା ଅମରିଶ ପୁରୀ ବାସ୍ତବ ଜୀବନରେ କିଭଳି ବ୍ୟକ୍ତିତ୍ୱ ଥିଲେ ତାହା ବଡ ପରଦାରେ ଦେଖିବାକୁ ଦର୍ଶକେ ନିଶ୍ଚିତ ଭାବେ ଉତ୍ସାହିତ ହେବ । ଅଭିନେତାଙ୍କ ନାତି ବର୍ଧନ ପୁରୀ ଜେଜେଙ୍କ ଜୀବନୀକୁ ବଡ ପରଦାରେ ଉତାରିବାକୁ ଚାହୁଁଛନ୍ତି । ପିଙ୍କ ଭିଲାର ରିପୋର୍ଟ ଅନୁଯାୟୀ, ଅମରିଶ ପୁରୀଙ୍କ ବାୟୋପିକ ଖୁବଶୀଘ୍ର ନିର୍ମାଣ କରାଯିବ ।
ଅମରିଶ ପୁରୀଙ୍କ ୧୯୯୭ରୁ ୨୦୦୫ ପର୍ଯ୍ୟନ୍ତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଆଇକନିକ ଚରିତ୍ରରେ ଅଭିନୟ କରିଥିଲେ । ସେ ସମୟରେ ପ୍ରାୟ ୯୦ ପ୍ରତିଶତ ଫିଲ୍ମରେ ଅମରିଶ ପୁରୀ ଖଳନାୟକ ଭାବେ ନଜର ଆସୁଥିଲେ । ଡାର୍କ ରୋଲ ବ୍ୟତୀତ ଅମରିଶ ପୁରୀ ପିତା ଓ ଦେଶପ୍ରେମୀ ଚରିତ୍ରରେ ବି ଦର୍ଶକଙ୍କ ମନ କିଣିଥିଲେ । ଅଭିନେତାଙ୍କ ଦମଦାର ଆୱାଜ, ଏକ୍ସପ୍ରେଶନ ସବୁ କିଛି କମାଲ କଲାଭଳି ଥିଲା । ‘ଗଦ୍ଦର’ଠାରୁ ଆରମ୍ଭ କରି ‘ମିଷ୍ଟର ଇଣ୍ଡିଆ’ ପର୍ଯ୍ୟନ୍ତ ଦର୍ଶକେ ତାଙ୍କୁ ମନେ ରଖିଛନ୍ତି ।
ପ୍ରାୟ ୪୦ ବର୍ଷ ବୟସେରେ ବଲଉଡରେ ଏଣ୍ଟ୍ରି କରିଥିବା ଅମରିଶ ପୁରୀ ତାଙ୍କର ୩୮ ବର୍ଷର କ୍ୟାରିୟର ଭିତରେ ୪୫୦ ଫିଲ୍ମରେ ଅଭିନୟ କରିଥିଲେ । ଆରମ୍ଭରୁ ସେ ଚାକିରି କରିବା ସହ ଫିଲ୍ମରେ କାମ ବି କରୁଥିଲେ । ସେ ଟେଲିଭିଜନରୁ ବଡପରଦା ପର୍ଯ୍ୟନ୍ତ ଅଭନୟର କମାଲ ଦେଖାଇଥିଲେ । ସେ ତାଙ୍କ ଜମାନାର ସବୁଠାରୁ ମହଙ୍ଗା ଖଳନାୟକ ଥିଲେ । ସେତେବେଳେ ସେ ଫିଜ୍ ନେଉଥିଲେ ଏକ କୋଟି ଟଙ୍କା । ଗଳାରେ କ୍ୟାନସର କାରଣରୁ ୧୨ ଜନୁୟାରୀ ୨୦୦୫ରେ ତାଙ୍କର ମୃତ୍ୟୁ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri