Posted inରାଜ୍ୟ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୪.୭୬% ପିଲା

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ତଳମୁହାଁ ହେଉଥିବାବେଳେ ପିଲାଙ୍କ ସଂକ୍ରମଣ ହାର ବଢ଼ୁଥିବା ଦେଖାଯାଉଛି। ଆଗକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗତ ୨୪ ଘଣ୍ଟାରେ ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୬୮,୭୧୭ ନମୁନା ପରୀକ୍ଷା ହୋଇଥିଲାବେଳେ ପଜିଟିଭିଟି ହାର ୧.୨୯% ରହିଛି। ସେହିଭଳି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୩୧ଜଣ ରହିଥିବାବେଳେ ସଂକ୍ରମଣ ହାର ୧୪.୭୬% ରହିଛି। କିଛିଦିନ ତଳେ ଏହି ହାର ୧୦ରୁ ୧୩% ଭିତରେ ଥିଲା। ତେବେ ତୃତୀୟ ଲହରରେ ୧୮ ବର୍ଷରୁ କମ୍‌ ବର୍ଗର ପିଲାମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଉଥିବାବେଳେ ଏବେଠୁ ପିଲାଙ୍କ ସଂକ୍ରମଣ ହାର ବଢ଼ିବା ଚିନ୍ତା ବଢ଼ାଇଛି।
ଏପରିସ୍ଥଳେ ଡିଏମ୍‌ଇଟି ସିବିକେ ମହାନ୍ତି ଆଶ୍ୱସ୍ତିଜନକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ପ୍ରଭାବୀ ହୋଇ ନ ପାରେ। ଯଦି ଭାଇରସ ରୂପ ବଦଳାଏ ତା’ହେଲେ ପ୍ରଭାବ ଅଧିକ ରହିବ। ସମ୍ଭାବ୍ୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କିଛି ମଡେଲ କହୁଛି, ଦିନକୁ ସର୍ବାଧିକ ୪ରୁ ୫ ଲକ୍ଷ ସଂକ୍ରମିତ ହେବେ। ଅନ୍ୟପକ୍ଷେ ଆଉ କେତେକ ମଡେଲ ତୃତୀୟ ଲହରର ଏତେ ପ୍ରଭାବ ପଡ଼ିବ ନାହିଁ ବୋଲି ଆକଳନ କରିଛି। କିନ୍ତୁ ଆଇଆଇଟି କାନପୁର ସୂତ୍ର କହୁଛି, ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ମଡେଲ ଯାହା କହୁ ପଛେ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ବୋଲି ଡିଏମ୍‌ଇଟି କହିଛନ୍ତି।
ଅନ୍ୟପକ୍ଷରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୧୦,୦୩,୨୧୦କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଜିଲାରୁ ସର୍ବାଧିକ ୨୦ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଜଗତ୍‌ସିଂହପୁରରୁ ୧୪, ଢେଙ୍କାନାଳ ୮, ଯାଜପୁର ୬, ବାଲେଶ୍ୱର ୫, ଅନୁଗୋଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏ, ଭଦ୍ରକ ଓ ମୟୂରଭଞ୍ଜରୁ ୨ ଲେଖାଏ, କେନ୍ଦୁଝର, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁ ୭,୪୯୩ରେ ପହଞ୍ଚତ୍ଛି। ତେବେ ସଂକ୍ରମଣ କମିଥିଲେ ମଧ୍ୟ ଗୁରୁତର ରୋଗୀ ଅଧିକ ରହିବା ସହ ମୃତ୍ୟୁ ବଢ଼ିବା ଆଉ ଏକ ଚିନ୍ତା ବଢ଼ାଇଛି। ଏଥିପାଇଁ ଚିକିତ୍ସା କ୍ଷେତ୍ରରେ ଏକ୍‌ମୋ ମେଶିନର ଗୁରୁତ୍ୱ ବଢ଼ିଯାଇଛି। ଏ ସମ୍ପର୍କରେ ଡିମଏ୍‌ଇଟି କହିଛନ୍ତି, କଟକ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା ଆସନ୍ତା ୨୭ ତାରିଖରେ ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀ ଭାବେ ଏହା ସବୁଠାରୁ ବଡ଼ ୟୁନିଟ୍‌ ହେବ। ଏଠାରେ ସମୁଦାୟ ୯ଟି ଏକ୍‌ମୋ ମେଶିନ ରହିବ ବୋଲି ଡିଏମ୍‌ଇଟି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଏକ୍‌ମୋ ମେଶିନ ଅଭାବରୁ ଗୁରୁତର କରୋନା ରୋଗୀ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଉଥିଲେ। ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏକ୍‌ମୋ ସେବା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। କଟକ ଏସ୍‌ସିବିରେ ଗତ ୧୫ ତାରିଖରୁ ଏହି ସେବା ପ୍ରଦାନ କରାଯିବ ବୋଲି ପୂର୍ବରୁ ଡିଏମ୍‌ଇଟି କହିଥିଲେ।

ଅକ୍ଟୋବରରୁ ଟିକା

ଅକ୍ଟୋବର ପ୍ରଥମ ସପ୍ତାହରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ କୋଭିଡ୍‌ ଟିକା ଦିଆଯାଇପାରେ। ଟିକାଦାନରେ ଗୁରୁତର ରୋଗାକ୍ରାନ୍ତ ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଦେଶରେ ୧୨ରୁ ୧୭ ବର୍ଷ ବୟସ ବର୍ଗରେ ୧୨ କୋଟି ପିଲା ଅଛନ୍ତି। ପିଲାମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ସ୍କୁଲ୍‌ ଖୋଲାଯିବା ଆବଶ୍ୟକ ବୋଲି କୋଭିଡ୍‌ ଓ୍ବାର୍କିଂ ଗ୍ରୁପ୍‌ କହିଛି।
ଅନ୍ୟ ପକ୍ଷରେ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଟିକା ନେବା ଦରକାର ବୋଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି।
କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କେତେକ ରାଜ୍ୟରେ ସ୍କୁଲ୍‌ ଖୋଲିଲାଣି। ତେବେ ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇ ନ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ ଟିକା ଦେବା ଲାଗି ରାଜ୍ୟଗୁଡ଼ିକୁ ଚଳିତ ମାସରେ ଅତିରିକ୍ତ ୨ କୋଟି ଡୋଜ୍‌ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମଣ୍ଡବ୍ୟ ବୁଧବାର କହିଛନ୍ତି।
ସୂଚନାଯୋଗ୍ୟ କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଥିଲା। ଗତ ଅକ୍ଟୋବରରେ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। କେତେକ ରାଜ୍ୟ ଆଂଶିକ ସ୍କୁଲ ଖୋଲିଥିବାବେଳେ କୋଭିଡ୍‌ର ଦ୍ୱିତୀୟ ଲହର ଆସିବାରୁ ପୁଣିଥରେ ଏପ୍ରିଲରୁ ସ୍କୁଲ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଏବେ ସ୍ଥିତି ସୁଧୁରୁଥିବାରୁ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। ତେଣୁ ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ସ୍କୁଲ ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଲାଗି ଉଦ୍ୟମ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିବା ମାଣ୍ଡବ୍ୟ ଟୁଇଟ୍‌ କରିଛନ୍ତି।
ସେହିପରି ବିଭିନ୍ନ ଗୁରୁତର ରୋଗ ଥିବା ପିଲାଙ୍କୁ ଟିକାଦାନରେ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଉପଦେଷ୍ଟା କମିଟି ନ୍ୟାଶନାଲ ଇମ୍ୟୁନାଇଜେଶନ ଟେକ୍‌ନିକାଲ ଆଡଭାଇଜରି ଗ୍ରୁପ୍‌ (ଏନ୍‌ଟିଏଜିଆଇ) ପରାମର୍ଶ ଦେଇଛି। ଜାଇଡସ୍‌ କାଡିଲା କମ୍ପାନୀ ଇତିମଧ୍ୟରେ ଯୋଗାଇଥିବା ଜାଇକୋଭ୍‌-ଡି ଟିକା ସେମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ଏନ୍‌ଟିଏଜିଆ ମୁଖ୍ୟ ଏନ୍‌.କେ. ଆରୋରା କହିଛନ୍ତି। ଗତ ସପ୍ତାହରେ ଜାଇଡସ୍‌ କାଡିଲା କମ୍ପାନୀର କୋଭିଡ୍‌ ଟିକାକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିଲା। ଭାରତ ବାୟୋଟେକ୍‌ର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ କୋଭାକ୍ସିନ୍‌କୁ ଅନୁମୋଦନ ପାଇଁ ପ୍ରକ୍ରିୟା ଜାରି ରହିଛି। ସେପ୍ଟେମ୍ବରରୁ ପ୍ରତି ମାସରେ ୧୦ କୋଟି କୋଭାକ୍ସିନ ଡୋଜ୍‌ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଆରୋରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri