ଫିଲ୍ମ ରିଲିଜ ପୂର୍ବରୁ ହାତଯୋଡି ଅପିଲ କଲେ ବିଗ ବି!

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘ଉଁଚାଇ’ ୧୧ ନଭେମ୍ବର ୨୦୨୨ରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅମିତାଭ ବଚ୍ଚନ, ବୋମନ ଇରାନୀ, ଅନୁପମ ଖେର, ଡ୍ୟାନି ଡେନଜୋଂଗପା, ପରିଣିତି ଚୋପ୍ରା, ସାରିକା ଓ ନିନା ଗୁପ୍ତା ଲିଡ ରୋଲରେ ଦେଖିବାକୁ ମିଳିବେ । ଫିଲ୍ମର ପ୍ରମୋଶନ ପାଇଁ ଏହାର ଟିମ୍ ଏବେ ଲାଗି ପଡିଛନ୍ତି । ହେଲେ ଅମିତାଭ ବଚ୍ଚନ ତାଙ୍କ ଶୋ’ କୌନ ବନେଗା କରୋଡପତି ପାଇଁ ବ୍ୟସ୍ତ ଥିବାରୁ ସେ ଫିଲ୍ମର ପ୍ରମୋଶନ କରିପାରୁ ନାହାନ୍ତି । କିନ୍ତୁ ନିକଟରେ ସେ ଏମିତି ଏକ ଅପିଲ କରିଛନ୍ତି ଯାହା ଚର୍ଚ୍ଚାକୁ ଆସିଛି ।
ଅମିତାଭ ତାଙ୍କ ଶୋ’ର ସ୍ପେଶାଲ ଏପିସୋଡରେ ଲୋକଙ୍କୁ କହୁଛନ୍ତି , ‘ଥିଏଟର ଯାଇ ଟିକେଟ କିଣି ଫିଲ୍ମ ଦେଖିବାର ଯେଉଁ ମଜା ଅଛି, ଏହା କିଛି ଅଲଗା ହୋଇଥାଏ । କୃପାକରି ଟିକେଟ କିଣି ଆମ ଫିଲ୍ମ ଦେଖିବାକୁ ଥିଏଟର ଯାଆନ୍ତୁ, ଆଜିକାଲି ବଡ ମହାମାରୀ ଚାଲିଛି, କେହି ଥିଏଟର ଯାଉ ନାହାନ୍ତି । ଆମେ ଆପଣଙ୍କୁ ହାତ ଯୋଡୁଛୁ, ଟିକେଟ ନେଇ ଯାଆନ୍ତୁ ।’ ବିଗ ବିଙ୍କର ଏହି ବୟାନକୁ ନେଇ କେତେକ ତାଙ୍କ ଫିଲ୍ମ ଦେଖିବା କଥା କହୁଛନ୍ତି ତ କେତେଜଣ ନେଟିଜନ୍ସ କହୁଛନ୍ତି ଫିଲ୍ମ ରିଲିଜକୁ ନେଇ ଅମିତାଭ ହାତ ଯୋଡୁଛନ୍ତି ।
ଏହି ସମୟରେ ନିନା ଆଗକୁ ଆସି କହୁଛନ୍ତି, ବିଗ ବି ଲୋକଙ୍କୁ କୁହନ୍ତୁ ଟିକେଟର ଦାମ ୩୦୦-୪୦୦ରୁ କମ ହୋଇ ୧୫୦ ଟଙ୍କା ହୋଇଯାଇଛି । ଏହାଶୁଣି ସେଠାରେ ଥିବା ଲୋକେ ଖୁବ୍ ଖୁସି ହୋଇଛନ୍ତି । ନିନା ଏହି ସମୟରେ ଫିଲ୍ମ ଶୁଟିଂ ସମୟର ଏକ କଥା ଶେୟାର କରିଛନ୍ତି । ଗୋଟିଏ ଦିନ ବିଗ ବି କାହାକୁ କିଛି ନ କହି ଜ୍ୱରରେ ବି ଶୁଟିଂ ପାଇଁ ସେଟ୍‌ରେ ପହଞ୍ଚିଯାଇଛନ୍ତି । ଏହାକୁ ନେଇ ନିନା କହିଛନ୍ତି, ଚାକରିରି ସୁରକ୍ଷିତ ଥାଉ, ଏଥିପାଇଁ କ’ଣ କ’ଣ ନ କରିବାକୁ ପଡୁଛି ।
ସେ ଯାହା ହେଉ, ନିକଟରେ କେବିସି ବା କୌନ ବନେଗା କରୋଡପତିରେ ଆପଣମାନେ ‘ଉଁଚାଇ’ର ଟିମକୁ ଦେଖିବାକୁ ପାଇବେ । ଏଠି ଅନୁପମ ଖେର ବିଗ ବିଙ୍କୁ ମସାଜ କରୁଥିବା ଦେଖାଯିବ । ହେଲେ ଏହାରି ଭିତରେ ଏମିତି ମୁହୂର୍ତ୍ତ ଆସିବ ଯେତେବେଳେ ସମ୍ପୂର୍ଣ୍ଣ ଟିମ ଭାବୁକ ହୋଇଯାଉଥିବେ । ଏହି ଭିଡିଓକୁ ଦେଖିବା ପରେ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ଏହାକୁ କଲର୍ସ ସେମାନଙ୍କ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri