ଜାଣନ୍ତି ଅମିତାଭଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ବିଗ୍‌-ବି ଅମିତାଭ ବଚ୍ଚନ ମୁମ୍ବାଇ ବ୍ୟତୀତ ବିଦେଶରେ ଅନେକ ସମ୍ପତ୍ତିର ମାଲିକ ଅଟନ୍ତି। ଅମିତାଭ ମୁମ୍ବାଇରେ ୩୧ କୋଟି ଟଙ୍କାରେ ୫୭୦୪ ବର୍ଗଫୁଟ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ସମ୍ପତ୍ତି ହେଉଛି ୩୪ ମହଲା ବିିଲ୍ଡିଂର ୨୭ ଓ ୨୮ତମ ଫ୍ଲୋରରେ ଏହା ରହିଛି। ଏହି ସମ୍ପତ୍ତି ୩୧ ଡିସେମ୍ବର ୨୦୨୦ରେ କ୍ରୟ କରାଯାଇଥିଲା, ଯାହା ୧୨ ଏପ୍ରିଲ ୨୦୨୧ରେ ପଞ୍ଜୀକୃତ ହୋଇଛି।

ଅମିତାଭଙ୍କର ମଧ୍ୟ ଅନେକ ବଙ୍ଗଳା ଅଛି। ସେ ଜଲ୍‌ସା ବଙ୍ଗଳାରେ ରୁହନ୍ତି। ଏହି ବଙ୍ଗଳାକୁ ଅମିତାଭ ଏନ୍‌ସିସିପିରୁ କିଣିଥିଲେ। ଏହି ବଙ୍ଗଳାଟି ୧୦୧୨୫ ବର୍ଗଫୁଟ। ଜଲସା ପଛରେ ୮୦୦୦ ବର୍ଗଫୁଟର ଅନ୍ୟ ଏକ ସମ୍ପତ୍ତି କିଣିଛନ୍ତି ୨୦୧୩ରେ। ଏହାର ମୂଲ୍ୟ ୫୦ କୋଟି ଥିଲା।

ଅମିତାଭଙ୍କ କାର୍ଯ୍ୟାଳୟ ହେଉଛି ଜନକ ବଙ୍ଗଳା। ଯାହା ସେ ୨୦୦୪ରେ ୫୦ କୋଟି ଟଙ୍କାରେ କିଣିଥିଲେ। ସେ ପ୍ରାୟତଃ ତାଙ୍କ ଜ୍ୱାଇଁ ଅଗସ୍ତ୍ୟ ନନ୍ଦାଙ୍କ ସହ ଏଠାରେ ନଜର ଆସିଥାନ୍ତି।  ଜୁହୁରେ ଥିବା ତାଙ୍କ ପ୍ରଥମ ବଙ୍ଗଳା ନାମ ପ୍ରତୀକ୍ଷା । ବଚ୍ଚନ ପରିବାର ୧୯୭୬ ମସିହାରେ ଏହି ଘର କିଣିଥିଲେ। ଏହି ବଙ୍ଗଳାରେ ହିଁ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ୨୦୦୭ରେ ବିବାହ କରିଥିଲେ।

ପ୍ରୟାଗରାଜରେ ଅମିତାଭ ବଚ୍ଚନଙ୍କର ମଧ୍ୟ ଏକ ପୈତୃକ ସମ୍ପତ୍ତି ରହିଛି, ଯାହା ବର୍ତ୍ତମାନ ଏକ ଶିକ୍ଷଣୀୟ ଟ୍ରଷ୍ଟରେ ପରିଣତ ହୋଇଛି। ତାଙ୍କର ଗୁରୁଗାଓଁରେ ମଧ୍ୟ ଏକ ଫ୍ଲାଟ ଅଛି। ଅମିତାଭଙ୍କର ଜୁହୁରେ ଦୁଇଟି ଆପାର୍ଟମେଣ୍ଟ ଅଛି । ଯାହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି। ଅମିତାଭଙ୍କର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ମଧ୍ୟ ଏକ ଘର ଅଛି। ଏହି ସମ୍ପତ୍ତି ତାଙ୍କୁ ଜୟା ବଚ୍ଚନ ଉପହାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri