କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ,୬।୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। କରୋନା ମହାମାରୀରେ ପୀଡ଼ିତ ଥିବା ଅମିତାଭ ଶେଷରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି। ଘରେ ରହି ସେ ଏବେ ଭଲ ଭଲ ପୋଷ୍ଟ ଶେୟାର କରୁଥିବା ଦେଖାଯାଉଛି। ଯାହା ତାଙ୍କ ପ୍ରଶଂସକଙ୍କ ମନକୁ ପାଉଛି। ନିକଟରେ ଏହି ମହାନାୟକ କ୍ଷମା ମାଗି ଆସିଛନ୍ତି ଚର୍ଚ୍ଚାକୁ। ପୂର୍ବରୁ ସେ ଯେଉଁ କବିତା ପୋଷ୍ଟ କରିଥିଲେ ସେଥିରେ ସେ କବିଙ୍କ ନାମ ଭୁଲ ଲେଖିଥିବା ସଫେଇ ଦେଇ କ୍ଷମା ମାଗିଛନ୍ତି। ସେ ତାଙ୍କ ଟୁଇଟର ପୋଷ୍ଟରେ କରେକସନ୍‌ ଲେଖି ଲେଖିଛନ୍ତି, କାଲି T 3617ରେ ଯେଉଁ କବିତା ଛପା ଯାଇଥିଲା ଏହାର ଲେଖକ ବାବୁଜୀ ନୁହେଁ କବି ପ୍ରସୁନ ଯୋଶୀ। ଏଥିପାଇଁ ମୁଁ କ୍ଷମା ମାଗୁଛି। ଏହାସହ ହାତ ଯୋଡିବାର ଏକ ଇମୋଜି ମଧ୍ୟ ସେ ଶେୟାର କରିଥିଲେ। ଏହାସହ ସେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କର ଏକ କବିତା ମଧ୍ୟ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

‘ଦି କେରଳ ଷ୍ଟୋରି ୨’ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

କୋଚି,୨୭ା୨(ପି.ଟି.): ‘ଦି କେରଳ ଷ୍ଟୋରି ୨- ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ ଗୁରୁବାର ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍‌ସର…

୧୪ ମାସ ପରେ ପରିବାର ଲୋକଙ୍କୁ ଫେରିପାଇଲେ ସୋନମତୀ

ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର…

ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଉଲଗ୍ନ କରିଦେଲେ ୫ ଯୁବକ: ଲହୁଲୁହାଣ…

ଭୁବନେଶ୍ୱର,୨୭।୨(ତ୍ରିନାଥ ମହାନ୍ତି):ଧଉଳି ଘଟଣାଠୁ ବଳି ଗଲା ଶହୀଦନଗର ଥାନା ୟୁନିଟ୍‌-୯ ଆଦିବାସୀ ହଷ୍ଟେଲ ସମ୍ମୁଖ ଘଟଣା। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ୫ଜଣ ଅଭିଯୁକ୍ତ ଅସଦାଚରଣ କରିବା…

୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ…

ବିବାହ ବାର୍ଷିକୀରେ ଦମ୍ପତି ନେଲେ ବଡ଼ ନିଷ୍ପତ୍ତି: ଅଞ୍ଚଳରେ ଚର୍ଚ୍ଚା

ଭବାନୀପାଟଣା, ୨୭ା୨(ଉତ୍ତମ କୁମାର ଦାଶ):ଜନ୍ମଦିନ, ବିବାହ ବାର୍ଷିକୀ ଭଳି ଜୀବନର ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ପଦକ୍ଷେପ ନିଅନ୍ତି ଲୋକେ। ଏଭଳି ଏକ ଘଟଣାକ୍ରମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri