ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ ହୋଇଥିବା ନେଇ ବରଗଡ଼ ଏମପି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଓଡ଼ିଶା ଗସ୍ତକୁ ବାତିଲ କରାଯାଇଥିବା ନେଇ ସୂଚନା ରହିଛି ।
ପୂର୍ବର କାର୍ଯ୍ୟସୂଚୀ ଅନୁସାରେ, ଶାହା ଜୁଲାଇ ୪ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଗସ୍ତ କରିଥାନ୍ତେ । ସେଠାରେ ୧୭୫୦ କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ ଉଦଘାଟନ ସହିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା ।