Posted inଜାତୀୟ

ଦିନଥିଲା କହୁଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ, ଏବେ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡିବାକୁ ବାହାରିଛନ୍ତି: ଶାହା

ଜୋଧପୁର,୧୦।୯: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାହୁଲ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି ବୋଲି ସେ କହିଛନ୍ତି।

ଶାହା ଏବେ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଶନିବାର ଜୋଧପୁରରେ ‘ବୁଥ୍‌ ସଂକଳ୍ପ ମହାସମ୍ମେଳନ’ରେ ଦଳର କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଏଥିରେ ସେ ରାହୁଲଙ୍କୁ କଟାକ୍ଷ କରି କହିଥିଲେ ଯେ, ରାହୁଲ ବାବା ଏବେ ଏବେ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି। ମୁଁ ତାଙ୍କୁ ଏବଂ କଂଗ୍ରେସକୁ ସଂସଦରେ ଦେଇଥିବା ଏକ ଭାଷଣ ମନେ ପକାଇବାକୁ ଚାହୁଁଛି। ରାହୁଲ ବାବା କହିଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ। ଆପଣ କେଉଁ ପୁସ୍ତକରେ ପଢ଼ିଛନ୍ତି ଏ କଥା। ଭାରତ ଏଭଳି ଏକ ରାଷ୍ଟ୍ର ଯାହା ଲାଗି ଲକ୍ଷ ଲକ୍ଷ ଲୋକ ନିଜ ପ୍ରାଣର ଆହୁତି ଦେଇଛନ୍ତି। ରାହୁଲ ବିଦେଶୀ ଟି- ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି, ମୋତେ ଲାଗୁଛି ତାଙ୍କୁ ଭାରତ ଇତିହାସ ବିଷୟରେ ଜାଣିବାର ଆବଶ୍ୟକତା ଅଛି।

ସେହିଭଳି ରାଜସ୍ଥାନ ସରକାରଙ୍କୁ ନେଇ ସେ କହିଛନ୍ତି, ଏହି କଂଗ୍ରେସ ସରକାର ରାଜ୍ୟର ବିକାଶ କରିବାରେ ବିଫଳ ହୋଇଛି। ଏବେ ଦେଶର ଦୁଇଟି ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଅଛି। ଯଦି ଏହି ଦୁଇଟି ରାଜ୍ୟରେ ଭାଜପା ସରକାର ହୋଇଯାଏ ତେବେ କଂଗ୍ରେସ ପାଖରେ କିଛି ବାକି ରହିବ ନାହିଁ। ୨୦୧୮ ନିର୍ବାଚନରେ କଂଗ୍ରେସ ରାଜ୍ୟବାସୀଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା। ଏଥିରୁ କୌଣସିଟି ପୂରଣ ହୋଇନାହିଁ। ତେବେ କଂଗ୍ରେସ ରାସ୍ତା କରିପାରିବ ନାହିଁ, ବିଜୁଳି ଦେଇ ପାରିବ ନାହିଁ, ରୋଜଗାର ଦେଇ ପାରିବ ନାହିଁ। ଦଳ କେବଳ ଭୋଟବ୍ୟାଙ୍କ ଏବଂ ତୁଷ୍ଟିକରଣ ରାଜନୀତି କରିପାରେ। ଭାଜପା ହିଁ ରାଜ୍ୟର ବିକାଶ କରିପାରେ। ଏଥିଲାଗି ୨୦୨୩ରେ ଭାଜପାକୁ ଦୁଇ ତୃତିୟାଂଶ ବହୁମତ ସହ ସରକାର ଗଠନ କରିବାକୁ ହେବ। ୨୦୨୪ରେ ସମସ୍ତ ସିଟ୍‌ ଜିତିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri