Posted inଜାତୀୟ

ଦିନଥିଲା କହୁଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ, ଏବେ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡିବାକୁ ବାହାରିଛନ୍ତି: ଶାହା

ଜୋଧପୁର,୧୦।୯: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାହୁଲ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି ବୋଲି ସେ କହିଛନ୍ତି।

ଶାହା ଏବେ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଶନିବାର ଜୋଧପୁରରେ ‘ବୁଥ୍‌ ସଂକଳ୍ପ ମହାସମ୍ମେଳନ’ରେ ଦଳର କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଏଥିରେ ସେ ରାହୁଲଙ୍କୁ କଟାକ୍ଷ କରି କହିଥିଲେ ଯେ, ରାହୁଲ ବାବା ଏବେ ଏବେ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି। ମୁଁ ତାଙ୍କୁ ଏବଂ କଂଗ୍ରେସକୁ ସଂସଦରେ ଦେଇଥିବା ଏକ ଭାଷଣ ମନେ ପକାଇବାକୁ ଚାହୁଁଛି। ରାହୁଲ ବାବା କହିଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ। ଆପଣ କେଉଁ ପୁସ୍ତକରେ ପଢ଼ିଛନ୍ତି ଏ କଥା। ଭାରତ ଏଭଳି ଏକ ରାଷ୍ଟ୍ର ଯାହା ଲାଗି ଲକ୍ଷ ଲକ୍ଷ ଲୋକ ନିଜ ପ୍ରାଣର ଆହୁତି ଦେଇଛନ୍ତି। ରାହୁଲ ବିଦେଶୀ ଟି- ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି, ମୋତେ ଲାଗୁଛି ତାଙ୍କୁ ଭାରତ ଇତିହାସ ବିଷୟରେ ଜାଣିବାର ଆବଶ୍ୟକତା ଅଛି।

ସେହିଭଳି ରାଜସ୍ଥାନ ସରକାରଙ୍କୁ ନେଇ ସେ କହିଛନ୍ତି, ଏହି କଂଗ୍ରେସ ସରକାର ରାଜ୍ୟର ବିକାଶ କରିବାରେ ବିଫଳ ହୋଇଛି। ଏବେ ଦେଶର ଦୁଇଟି ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଅଛି। ଯଦି ଏହି ଦୁଇଟି ରାଜ୍ୟରେ ଭାଜପା ସରକାର ହୋଇଯାଏ ତେବେ କଂଗ୍ରେସ ପାଖରେ କିଛି ବାକି ରହିବ ନାହିଁ। ୨୦୧୮ ନିର୍ବାଚନରେ କଂଗ୍ରେସ ରାଜ୍ୟବାସୀଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା। ଏଥିରୁ କୌଣସିଟି ପୂରଣ ହୋଇନାହିଁ। ତେବେ କଂଗ୍ରେସ ରାସ୍ତା କରିପାରିବ ନାହିଁ, ବିଜୁଳି ଦେଇ ପାରିବ ନାହିଁ, ରୋଜଗାର ଦେଇ ପାରିବ ନାହିଁ। ଦଳ କେବଳ ଭୋଟବ୍ୟାଙ୍କ ଏବଂ ତୁଷ୍ଟିକରଣ ରାଜନୀତି କରିପାରେ। ଭାଜପା ହିଁ ରାଜ୍ୟର ବିକାଶ କରିପାରେ। ଏଥିଲାଗି ୨୦୨୩ରେ ଭାଜପାକୁ ଦୁଇ ତୃତିୟାଂଶ ବହୁମତ ସହ ସରକାର ଗଠନ କରିବାକୁ ହେବ। ୨୦୨୪ରେ ସମସ୍ତ ସିଟ୍‌ ଜିତିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri