ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ

କିଭ୍‌/ଓ୍ବାଶିଂଟନ୍‌, ୨୪।୮: ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍‌ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା ରହିଛି। ସାଧାରଣ ନାଗରିକ ଏବଂ ସରକାରୀ ଭିତ୍ତିଭୂମିକୁ ମସ୍କୋ ଟାର୍ଗେଟ କରିବା ଭୟ ଥିବାରୁ ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକା ମଙ୍ଗଳବାର ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ସ୍ବାଧୀନତା ଦିବସରେ ଆକ୍ରମଣ କଲେ ରୁଷିଆକୁ ମୁହଁତୋଡ଼ ଜବାବ ଦିଆଯିବବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିର୍‌ ଜେଲେନ୍‌ସ୍କି କହିଛନ୍ତି। ଅପରପକ୍ଷେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ୬ ମାସ ପୂରିଥିବାରୁ ଅନେକ ଦେଶର ଲିଡର ଏବଂ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ତଥାକଥିତ କ୍ରିମିଆ ପ୍ଲାଟ୍‌ଫର୍ମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ସମବେଦନା ଜଣାଇଛନ୍ତି।
ପୂର୍ବ ୟୁକ୍ରେନ୍‌ର ଜାପୋରିଜିଝିଆସ୍ଥିତ ୟୁରୋପର ବୃହତ୍ତମ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ଉପରେ ରୁଷୀୟ ସୈନ୍ୟ ଆର୍ଟିଲାରି ମାଡ଼ କରିବା ସହ ଏୟାର ଷ୍ଟ୍ରାଇକ୍‌ କରିଥିବା କିଭ୍‌ ପକ୍ଷରୁ କୁହାଯାଇଛି। ୬ ମାସ ଧରି ଚାଲିଥିବା ଏହି ଯୁଦ୍ଧର ପରିଣାମ ଏବେ ଅନିଶ୍ଚିତତା ମଧ୍ୟରେ। ଏହା ମଧ୍ୟରେ ରୁଷିଆ କୃଷ୍ଣସାଗର ସମେତ ପୂର୍ବ ୟୁକ୍ରେନ୍‌ରେ ନିଜ ନିୟନ୍ତ୍ରଣ ବଢ଼ାଇଛି। କେତେକ ଛୋଟ ସହରକୁ ମଧ୍ୟ ମସ୍କୋ କବ୍‌ଜା କରିଛି। ସେଗୁଡ଼ିକୁ ରୁଷିଆରେ ମିଶାଇବା ପାଇଁ ଗଣଭୋଟ ନିମନ୍ତେ ମସ୍କୋର ଯୋଜନା ରହିଛି। ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଘନିଷ୍ଠ ସହଯୋଗୀଙ୍କ ଝିଅ ଡାରିଆ ଡଗିନାଙ୍କ କାର୍‌ ବିସ୍ଫୋରଣରେ ମୃତ୍ୟୁ ପାଇଁ ମସ୍କୋ ୟୁକ୍ରେନ୍‌କୁ ଦାୟୀ କରିଛି। ଏହି ଅଭିଯୋଗକୁ ୟୁକ୍ରେନ୍‌ ଖଣ୍ଡନ କରିଥିଲେ ହେଁ ରୁଷିଆ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିବା ଆଶଙ୍କା ରହିଛି। ମସ୍କୋ ଟାର୍ଗେଟରେ କିଭ୍‌ ଥିବାରୁ ସେଠାରେ ଗୁରୁବାର ପର୍ଯ୍ୟନ୍ତ ଜନଗହଳି ଏବଂ ସ୍ବାଧୀନତା ଦିବସ ରାଲି ଉପରେ କଟକଣା ଲାଗିଛି। ଅପରପକ୍ଷେ ଜାପୋରଜିଝିଆ ପ୍ଲାଣ୍ଟ ଉପରେ ଆଲୋଚନା ପାଇଁ ମସ୍କୋ ଜାତିସଂଘ ସୁରକ୍ଷା ପରିଷଦକୁ ମଙ୍ଗଳବାର ଅନୁରୋଧ କରିଛି।
ମାସର ଯୁଦ୍ଧରେ ଅନୂ୍ୟନ ୧ କୋଟି ୨୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ିଛନ୍ତି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ସୂଚନା ଅନୁସାରେ, ଫେବୃୟାରୀ ୨୪ରୁ ଅଗଷ୍ଟ ୨୧ ମଧ୍ୟରେ ଏହି ଯୁଦ୍ଧରେ ୫,୫୮୭ ସାଧାରଣ ଜନତା ପ୍ରାଣ ହରାଇଛନ୍ତି। ୭,୮୯୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ୯୭୨ ଶିଶୁ ଥିବା ୟୁନିସେଫ୍‌ କହିଛି। ସେହିପରି ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ପ୍ରାୟ ୯ ହଜାର ସୈନ୍ୟ ନିହତ ହୋଇଥିବା ୟୁକ୍ରେନ ସଶସ୍ତ୍ର ବଳ ମୁଖ୍ୟ ଭାଲେରି ଜାଲୁଝ୍‌ନି କହିଛନ୍ତି। ମସ୍କୋ ଏହାର ନିହତ ସୈନ୍ୟଙ୍କ ବାବଦରେ ତଥ୍ୟ ଦେଇ ନ ଥିବାବେଳେ ଏହି ସଂଖ୍ୟା ୪୫,୪୦୦ ବୋଲି ୟୁକ୍ରେନ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri