ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ

କିଭ୍‌/ଓ୍ବାଶିଂଟନ୍‌, ୨୪।୮: ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍‌ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା ରହିଛି। ସାଧାରଣ ନାଗରିକ ଏବଂ ସରକାରୀ ଭିତ୍ତିଭୂମିକୁ ମସ୍କୋ ଟାର୍ଗେଟ କରିବା ଭୟ ଥିବାରୁ ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକା ମଙ୍ଗଳବାର ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ସ୍ବାଧୀନତା ଦିବସରେ ଆକ୍ରମଣ କଲେ ରୁଷିଆକୁ ମୁହଁତୋଡ଼ ଜବାବ ଦିଆଯିବବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିର୍‌ ଜେଲେନ୍‌ସ୍କି କହିଛନ୍ତି। ଅପରପକ୍ଷେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ୬ ମାସ ପୂରିଥିବାରୁ ଅନେକ ଦେଶର ଲିଡର ଏବଂ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ତଥାକଥିତ କ୍ରିମିଆ ପ୍ଲାଟ୍‌ଫର୍ମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ସମବେଦନା ଜଣାଇଛନ୍ତି।
ପୂର୍ବ ୟୁକ୍ରେନ୍‌ର ଜାପୋରିଜିଝିଆସ୍ଥିତ ୟୁରୋପର ବୃହତ୍ତମ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ଉପରେ ରୁଷୀୟ ସୈନ୍ୟ ଆର୍ଟିଲାରି ମାଡ଼ କରିବା ସହ ଏୟାର ଷ୍ଟ୍ରାଇକ୍‌ କରିଥିବା କିଭ୍‌ ପକ୍ଷରୁ କୁହାଯାଇଛି। ୬ ମାସ ଧରି ଚାଲିଥିବା ଏହି ଯୁଦ୍ଧର ପରିଣାମ ଏବେ ଅନିଶ୍ଚିତତା ମଧ୍ୟରେ। ଏହା ମଧ୍ୟରେ ରୁଷିଆ କୃଷ୍ଣସାଗର ସମେତ ପୂର୍ବ ୟୁକ୍ରେନ୍‌ରେ ନିଜ ନିୟନ୍ତ୍ରଣ ବଢ଼ାଇଛି। କେତେକ ଛୋଟ ସହରକୁ ମଧ୍ୟ ମସ୍କୋ କବ୍‌ଜା କରିଛି। ସେଗୁଡ଼ିକୁ ରୁଷିଆରେ ମିଶାଇବା ପାଇଁ ଗଣଭୋଟ ନିମନ୍ତେ ମସ୍କୋର ଯୋଜନା ରହିଛି। ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଘନିଷ୍ଠ ସହଯୋଗୀଙ୍କ ଝିଅ ଡାରିଆ ଡଗିନାଙ୍କ କାର୍‌ ବିସ୍ଫୋରଣରେ ମୃତ୍ୟୁ ପାଇଁ ମସ୍କୋ ୟୁକ୍ରେନ୍‌କୁ ଦାୟୀ କରିଛି। ଏହି ଅଭିଯୋଗକୁ ୟୁକ୍ରେନ୍‌ ଖଣ୍ଡନ କରିଥିଲେ ହେଁ ରୁଷିଆ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିବା ଆଶଙ୍କା ରହିଛି। ମସ୍କୋ ଟାର୍ଗେଟରେ କିଭ୍‌ ଥିବାରୁ ସେଠାରେ ଗୁରୁବାର ପର୍ଯ୍ୟନ୍ତ ଜନଗହଳି ଏବଂ ସ୍ବାଧୀନତା ଦିବସ ରାଲି ଉପରେ କଟକଣା ଲାଗିଛି। ଅପରପକ୍ଷେ ଜାପୋରଜିଝିଆ ପ୍ଲାଣ୍ଟ ଉପରେ ଆଲୋଚନା ପାଇଁ ମସ୍କୋ ଜାତିସଂଘ ସୁରକ୍ଷା ପରିଷଦକୁ ମଙ୍ଗଳବାର ଅନୁରୋଧ କରିଛି।
ମାସର ଯୁଦ୍ଧରେ ଅନୂ୍ୟନ ୧ କୋଟି ୨୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ିଛନ୍ତି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ସୂଚନା ଅନୁସାରେ, ଫେବୃୟାରୀ ୨୪ରୁ ଅଗଷ୍ଟ ୨୧ ମଧ୍ୟରେ ଏହି ଯୁଦ୍ଧରେ ୫,୫୮୭ ସାଧାରଣ ଜନତା ପ୍ରାଣ ହରାଇଛନ୍ତି। ୭,୮୯୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ୯୭୨ ଶିଶୁ ଥିବା ୟୁନିସେଫ୍‌ କହିଛି। ସେହିପରି ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ପ୍ରାୟ ୯ ହଜାର ସୈନ୍ୟ ନିହତ ହୋଇଥିବା ୟୁକ୍ରେନ ସଶସ୍ତ୍ର ବଳ ମୁଖ୍ୟ ଭାଲେରି ଜାଲୁଝ୍‌ନି କହିଛନ୍ତି। ମସ୍କୋ ଏହାର ନିହତ ସୈନ୍ୟଙ୍କ ବାବଦରେ ତଥ୍ୟ ଦେଇ ନ ଥିବାବେଳେ ଏହି ସଂଖ୍ୟା ୪୫,୪୦୦ ବୋଲି ୟୁକ୍ରେନ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri