ଜାତିସଂଘ ପ୍ରସ୍ତାବ ବିରୋଧରେ ଭୋଟ ଦେଲା ଆମେରିକା

ଜାତିସଂଘ,୨୬।୨: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବାର ୩ ବର୍ଷ ପରେ ଆମେରିକା ଏବଂ ୟୁରୋପୀୟ ମେଣ୍ଟ ମଧ୍ୟରେ ଫାଟ ଦେଖାଦେଇଛି। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରି ଜାତିସଂଘରେ ସୋମବାର ଅଣାଯାଇଥିବା ୩ଟି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଆମେରିକା ମନା କରିଦେଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଟ୍ରାନ୍ସଆଟଲାଣ୍ଟିକ୍‌ ସମ୍ପର୍କରେ ନାଟକୀୟ ପରିବର୍ତ୍ତନ ଦେଖାଦେଇଛି। ଜାତିସଂଘ ସାଧାରଣ ସଭାରେ ଆମେରିକା ରୁଷିଆ ସହ ହାତ ମିଳାଇ ୟୁରୋପ ସମର୍ଥତ୍ତ ୟୁକ୍ରେନ୍‌ ପ୍ରସ୍ତାବ ବିରୋଧରେ ଭୋଟ ଦେଇଛି। ତୁରନ୍ତ ରୁଷିଆ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ଓ ଆକ୍ରମଣ ବନ୍ଦ କରିବା ପାଇଁ ପ୍ରସ୍ତାବରେ ଆହ୍ବାନ ଦିଆଯାଇଥିଲା। ୟୁରୋପୀୟ ଏବଂ ଆମେରିକା ବ୍ୟତୀତ ଅନ୍ୟ ଜି୭ ଦେଶଗୁଡ଼ିକ ଚିଠାପ୍ରସ୍ତାବ ସପକ୍ଷରେ ଭୋଟ ଦେବା ପରେ ଏହା ଗୃହୀତ ହୋଇଛି। ତେବେ ଭୋଟଦାନ ବେଳେ ଭାରତ ଏବଂ ରୁଷିଆର ଅନ୍ୟତମ ସହଯୋଗୀ ଚାଇନା ଅନୁପସ୍ଥିତ ରହିଥିଲେ। ୧୯୩ ସଦସ୍ୟ ଥିବା ଜାତିସଂଘ ସାଧାରଣ ସଭାରେ ପ୍ରସ୍ତାବ ସପକ୍ଷରେ ୯୩ ଦେଶ ଭୋଟ ଦେଇଥିବାବେଳେ ରୁଷିଆ, ଆମେରିକା, ଇସ୍ରାଏଲ୍‌, ହଙ୍ଗେରୀ ଆଦି ୧୮ ଦେଶ ବିରୋଧରେ ଭୋଟ ଦେଇଥିଲେ। ଭାରତ, ଚାଇନା, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, କାତାର, କୁଏଟ୍‌, ୟୁଏଇ, ଇରାନ, ଇରାକ, ଆର୍ଜେଣ୍ଟିନା ସମେତ ୬୫ ଦେଶ ଭୋଟଦାନରୁ ବିରତ ରହିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ରୁଷିଆ ଆକ୍ରମଣକୁ ନିନ୍ଦା କରି ଅଣାଯାଇଥିବା ପ୍ରସ୍ତାବ ସପକ୍ଷରେ ୧୪୦ରୁ ଊର୍ଦ୍ଧ୍ୱ ଦେଶ ଭୋଟ ଦେଇଥିଲେ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ୩ ବର୍ଷ ମଧ୍ୟରେ ସବୁଥର ଆମେରିକା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ରୁଷିଆକୁ ବିରୋଧ କରି ଭୋଟ ଦେଉଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ନିକଟରେ ପୁଟିନ୍‌ଙ୍କୁ ସମର୍ଥନ କରି ମନ୍ତବ୍ୟ ଦେଇଥିବାବେଳେ ଯୁଦ୍ଧ ବନ୍ଦ ପାଇଁ ରିୟାଧରେ ଅନୁଷ୍ଠିତ ବୈଠକରେ ୟୁକ୍ରେନ୍‌ ଏବଂ ୟୁରୋପର କୌଣସି ପ୍ରତିନିଧି ଉପସ୍ଥିତ ନ ଥିଲେ। ଏଥର ଭୋଟଦାନରୁ ଭାରତ ବିରତ ରହିବା ନୂଆ କଥା ନୁହେଁ। ପୂର୍ବରୁ ଯେତେଥର ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଭୋଟ ହୋଇଛି, ଭାରତ ଅନୁପସ୍ଥିତ ରହିଛି। ଉଭୟ ଆମେରିକା ଏବଂ ରୁଷିଆ ସହ ଭାରତର ରଣନୀତିକ ସହଭାଗିତା ଥିବାରୁ ଏହା କୂଟନୈତିକ ସ୍ତରରେ ସମଦୂରତ୍ୱ ରକ୍ଷାକରି ଆସିଛି।
ଯୁଦ୍ଧର ୩ ବର୍ଷ ପୂର୍ତ୍ତି ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଥିଲେ, ଏହି ଯୁଦ୍ଧ କେବଳ ୟୁରୋପ୍‌ର ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିନାହିଁ, ବରଂ ଜାତିସଂଘର ପ୍ରତିଷ୍ଠା ଓ ମୂଳ ନୀତି ପ୍ରତି ବିପଦ ଆଣିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ‘ଦି ପାଥ୍‌ ଟୁ ପିସ୍‌’ ନାମରେ ଆମେରିକା ଏକ ପ୍ରସ୍ତାବ ଆଣିଥିଲା। ୯୩ ଭୋଟ ସହ ଉକ୍ତ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ବିପକ୍ଷରେ ୮ ଭୋଟ ପଡ଼ିଥିଲା ଏବଂ ୭୩ ସଦସ୍ୟ ଅନୁପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri