ଭିସା ନିୟମ ବଦଳାଇଲା ଆମେରିକା: ଏବେ ସାର୍ବଜନୀନ କରିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ, ପରିଚୟକୁ…

ନୂଆଦିଲ୍ଲୀ,୨୪।୬: ଆମେରିକା ଭିସା ଯାଞ୍ଚ ପ୍ରକ୍ରିୟାରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ଏବେ F, M, ଏବଂ J କାଟେଗୋରୀର ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟର ଗୋପନୀୟତା ସେଟିଂସ ’ସାର୍ବଜନୀନ’ କରିବାକୁ ପଡିବ। ଏହାର ଉଦ୍ଦେଶ୍ୟ ହେଉଛି ଭିସା ଆବେଦନକାରୀଙ୍କ ପରିଚୟକୁ ଭଲ ଭାବରେ ଯାଞ୍ଚ କରିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା। ଏହି ନୂତନ ନିୟମ ତତ୍କାଳ ଲାଗୁ କରାଯାଇଛି। ଏନେଇ ଆମେରିକା ଦୂତାବାସ ପକ୍ଷରୁ Xରେ ଏହି ସୂଚନା ଦିଆଯାଇଛି।

ସାଧାରଣତଃ ବିଦେଶୀ ନାଗରିକମାନଙ୍କୁ F, M, ଏବଂ J ଭିସା ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥାଏ। ଏଫ୍‌ ଭିସା ପାଠ ପଢ଼ୁଥିବା ଛାତ୍ରୀଛାତ୍ର, ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କୁ ଏମ୍‌ ଭିସା ଏବଂ ଏକ୍ସଚେଞ୍ଜ ଭିଜିଟର, ରିସର୍ଚ୍ଚର ଓ ଇଣ୍ଟର୍ଣ୍ଣମାନଙ୍କୁ ଜେ ଭିସା ପ୍ରଦାନ କରାଯାଇଥାଏ। ଏବେ ନୂତନ ନିୟମ ନେଇ ଆମେରିକା ଦୂତାବାସ ଭାରତ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ, ପ୍ରତ୍ୟେକ ଭିସା ଆବେଦନ ଏକ ଜାତୀୟ ସୁରକ୍ଷା ନିଷ୍ପତ୍ତି। ଆମେରିକା ୨୦୧୯ ମସିହାରୁ ଭିସା ଆବେଦନ ଫର୍ମରେ ସୋସିଆଲ ମିଡିଆ ୟୁଜରନେମ ମାଗୁଛି, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ସାର୍ବଜନୀନ କରିବା ବାଧ୍ୟତାମୂଳକ କରାଯାଇଛି। ଯାହା ଦ୍ୱାରା ଆବେଦନକାରୀଙ୍କ ସମ୍ପୂର୍ଣ୍ଣ ତଦନ୍ତ କରାଯାଇପାରିବ। ଆବେଦନକାରୀଙ୍କ ସମ୍ପର୍କରେ ଅନଲାଇନରେ ଅଫିସରମାନେ ସହଜରେ ଜାଣିପାରିବେ। ଏହା ସହିତ ଆମେରିକା କହିଛି ଯେ ସେମାନେ ସମସ୍ତ ଉପଲବ୍ଧ ସୂଚନା ଯାଞ୍ଚ ପରେ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଲୋକମାନେ ଆମେରିକା ଆସିପାରିବେ ନାହିଁ।

ଯଦିଓ ଆମେରିକା ଯାତ୍ରା କରିବା ପାଇଁ ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ଭିସା ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଅନେକ ଛାତ୍ର, କାର୍ଯ୍ୟରତ ବୃତ୍ତିଗତ ଏବଂ ପର୍ଯ୍ୟଟକଙ୍କୁ ଆମେରିକା ଯିବାର ଯୋଜନା ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହା ବ୍ୟତୀତ ସୋସିଆଲ ମିଡିଆକୁ ସାର୍ବଜନୀନ କରିବାର ନିୟମ ଅନେକ ଲୋକଙ୍କ ଗୋପନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇପାରେ। ଏହି ନୂତନ ନିୟମ ଏବଂ ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ଆମେରିକାର ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଯାହା ଦାରା ସମସ୍ତ ଭିସା ଆବେଦନକାରୀ ଦେଶ ପାଇଁ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ପ୍ରମାଣିତ ହେବେ।

ସୂଚନାଯୋଗ୍ୟ ଯେ ଆମେରିକା ତାର ଭିସା ସମ୍ପର୍କିତ ସୁରକ୍ଷା ଏବଂ ତଦନ୍ତ ପ୍ରକ୍ରିୟାକୁ ନିରନ୍ତର କଡ଼ାକଡ଼ି କରିବାକୁ ଚେଷ୍ଟା କରୁଛି। ଏହା ପୂର୍ବରୁ ଜୁନ ୯ ରେ ମଧ୍ୟ ଆମେରିକା ୧୨ ଟି ଦେଶର ନାଗରିକଙ୍କୁ ଆମେରିକାର ଭିସା ଦେବା ଉପରେ ସମ୍ପୂର୍ଣ୍ଣ ନିଷେଧ କରିଛି। ଏହି ୧୨ ଟି ଦେଶର ତାଲିକାରେ ଆଫଗାନିସ୍ତାନ, ମିଆଁମାର, ଚାଡ, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ଅନ୍ତର୍ଭୁକ୍ତ।
ସେହି ସମୟରେ, ଅନ୍ୟ ସାତଟି ଦେଶ ପାଇଁ କିଛି ଭିସା ବର୍ଗରେ କଡ଼ା ନିୟମ ଲାଗୁ କରାଯାଇଛି। ଏଥିରେ ବୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିଓନ, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ। ତେବେ ଆମେରିକା ଏହି ପଦକ୍ଷେପ ସେହି ଦେଶଗୁଡ଼ିକ ବିଷୟରେ ନେଇଛି ଯାହାକୁ ସେ ତାର ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ବିପଦପୂର୍ଣ୍ଣ ବୋଲି ବିବେଚନା କରେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?