ଆମେରିକା ଆଗ

ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତିଗୁଡ଼ିକ ବିବାଦୀୟ ହୋଇଚାଲିଛି। ୨୦ ଜାନୁଆରୀ ୨୦୨୫ରେ ଦାୟିତ୍ୱ ନେବାର ପ୍ରଥମ ଦିନରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ରୁ ଆମେରିକା ଓହରିଯିବା ବିଷୟ ସେ ଘୋଷଣା କରିଥିଲେ। ସ୍ମରଣ କରାଯାଇପାରେ ଯେ ଜୁଲାଇ ୨୦୨୦ରେ ଟ୍ରମ୍ପ ତାଙ୍କ ପ୍ରଥମ ରାଷ୍ଟ୍ରପତିତ୍ୱ ସମୟରେ କୋଭିଡ୍‌-୧୯ ପାଇଁ ଚାଇନାକୁ ଦାୟୀ କରି ବିଧିବଦ୍ଧ ଭାବେ ଡବ୍ଲ୍ୟୁଏଚ୍‌ଓରୁ ଆମେରିକା ଓହରିଯିବା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଜୋ ବାଇଡେନ୍‌ କ୍ଷମତାସୀନ ହେବାରୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବାତିଲ କରିଥିଲେ। ତେବେ ୨ ଫେବୃଆରୀ ୨୦୨୫ରେ ମେକ୍ସିକୋ, କାନାଡା ଓ ଚାଇନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରି ଟ୍ରମ୍ପ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କ କହିବା କଥା ହେଲା ଆମେରିକାର ବାଣିଜ୍ୟ ନିଅଣ୍ଟ ବା ଟ୍ରେଡ୍‌ ଡେଫିସିଟ୍‌ ପାଇଁ ଏହି ଦେଶଗୁଡ଼ିକ ଅଧିକ ମାତ୍ରାରେ ଦାୟୀ ରହୁଥିବାରୁ ସେଗୁଡ଼ିକ ଉପରେ ଏଭଳି ଶୁଳ୍କ ବସାଇବା ଜରୁରୀ ଥିଲା। ତେବେ ୪ ଫେବୃଆରୀରେ ହ୍ବାଇଟହାଉସ୍‌ ପକ୍ଷରୁ ଘୋଷଣା ହୋଇଛି ଯେ, ମେକ୍ସିକୋ ଓ କାନାଡା ଉପରେ ହୋଇଥିବା ଟ୍ରମ୍ପ୍‌ଙ୍କ ଟାରିଫ ବୋଝକୁ ୩୦ ଦିନ ପାଇଁ ସାମୟିକ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇ କାନାଡା ସେହି ସମାନ ୨୫ ପ୍ରତିଶତ ଟାରିଫ୍‌ ଆମେରିକା ଉପରେ ବସାଇବ ବୋଲି ଘୋଷଣା କରିଛି। ଅନୁରୂପ ଧମକ ମେକ୍ସିକୋ ଦେଇଥିବା ବେଳେ ଚାଇନା ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଯିବ ବୋଲି କହିବା ସହ କଡ଼ା ପଦକ୍ଷେପ ନେବ ବୋଲି ପ୍ରକାଶ କରିଛି। ଏସବୁ ଧମକକୁ ଟ୍ରମ୍ପ ଭୟ କରୁଥିବା ଭଳି ମନେ ହେଉନାହିଁ। ଏଥିସହିତ ବ୍ରିକ୍ସ ସଙ୍ଗଠନରେ ଅଧିକ ଶବ୍ଦ କରୁଥିବା ଭାରତ ସମେତ କେତୋଟି ଦେଶର ମୁଖ୍ୟମାନଙ୍କୁ ହ୍ବାଇଟ୍‌ ହାଉସ୍‌ ତରଫରୁ ଡକରା ଜାରି କରାଯାଇଛି। ଏହିସବୁ ଦେଶର ମୁଖ୍ୟମାନଙ୍କୁ ଧମକ ଦିଆଯିବା ସହିତ କୌଣସି ପ୍ରକାରର ଡଲାର ବିରୋଧୀ ମନ୍ତବ୍ୟ କିମ୍ବା କାର୍ଯ୍ୟଠାରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯିବ। ଏପରିକି ଏହି ନେତାମାନଙ୍କୁ ଭବିଷ୍ୟତରେ ବ୍ରିକ୍ସ ସଭାରେ ଯୋଗଦେବା ପାଇଁ ବାରଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଟ୍ରମ୍ପଙ୍କ ନିଷ୍ପତ୍ତି ପରେ ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଭାରତ ଆପାତତଃ ବର୍ତ୍ତିଯାଇଥିବାରୁ ସାଧାରଣରେ ଆଲୋଚନା ହୋଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସମ୍ବନ୍ଧ ଭଲ ଥିବାର ଏହା ହେଉଛି ପ୍ରତିଫଳନ। ଏପରି ଚର୍ଚ୍ଚା ହେଉଥିବା ବେଳେ ୩ ଫେବୃଆରୀରେ ଖବର ଆସିଲା ଯେ ଆସନ୍ତା ୧୩ ତାରିଖରେ ମୋଦି ଆମେରିକା ଗସ୍ତରେ ଯିବେ। ଏ କଥା ଶୁଣି କେତେକ ଭାରତୀୟ ଅଧିକ ଉତ୍ସାହିତ ହୋଇଯାଇଥିଲେ। କିନ୍ତୁ ସେହି ଉତ୍ସାହକୁ ଦିନେ ପୂରି ନ ଥିବା ବେଳେ ୪ ଫେବୃଆରୀରେ ଟ୍ରମ୍ପ ଆଉ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ବାହାର କରି ୟୁଏସ୍‌ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ (ୟୁଏସ୍‌ଏଡ୍‌)ର କାର୍ଯ୍ୟ ସମୀକ୍ଷା କରାଯିବ କହି ପାଣ୍ଠି ଯୋଗାଣକୁ ରଦ୍ଦ କରିଦେଇଛନ୍ତି। ଅର୍ଥାତ୍‌ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଭାରତରେ ଯେଉଁ ସରକାରୀ ଓ ବେସରକାରୀ ସଙ୍ଗଠନଗୁଡ଼ିକ ୟୁଏସ୍‌ଏଡ୍‌ଠାରୁ ପାଣ୍ଠି ପାଉଥିଲେ ସେଗୁଡ଼ିକ ସଙ୍କଟ ମଧ୍ୟକୁ ଚାଲିଯାଇଛନ୍ତି। ଫଳରେ ଭାରତରେ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରକଳ୍ପଗୁଡ଼ିକ ବାଧାପ୍ରାପ୍ତ ହେବା ଥୟ ବୋଲି କୁହାଗଲାଣି। କେବଳ ସେତିକି ନୁହେଁ ସଦ୍ୟ ସୂଚନା ଅନୁଯାୟୀ ଆମେରିକା ତା’ ସେନା ବିମାନରେ ୨୦୫ ଜଣ ବେଆଇନ ପ୍ରବାସୀଙ୍କୁ ଭାରତକୁ ପଠାଇଛି। ଏହି ଦୁଇ ପଦକ୍ଷେପ ଟ୍ରମ୍ପଙ୍କ ଭାରତ ପ୍ରତି ଥିବା ଆଭିମୁଖ୍ୟକୁ ସୂଚାଉଛି।
ବିଶ୍ୱବାସୀ ଜାଣିଛନ୍ତି ଟ୍ରମ୍ପ କାହାର ନୁହନ୍ତି, କେବଳ ଆମେରିକାର। ସେ ଜଣେ ଏକଜିଦିଆ ନେତା ହୋଇଥିବା ବେଳେ ବିଶେଷକରି ବେପାର କଥାରେ ସମ୍ପୂର୍ଣ୍ଣ ଭାବେ ସ୍ବାର୍ଥାନ୍ବେସୀ। ହେଲେ ଭାରତର ନେତୃତ୍ୱ ତାଙ୍କୁ ଅସ୍ବାଭାବିକ ଗୁରୁତ୍ୱ ଦେଇ ଆସୁଥିବାରୁ ଏବେ ସେ ଯେଉଁ ଝଟକା ଦେଲେ ତାହାକୁ ଗମ୍ଭୀରତାର ସହ ବିଚାର କରାଯିବା ଦରକାର ବୋଲି କୁହାଗଲାଣି। ବିଗତ ବର୍ଷଗୁଡ଼ିକରେ ଆମେରିକାର ହ୍ୟୁଷ୍ଟନରେ ହୋଇଥିବା ‘ହାଉଡି ମୋଦି’ ହେଉ ବା ଗୁଜରାଟର ଅହମଦାବାଦରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ରହିଥିବା ବିଷୟରେ ଭାରତୀୟ ଗଣମାଧ୍ୟମରେ ବିଶେଷ ଚର୍ଚ୍ଚା ହୋଇଆସିଛି। କିନ୍ତୁ ଏବର ସ୍ଥିତି ଦେଖିଲେ ଟ୍ରମ୍ପଙ୍କ ଭାରତ ପ୍ରତି ବେଖାତିର ମନୋଭାବ ଅଛି ବୋଲି ସ୍ପଷ୍ଟ ଜଣାପଡୁଛି। କାନାଡା, ମେକ୍ସିକୋ ଓ ଚାଇନା ଭଳି ରାଷ୍ଟ୍ର ସହ ଆମେରିକାର ବାଣିଜି୍ୟକ କାରବାର ଆକାର ବୃହତ୍‌ ଥିବା ବେଳେ ଟ୍ରମ୍ପ ଯେତେବେଳେ ଟାରିଫ୍‌ ବୃଦ୍ଧି ନିଷ୍ପତ୍ତି ନେଇପାରୁଛନ୍ତି, ସେହି ତୁଳନାରେ ଭାରତ ତାଙ୍କ ପାଇଁ ବେଶି ଗୁରୁତ୍ୱ ରଖିବ ଭାବିବା ବୋକାମି। ତେଣୁ ବହିର୍ବ୍ୟାପାର ନୀତି ହେଉ ବା ବାଣିଜି୍ୟକ ଓ ରଣନୀତିକ ସ୍ତରରେ ଭାରତ ଅତି ସତର୍କତାର ସହିତ ପଦକ୍ଷେପ ନେବା ଦରକାର। ସାଧାରଣରେ କୁହାଯାଇଥାଏ, କୌଣସି ସମୟରେ ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କ ଆଗରେ ପାଇବା ଆଶାରେ ଗୋଡ଼ଭାଙ୍ଗି ଠିଆ ହୋଇଥାଆନ୍ତି, ସେତେବେଳେ ସେ ନିଜକୁ ନୂ୍ୟନ ସ୍ତରରେ ରଖିଦେଇଥାଆନ୍ତି। ସେତେବେଳେ କିଛି ମିଳେ ନାହିଁ। ଦମ୍ଭ ଧରି ପରସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବା ଦେଶ ମୁଣ୍ଡ ଉପରକୁ କରି ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri