ଆମେରିକା, ୟୁରୋପ ଥରହର

ନୂଆଦିଲ୍ଲୀ, ୨୯।୬: କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଦ୍ୱିତୀୟ ଲହରରେ ଭୂତାଣୁର ଏହି ନୂଆ ରୂପ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ଏହା ଆମେରିକା, ୟୁରୋପ ସମେତ ବିଶ୍ୱର ୮୫ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ଏହି ଭାରିଆଣ୍ଟ ଭୟରେ ୟୁରୋପ, ଆମେରିକା ଏବେ ଥରହର ହେଉଥିବା ଜଣାପଡ଼ିଛି। ସବୁଠୁ ଦ୍ରୁତ ସଂକ୍ରାମକ ଏହି ଭାରିଆଣ୍ଟ ଟିକା ନେଇ ନ ଥିବା ଲୋକଙ୍କ ମଧ୍ୟରେ ଅତିଶୀଘ୍ର ବ୍ୟାପୁଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି।
ମହାମାରୀ ସାରା ବିଶ୍ୱରେ ୩୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏହା ସଂକ୍ରମଣକୁ କମାଇଥିଲେ ମଧ୍ୟ ଡେଲ୍‌ଟା ଭାରିଆଣ୍ଟ କରୋନାର ଆଉ ଏକ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଏବଂ ଇସ୍ରାଏଲ୍‌ ପୁଣିଥରେ କଠୋର କୋଭିଡ୍‌ କଟକଣା ଲଗାଇଛନ୍ତି। ଗତ ସପ୍ତାହେ ମଧ୍ୟରେ ବ୍ରିଟେନରେ ୩୫,୨୦୪ ଡେଲ୍‌ଟା ଭାରିଆଣ୍ଟ ମାମଲା ଚିହ୍ନଟ ହେବା ଫଳରେ ସେଠାରେ ମୋଟ ମାମଲା ସଂଖ୍ୟା ୧,୧୧,୧୫୭ରେ ପହଞ୍ଚତ୍ଛି। ସେଠାରେ ଦେଖାଦେଇଥିବା ମୋଟ ମାମଲାର ପ୍ରାୟ ୯୫ ପ୍ରତିଶତ ହେଉଛି ଡେଲ୍‌ଟା ଭାରିଆଣ୍ଟ। ଟିକାକରଣର ସଫଳତା ସତ୍ତ୍ୱେ ମାମଲା ଏବଂ ହସ୍ପିଟାଲାଇଜେଶନ ମଧ୍ୟରେ ରହିଥିବା ଲିଙ୍କ୍‌କୁ ଭାଙ୍ଗିବା ଆରମ୍ଭ ହୋଇଛି ବୋଲି ବ୍ରିଟେନ୍‌ ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଜେନି ହାରିସ୍‌ କହିଛନ୍ତି।
ଆମେରିକାରେ ଯେଉଁମାନେ ଭାକ୍ସିନ ନେଇନାହାନ୍ତି, ସେମାନେ ତୁରନ୍ତ ନେବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଡେଲ୍‌ଟା ଭାରିଆଣ୍ଟ ଅଧିକ ଲୋକଙ୍କ ଜୀବନ ନେଇପାରେ ବୋଲି ସେ ସତର୍କ କରାଇଦେଇଛନ୍ତି। ଟିକା ନେଇ ନ ଥିବା ଲୋକମାନଙ୍କ ପାଇଁ ଏହି ଭାରିଆଣ୍ଟ ଅଧିକ ବିପଜ୍ଜନକ ଏବଂ ଯୁବବର୍ଗଙ୍କ ପାଇଁ ମାରାତ୍ମକ ବୋଲି ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଆମେରିକାରେ ଡେଲ୍‌ଟା ସବୁଠୁ ସଂକ୍ରାମକ ଭାରିଆଣ୍ଟ ଭାବେ ବହୁସଂଖ୍ୟାରେ ଲୋକଙ୍କୁ ଆକ୍ରାନ୍ତ କରିପାରେ ବୋଲି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ନିର୍ଦ୍ଦେଶକ ରେଚେଲେ ଓ୍ବାଲେନ୍‌ସ୍କି ସତର୍କ କରାଇଛନ୍ତି। ତେବେ ନୂଆ ଭାରିଆଣ୍ଟ କବଳରୁ ଟିକା ସୁରକ୍ଷା ଦେଇପାରିବ ବୋଲି ସେ କହିଛନ୍ତି। ଡେଲ୍‌ଟା ଭାରିଆଣ୍ଟ ଯୋଗୁ ରୁଷିଆରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ଗତ ଶୁକ୍ରବାର ସେଠାରେ ୨୦,୩୯୩ ନୂଆ ମାମଲା ଚିହ୍ନଟ ହୋଇଥିଲା, ଯାହାକି ଜାନୁୟାରୀ ୨୪ ପରେ ସର୍ବାଧିକ। ମସ୍କୋରେ ୮୯.୩ ପ୍ରତିଶତ କୋଭିଡ୍‌ ରୋଗୀଙ୍କଠାରେ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ମେୟର ସେର୍ଗେଇ ସୋବ୍ୟାନିନ୍‌ କହିଛନ୍ତି।
ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର କେତେକ ଅଞ୍ଚଳରେ ଡେଲ୍‌ଟା ଭାରିଆଣ୍ଟ ଦେଖାଦେଇଥିବାରୁ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ ଚିନ୍ତାବ୍ୟକ୍ତ କରିଛନ୍ତି। ଡେଲ୍ଟା ଆସିଯାଇଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି। ସେହିପରି ପର୍ତ୍ତୁଗାଲ୍‌ର ଲିସ୍‌ବନ୍‌ ଓ ଅନ୍ୟ ଦୁଇଟି ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ନୂଆ କଟକଣା ଜାରି ହୋଇଛି। ଅଷ୍ଟ୍ରେଲିଆରେ ସ୍ବାଭାବିକ ଅବସ୍ଥା ଫେରୁଥିବାବେଳେ ପୁଣି ଥରେ ସଂକ୍ରମଣ ବଢ଼ିବାରୁ ସିଡ୍‌ନୀ ମହାନଗରୀରେ ପୁଣିଥରେ ଲକ୍‌ଡାଉନ ଲାଗୁ ହୋଇଛି। ଟିକାକରଣରେ ସବୁଠୁ ସଫଳ ଦେଶ ଭାବେ ବିବେଚିତ ଇସ୍ରାଏଲ୍‌ରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ଡେଲ୍‌ଟା ଭାରିଆଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବା ମହାମାରୀ ମୁକାବିଲା ଟାସ୍କଫୋର୍ସ ମୁଖ୍ୟ ନାଚ୍‌ମାନ ଆସ୍‌ କହିଛନ୍ତି। ଡେଲ୍‌ଟା ଭାରିଆଣ୍ଟ ଯୋଗୁ ଫିଜିରେ ଗତ ଗୁରୁବାର ୩୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ।
ଆଫ୍ରିକା ମହାଦେଶର ଅନୂ୍ୟନ ୨୦ ଦେଶରେ ଡେଲ୍‌ଟା ଭାରିଆଣ୍ଟ ସଂକ୍ରମଣ ଦେଇଦେଇଛି। ଫଳରେ ଅଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ସହ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ସିଙ୍ଗାପୁରରେ ଡେଲ୍ଟା ଭାରିଆଣ୍ଟ ପ୍ରବେଶ କରିଥିବା ମେ’ ୩୧ରେ ଏହାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ସୂଚନା ଦେଇଥିଲେ। ଏହାପରେ ସେଠାରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, କ୍ୱାରାଣ୍ଟାଇନକୁ ଜୋର୍‌ଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri