ଆମେରିକା ଦେବନି ସେମିକଣ୍ଡକ୍ଟର ଚିପ୍‌

ଓ୍ବାଶିଂଟନ୍‌, ୧୩ା୯:ତାଇଓ୍ବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିଥିବାବେଳେ ଓ୍ବାଶିଂଟନ୍‌ ବେଜିଂର ଦୁର୍ବଳତାକୁ ଧରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ ପଡ଼ୁଥିବା ସେମିକଣ୍ଡକ୍ଟର ଚିପ୍‌ ଚାଇନାକୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଯୋଜନା କରିଛି। ପୂର୍ବରୁ ଆମେରିକାର ୩ କମ୍ପାନୀ କେଏଲ୍‌ଏ କର୍ପ, ଲାମ୍‌ ରିସର୍ଚ୍ଚ କର୍ପ ଏବଂ ଆପ୍ଲାଏଡ୍‌ ମାଟେରିଆଲ୍ସ ଇଙ୍କ୍‌ ଉପରେ ଲଗାଯାଇଥିବା କଟକଣା ଆଧାରରେ ବାଣିଜ୍ୟ ବିଭାଗ ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛି।
ବର୍ଷ ଉକ୍ତ କମ୍ପାନୀଗୁଡ଼ିକୁ ଏ ନେଇ ଚିଠି କରାଯାଇଥିଲା। ସବ୍‌-୧୪ ନାନୋମିଟର ପ୍ରକ୍ରିୟାରେ ଆଡ୍‌ଭାନ୍ସଡ୍‌ ସେମିକଣ୍ଡକ୍ଟର ପ୍ରସ୍ତୁତ କରୁଥିବା ଅଣଲାଇସେନ୍ସ ପ୍ରାପ୍ତ ଚାଇନିଜ୍‌ ଫ୍ୟାକ୍ଟ୍ରିଗୁଡ଼ିକୁ ଉକ୍ତ କମ୍ପାନୀଗୁଡ଼ିକ ଚିପ୍‌ରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। କମର୍ସ ଡିପାର୍ଟମେଣ୍ଟ ପକ୍ଷରୁ ଗତ ମାସରେ ଏନ୍‌ଭିଡିଆ କର୍ପ ଏବଂ ଆଡ୍‌ଭାନ୍ସଡ୍‌ ମାଇକ୍ରୋ ଡିଭାଇସ୍‌କୁ ପଠାଯାଇଥିବା ଚିଠି ଅନୁସାରେ ଲଗାଯାଇଥିବା କଟକଣାଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଲାଇସେନ୍ସ ନ ପାଇବା ପର୍ଯ୍ୟନ୍ତ ଏହି କମ୍ପାନୀଗୁଡ଼ିକୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କମ୍ପ୍ୟୁଟିଂ ଚିପ୍ସ ରପ୍ତାନି ବନ୍ଦ କରିବାକୁ ଚିଠିରେ କୁହାଯାଇଥିଲା। ଏ ପ୍ରସଙ୍ଗରେ ଆସିବାକୁ ଥିବା ନୂଆ ନିୟମରେ ଚାଇନା ବିରୋଧୀ ନୀତି ଆସିବାର ସମ୍ଭାବନା ରହିଛି। ପରେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇପାରେ। ଉକ୍ତ କମ୍ପାନୀଗୁଡ଼ିକୁ ପଠାଯାଇଥିବା ଚିଠିର ନୀତିଗୁଡ଼ିକ ଆଇନରେ ପରିଣତ ହେଲେ ସମାନ ଉତ୍ପାଦ ପ୍ରସ୍ତୁତ କରୁଥିବା ଆମେରିକାର ଅନ୍ୟ କମ୍ପାନୀ ପାଇଁ ମଧ୍ୟ ରେଗୁଲେଶନ ଲାଗିବ।
ଇଣ୍ଟେଲିଜେନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସମେତ କାର୍‌ ନିର୍ମାଣ ଓ ଅନ୍ୟ ଅତ୍ୟାଧୁନିକ ଉପକରଣରେ ସେମିକଣ୍ଡକ୍ଟର ଚିପ୍‌ ବ୍ୟବହାର ହେଉଛି। ତାଇଓ୍ବାନ ସହ ଉତ୍ତେଜନା ବୃଦ୍ଧି ମଧ୍ୟରେ ବି ଚାଇନା ସେଠାରୁ ସେମିକଣ୍ଡକ୍ଟର ଚିପ୍‌ ଆମଦାନୀ ଉପରେ କଟକଣା ଲଗାଇନାହିଁ। ସମ୍ପ୍ରତି ଟେକ୍ନୋଲୋଜି ଯୁଗରେ ଚିପ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚାଇନାର ଦମ୍ଭ ଭାଙ୍ଗିବା ନିମନ୍ତେ ଆମେରିକାର ଏହି ନିଷ୍ପତ୍ତି ରଣନୀତି ଦିଗରୁ ବିଶେଷ ଗୁରୁତ୍ୱ ରଖେ। ଆମେରିକା କମର୍ସ ଡିପାର୍ଟମେଣ୍ଟର ଜଣେ ମୁଖପାତ୍ର କହିଛନ୍ତି, ଜାତୀୟ ନିରାପତ୍ତା ଏବଂ ବିଦେଶ ନୀତିର ରକ୍ଷା ନିମନ୍ତେ ଚାଇନା ଆମେରିକୀୟ ପ୍ରଯୁକ୍ତିବିଦ୍ୟା ହାସଲ ଓ ନିଜର ସୈନ୍ୟ ଆଧୁନିକୀକରଣରେ ଏହାର ଉପଯୋଗକୁ ରୋକିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍‌ର ଟେକ୍ନୋଲୋଜି ବିଶେଷଜ୍ଞ ଜିମ୍‌ ଲୁଇସ୍‌ ଏହି ନିଷ୍ପତ୍ତି ଚାଇନାର ଗଳା ଦବାଇବା ଭଳି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri