ଆମେରିକା ଦେବନି ସେମିକଣ୍ଡକ୍ଟର ଚିପ୍‌

ଓ୍ବାଶିଂଟନ୍‌, ୧୩ା୯:ତାଇଓ୍ବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିଥିବାବେଳେ ଓ୍ବାଶିଂଟନ୍‌ ବେଜିଂର ଦୁର୍ବଳତାକୁ ଧରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ ପଡ଼ୁଥିବା ସେମିକଣ୍ଡକ୍ଟର ଚିପ୍‌ ଚାଇନାକୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଯୋଜନା କରିଛି। ପୂର୍ବରୁ ଆମେରିକାର ୩ କମ୍ପାନୀ କେଏଲ୍‌ଏ କର୍ପ, ଲାମ୍‌ ରିସର୍ଚ୍ଚ କର୍ପ ଏବଂ ଆପ୍ଲାଏଡ୍‌ ମାଟେରିଆଲ୍ସ ଇଙ୍କ୍‌ ଉପରେ ଲଗାଯାଇଥିବା କଟକଣା ଆଧାରରେ ବାଣିଜ୍ୟ ବିଭାଗ ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛି।
ବର୍ଷ ଉକ୍ତ କମ୍ପାନୀଗୁଡ଼ିକୁ ଏ ନେଇ ଚିଠି କରାଯାଇଥିଲା। ସବ୍‌-୧୪ ନାନୋମିଟର ପ୍ରକ୍ରିୟାରେ ଆଡ୍‌ଭାନ୍ସଡ୍‌ ସେମିକଣ୍ଡକ୍ଟର ପ୍ରସ୍ତୁତ କରୁଥିବା ଅଣଲାଇସେନ୍ସ ପ୍ରାପ୍ତ ଚାଇନିଜ୍‌ ଫ୍ୟାକ୍ଟ୍ରିଗୁଡ଼ିକୁ ଉକ୍ତ କମ୍ପାନୀଗୁଡ଼ିକ ଚିପ୍‌ରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। କମର୍ସ ଡିପାର୍ଟମେଣ୍ଟ ପକ୍ଷରୁ ଗତ ମାସରେ ଏନ୍‌ଭିଡିଆ କର୍ପ ଏବଂ ଆଡ୍‌ଭାନ୍ସଡ୍‌ ମାଇକ୍ରୋ ଡିଭାଇସ୍‌କୁ ପଠାଯାଇଥିବା ଚିଠି ଅନୁସାରେ ଲଗାଯାଇଥିବା କଟକଣାଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଲାଇସେନ୍ସ ନ ପାଇବା ପର୍ଯ୍ୟନ୍ତ ଏହି କମ୍ପାନୀଗୁଡ଼ିକୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କମ୍ପ୍ୟୁଟିଂ ଚିପ୍ସ ରପ୍ତାନି ବନ୍ଦ କରିବାକୁ ଚିଠିରେ କୁହାଯାଇଥିଲା। ଏ ପ୍ରସଙ୍ଗରେ ଆସିବାକୁ ଥିବା ନୂଆ ନିୟମରେ ଚାଇନା ବିରୋଧୀ ନୀତି ଆସିବାର ସମ୍ଭାବନା ରହିଛି। ପରେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇପାରେ। ଉକ୍ତ କମ୍ପାନୀଗୁଡ଼ିକୁ ପଠାଯାଇଥିବା ଚିଠିର ନୀତିଗୁଡ଼ିକ ଆଇନରେ ପରିଣତ ହେଲେ ସମାନ ଉତ୍ପାଦ ପ୍ରସ୍ତୁତ କରୁଥିବା ଆମେରିକାର ଅନ୍ୟ କମ୍ପାନୀ ପାଇଁ ମଧ୍ୟ ରେଗୁଲେଶନ ଲାଗିବ।
ଇଣ୍ଟେଲିଜେନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସମେତ କାର୍‌ ନିର୍ମାଣ ଓ ଅନ୍ୟ ଅତ୍ୟାଧୁନିକ ଉପକରଣରେ ସେମିକଣ୍ଡକ୍ଟର ଚିପ୍‌ ବ୍ୟବହାର ହେଉଛି। ତାଇଓ୍ବାନ ସହ ଉତ୍ତେଜନା ବୃଦ୍ଧି ମଧ୍ୟରେ ବି ଚାଇନା ସେଠାରୁ ସେମିକଣ୍ଡକ୍ଟର ଚିପ୍‌ ଆମଦାନୀ ଉପରେ କଟକଣା ଲଗାଇନାହିଁ। ସମ୍ପ୍ରତି ଟେକ୍ନୋଲୋଜି ଯୁଗରେ ଚିପ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚାଇନାର ଦମ୍ଭ ଭାଙ୍ଗିବା ନିମନ୍ତେ ଆମେରିକାର ଏହି ନିଷ୍ପତ୍ତି ରଣନୀତି ଦିଗରୁ ବିଶେଷ ଗୁରୁତ୍ୱ ରଖେ। ଆମେରିକା କମର୍ସ ଡିପାର୍ଟମେଣ୍ଟର ଜଣେ ମୁଖପାତ୍ର କହିଛନ୍ତି, ଜାତୀୟ ନିରାପତ୍ତା ଏବଂ ବିଦେଶ ନୀତିର ରକ୍ଷା ନିମନ୍ତେ ଚାଇନା ଆମେରିକୀୟ ପ୍ରଯୁକ୍ତିବିଦ୍ୟା ହାସଲ ଓ ନିଜର ସୈନ୍ୟ ଆଧୁନିକୀକରଣରେ ଏହାର ଉପଯୋଗକୁ ରୋକିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍‌ର ଟେକ୍ନୋଲୋଜି ବିଶେଷଜ୍ଞ ଜିମ୍‌ ଲୁଇସ୍‌ ଏହି ନିଷ୍ପତ୍ତି ଚାଇନାର ଗଳା ଦବାଇବା ଭଳି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri