ଆମ ଶତ୍ରୁଦେଶ ସହ ଆମେରିକା କରିବ ସମରଭ୍ୟାସ, ଭାରତକୁ ବିପଦ?

ଢାକା,୨୪।୫: ବାଂଲାଦେଶର ସେଣ୍ଟ ମାର୍ଟିନ ଦ୍ୱୀପ ପୁନର୍ବାର ଚର୍ଚ୍ଚାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାରର ପତନରେ ଏହି ଦ୍ୱୀପ ଏକ ପ୍ରମୁଖ କାରଣ ଥିଲା ବୋଲି ଅଭିଯୋଗ ହୋଇଥିଲା। ଏବେ ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଜୁନ ୨୦୨୫ରେ କକ୍ସବଜାର ନିକଟବର୍ତ୍ତୀ ଏହି ଦ୍ୱୀପରେ ଆୟୋଜିତ ହେବାକୁ ଯାଉଛି ମିଳିତ ସମରଭ୍ୟାସା ‘ଏକ୍ସରସାଇଜ ଟାଇଗର ଲାଇଟନିଂ’ ଯୋଗୁଁ ଏହା ପୁନଃ ଚର୍ଚ୍ଚାରେ।

ଶେଖ ହାସିନା ଅଭିଯୋଗ କରିଥିଲେ ଯେ ଆମେରିକା ଏହି ଦ୍ୱୀପକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲା, ଯାହା ତାଙ୍କ ସରକାରର ପତନର ଏକ କାରଣ ହୋଇଥିଲା। ୨୦୨୪ ଅଗଷ୍ଟ ୫ ରେ ଛାତ୍ର ଆନ୍ଦୋଳନ ଓ ଜନବିଦ୍ରୋହ ଯୋଗୁଁ ହାସିନାଙ୍କୁ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେବାକୁ ପଡ଼ିଥିଲା। ଏହା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗଠନ ହୋଇଥିଲା, ଯିଏକି ଆମେରିକାର ସହ ନିକଟତର ବୋଲି କୁହାଯାଏ।

ତେବେ କୁହାଯାଉଛି ଏହି ସମରାଭ୍ୟାସ ଶାନ୍ତିରକ୍ଷା ପ୍ରସ୍ତୁତି ଏବଂ ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଏହା ମାଲାକ୍କା ପ୍ରଣାଳୀ, ମିଆଁମାର, ଭାରତ ଏବଂ ଚୀନ ସହିତ ବାଣିଜ୍ୟ ଉପରେ ନଜର ରଖିବା ପାଇଁ ଆମେରିକାର ଏକ ରଣନୀତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆମେରିକାର ସୈନ୍ୟ କକ୍ସବଜାର ଏବଂ ସେଣ୍ଟ ମାର୍ଟିନ ଦ୍ୱୀପ ନିକଟରେ ଉପସ୍ଥିତ ଥିବା ଦାବି କରାଯାଇଛି, ଯାହା ୧୯୭୧ ପରେ ବାଂଲାଦେଶରେ ପ୍ରଥମ ଥର ପାଇଁ ବିଦେଶୀ ସୈନ୍ୟର ଉପସ୍ଥିତିକୁ ନେଇ ଆଲୋଚନା ସୃଷ୍ଟି କରିଛି।

ଏହି ଘଟଣା ଭାରତ, ଚୀନ ଏବଂ ମିଆଁମାର ଭଳି ପଡ଼ୋଶୀ ଦେଶମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଦକ୍ଷିଣ ଏସିଆରେ ଭୂ-ରାଜନୈତିକ ସନ୍ତୁଳନକୁ ପ୍ରଭାବିତ କରିପାରେ। ସେଣ୍ଟ ମାର୍ଟିନ ଦ୍ୱୀପର ରଣନୈତିକ ଗୁରୁତ୍ୱ ଏବଂ ଏହାର ଚାରିପାଖରେ ଚାଲିଥିବା ଘଟଣାକ୍ରମ ଆଗାମୀ ଦିନରେ ଅଞ୍ଚଳରେ ନୂଆ ଉତ୍ତେଜନା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri