ବଦଳିବ ଲାଲସିଂ ନର୍ସରୀ ଠିକଣା, ୧୦୩ ବର୍ଷ ପରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିବର୍ତ୍ତନ ଯୋଜନା

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସକମାନେ ଗଞ୍ଜାମ ଜିଲା ଭଞ୍ଜନଗର (ଘୁମୁସର)କୁ ଶାସନ କରିବାକୁ ଆସିବା ପରେ ଏଠାରେ ଶିକ୍ଷା, ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ୧୮୮୪ ପୂର୍ବରୁ ପଦକ୍ଷେପ ନେଇଥିବାର ପ୍ରମାଣ ଅଛି। ତେଣୁ ଭଞ୍ଜନଗର ଲୋହରାଖଣ୍ଡି ସେତୁ, ଭଞ୍ଜନଗର (ରସଲକୋଣ୍ଡା) ଜଳଭଣ୍ଡାର, ଭଞ୍ଜନଗର ମେଡିକାଲ, ଭଞ୍ଜନଗର ସତନ୍ତ୍ର ଉପକାରାଗାର ୧୮୮୪ରେ ନିର୍ମାଣ ହୋଇଥିଲା। ଏଥିସହ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ସମେତ ଅନେକ ବିଦ୍ୟାଳୟ ସେ ସମୟ ପୂର୍ବରୁ ହୋଇଥିଲା।
ଏଥିସହ ଘୁମୁସର ଜଙ୍ଗଲର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲେ। ତେଣୁ ସେମାନେ ୧୯୦୪ରେ ବାଲିଙ୍କିଆ ପାହାଡ଼ ଉପରେ ଏକ କାଚ ଘର ନିର୍ମାଣ କରିଥିଲେ। ସେଠାରେ ବ୍ରିଟିଶ ଶାସକମାନେ ରହି ମନୋରଞ୍ଜନ କରିବା ସହ ଜଙ୍ଗଲ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହୁଥିଲେ। ବର୍ତ୍ତମାନ ଉକ୍ତ କାଚଘର ଭଗ୍ନ ଅବସ୍ଥାରେ ଥିବା ବେଳେ ସେଠାକୁ ଯିବାକୁ ଗମନାଗମନ ସୁବିଧା ମଧ୍ୟ ନାହିଁ। ଯେହେତୁ ଉକ୍ତ ପାହାଡ଼ର ଚତୁଃପାର୍ଶ୍ୱ ଘଞ୍ଚ ଜଙ୍ଗଲ ଘେରି ରହିଛି। ଏହାପରେ ବ୍ରିଟିଶ ଶାସକମାନେ ୧୯୧୩ରେ ରମ୍ଭା ଡାକବଙ୍ଗଳା କରିଥିଲେ। ଉକ୍ତ ଅଞ୍ଚଳଗୁଡ଼ିକ ମୁଜାଗଡ଼ ରେଞ୍ଜ ଅଧୀନରେ ଆସୁଥିଲା।
୧୯୧୫ରେ ମୁଜାଗଡ଼ ରେଞ୍ଜ ଗଠନ ହୋଇଥିବା ବେଳେ ତାହାର କୋଠା ୧୯୨୫ରେ ନିର୍ମାଣ ହୋଇଥିଲା। ତାହା ପୂର୍ବରୁ ୧୯୨୨ରେ ଘୁମୁସର ଉତ୍ତର ବନଖଣ୍ଡ ପ୍ରତିଷ୍ଠା ହୋଇଥିଲା। ୧୮୫୬ ବର୍ଗଫୁଟରେ ଡିଏଫ୍‌ଓ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ଉକ୍ତ କାର୍ଯ୍ୟାଳୟକୁ ବର୍ତ୍ତମାନ ୧୦୩ ବର୍ଷ ପୂରିଛି। କୋଠାର କେତେକ ଅଂଶ ବର୍ତ୍ତମାନ ଦୁର୍ବଳ ଅଛି। ଅନ୍ୟପଟେ ବର୍ତ୍ତମାନ କର୍ମଚାରୀ ଏବଂ ଅଫିସର ବୃଦ୍ଧି ଘଟିଛି। ସମସ୍ତ ଅଫିସର ଏବଂ କର୍ମଚାରୀ ବସିବା ପାଇଁ ଉପଯୁକ୍ତ ସ୍ଥାନ ଅଭାବ ଦେଖାଦେଇଛି। ତେଣୁ ଆଉ ଗୋଟିଏ ନୂତନ କାର୍ଯ୍ୟାଳୟ ବର୍ତ୍ତମାନ ଆବଶ୍ୟକ ରହିଛି। ଏନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଜାଣିବା ପରେ ନୂତନ କୋଠା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନୂତନ କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ କଲେଜ ରୋଡ୍‌ ଲାଲସିଂ ସ୍ଥାୟୀ ନର୍ସରୀ ପରିସରରେ ନୂତନ ଡିଏଫ୍‌ଓ କାର୍ଯ୍ୟାଳୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ତେଣୁ ବନ ବିଭାଗ ପକ୍ଷରୁ କାର୍ଯ୍ୟାଳୟର ନକ୍ସା ପ୍ରସ୍ତୁତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ପଠାଇବାକୁ ପ୍ରସ୍ତୁତି ଚାଲିଛି। ନକ୍ସା ଅନୁମୋଦନ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ନର୍ସରୀରେ ଡିଏଫ୍‌ଓ କାର୍ଯ୍ୟାଳୟ ନିର୍ମାଣ ହେଲେ ତାହାର ଠିକଣା ବଦଳିବ। ପ୍ରାୟ ୧୮ ହଜାର ବର୍ଗଫୁଟ ମଧ୍ୟରେ ଦୁଇ ମହଲା କୋଠା ନିର୍ମାଣ ହେବ। ଏ ବାବଦରେ ପ୍ରାୟ ୫ କୋଟିରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ଏହିଭଳି ଭଞ୍ଜନଗର ସହରରେ ବ୍ରିଟିଶ ଶାସନ ସମୟରେ ନିର୍ମାଣ ହୋଇଥିବା ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ କୋଠାକୁ ଭାଙ୍ଗି ନୂତନ କୋଠା ନିର୍ମାଣ ଆବଶ୍ୟକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri