ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ବିଫଳ ହେବା, ଅଧିକାଂଶ କର୍ମଚାରୀ ଛଟେଇ ହେବା, ଦରମା ନ ପାଇ କର୍ମଚାରୀମାନେ ସାମୂହିକ ଛୁଟିରେ ରହିବା, କିଛି କର୍ମଚାରୀ ବିନା ଦରମାରେ କାମ କରିବା ଭଳି ସ୍ଥିତି ଚଳିତବର୍ଷ ଅକ୍ଟୋବର ୧ରୁ ନଭେମ୍ବର ୧୨ ପାଖାପାଖି ୪୨ଦିନ ଆମେରିକାରେ ଦେଖା ଦେଇଥିଲା। ଆମେରିକା ଇତିହାସରେ ଏଭଳି ଦୀର୍ଘ ଦିନର ଅଚଳାବସ୍ଥା ପ୍ରଥମ ଥର ଦେଖିବାକୁ ମିଳିଥିଲା। ଏହି ଅଚଳାବସ୍ଥାକୁ ଆମେରିକାର ସଂଘୀୟ ସରକାର ବ୍ୟବସ୍ଥାର ସବୁଠୁ ଦୀର୍ଘକାଳୀନ ଶଟ୍‌ଡାଉନ ବୋଲି କୁହାଯାଉଛି। କାରଣ ଥିଲା ଆମେରିକା କଂଗ୍ରେସରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ ହୋଇ ପାରିନଥିଲା। ଆମେରିକାର ନୂଆ ଆର୍ଥିକ ବର୍ଷ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ବେଳେ ଫେଡେରାଲ ସରକାର ଓ ସିନେଟ ମଧ୍ୟରେ ବିବାଦ ଏବଂ ତାଳମେଳ ଅଭାବ ଏଭଳି ସ୍ଥିତି ସୃଷ୍ଟି କରିଥିଲା । ସିନେଟର ଡେମୋକ୍ରାଟ ସାଂସଦମାନେ ସରକାରଙ୍କ ଖର୍ଚ୍ଚଦାବି ବିଲ୍‌କୁ ସମର୍ଥନ କରିନଥିଲେ। ତେଣୁ ବିଲ୍‌ ପାସ୍‌ରେ ସରକାରଙ୍କୁ ବାଧା ଉପୁଜିଥିଲା।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ବିତୀୟ ପାଳି ଶାସନରେ ସିନେଟ୍‌ରେ ତାଙ୍କ ଦଳ ରିପବ୍ଲିକାନଙ୍କ ସଂଖ୍ୟା କମ୍‌। ତେଣୁ ଆମେରିକାର ପ୍ରତିନିଧି ସଭାରେ ବିଲ୍‌ ସହଜରେ ପାସ୍‌ ହେଉଥିବା ବେଳେ ଏହା ସିନେଟରେ ଅଟକି ରହୁଛି । ବ୍ୟୟ ମଞ୍ଜୁରୀ ବିଲ୍‌ରେ ଅସାମଞ୍ଜସ୍ୟ ଦର୍ଶାଇ ୧୪ଥର ସିନେଟ୍‌ର ବିରୋଧୀ ସଦସ୍ୟମାନେ ବିଲ୍‌କୁ ଖାରଜ କରି ଦେଇଥିଲେ। ଟ୍ରମ୍ପ୍‌ ପ୍ରଶାସନ ସାଧାରଣତଃ ଆମେରିକୀୟଙ୍କ ସ୍ବାସ୍ଥ୍ୟ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବିଫଳ ଓ ଜରୁରୀ କ୍ଷେତ୍ରରେ ଅଧିକ ବ୍ୟୟ ବରାଦ କରିନଥିବାରୁ ବିଲ୍‌ଗୁଡ଼ିକୁ ବାରମ୍ବାର ସିନେଟର ବିରୋଧୀ ସଦସ୍ୟମାନେ ପାସ୍‌ କରାଇ ଦେଉନଥିଲେ। ଡେମୋକ୍ରାଟ୍‌ ସାଂସଦଙ୍କ ଅସହମତ କାରଣରୁ କୌଣସି ବିକାଶ କାଯର୍ର୍‌ୟ ତ୍ୱରାନ୍ବିତ ହୋଇ ପାରୁନଥିଲା। ବିଭିନ୍ନ ବିଭାଗଗୁଡ଼ିକ ପାଇଁ ଅର୍ଥ ବରାଦ ଅଟକି ଥିଲା। ଏଭଳି ଅଚଳାବସ୍ଥା ଆମେରିକାର ଶାସନ ନେତୃତ୍ୱ ପ୍ରତି ମଧ୍ୟ ବିରୋଧାଭାଷର ଏକ ସଂକେତ। କେତେକ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ ବିଭାଗ ଅର୍ଥ ଅଭାବରୁ ପ୍ରଭାବିତ ହୋଇଥିଲେ। ଫେଡେରାଲ ଏଭିଏସନ୍‌ ଏଜେନ୍ସି ପ୍ରତିଦିନ ହଜାର ହଜାର ବିମାନ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଥିଲା। ତଥ୍ୟ କହୁଛି ଚଳିତ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପାଖାପାଖି ୩୫ ଲକ୍ଷ ବିମାନଯାତ୍ରୀ ଏହି ଅଚଳାବସ୍ଥା ଦ୍ବାରା ପ୍ରଭାବିତ ହୋଇଥିଲେ। ଏହି ଅଚଳାବସ୍ଥାକୁ ଆମେରିକା ଇତିହାସରେ ୨୧ତମ ବ୍ୟୟବରାଦ ବିଲ୍‌ ଅଚଳାବସ୍ଥା ବୋଲି ବିବେଚନା କରାଯାଇଛି। ଏହାସହ ଆମେରିକା ଫେଡେରାଲ ଇତିହାସରେ ଏହା ୧୧ତମ ସରକାରୀ ଅଚଳାବସ୍ଥା ଥିଲା। ୨୦୧୮ ଡିସେମ୍ବରରୁ ୨୦୧୯ ଜାନୁଆରୀ ଯାଏ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ପାଳି ସରକାରରେ ମଧ୍ୟ ଏମିତି ଅଚଳାବସ୍ଥା ଉପୁଜିଥିଲା। ସେତେବେଳେ ୩୪ଦିନ ପାଇଁ ଆମେରିକାରେ ଶଟ୍‌ଡାଉନ ସ୍ଥିତି ଉପୁଜିଥିଲା। ପୂର୍ବରୁ ୨୦୧୩ରେ ୧୬ଦିନ ଓ ୧୯୯୫ରେ ବିଲ୍‌ କ୍ଲିଣ୍ଟନ୍‌ଙ୍କ ରାଷ୍ଟ୍ରପତିତ୍ୱ ସମୟ ମଧ୍ୟରେ ୨୧ଦିନ ପାଇଁ ଆମେରିକାରେ ଶର୍ଟଡାଉନ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ଆମେରିକାରେ ସ୍ଥିତି ସ୍ବାଭାବିକ ହୋଇଛି। ଦୁଇ ସପ୍ତାହ ଧରି ଆଲୋଚନା ପର୍ଯ୍ୟାଲୋଚନା ପରେ ଆମେରିକାରେ ଶଟ୍‌ଡାଉନରେ ବିରାମ ଲାଗିଛି। ଡେମୋକ୍ରାଟ୍‌ ସାଂସଦଙ୍କ ଏକ ଗୋଷ୍ଠୀ ରିପବ୍ଲିକାନ୍‌ଙ୍କ ସହ କିଛି ମାତ୍ରାରେ ସହମତ ପରେ ସ୍ଥିତି ସୁଧୁରିଥିଲା। ୨୦୨୬ ଆର୍ଥିକବର୍ଷ ପାଇଁ ବଜେଟ ପାସ୍‌ ଜରୁରୀ ଭାବି ଡେମୋକ୍ରାଟ୍‌ମାନେ ଶେଷରେ ଫେଡେରାଲ ସରକାରଙ୍କୁ ସମର୍ଥନ କରିଥିଲେ। ବର୍ତ୍ତମାନ ଫେଡେରାଲ ସରକାର ସିନେଟ୍‌ରେ କୌଣସି ବିଲ୍‌ ପାସ କରିବାକୁ ଅତିକମ୍‌ରେ ୬୦ଟି ଭୋଟ ଆବଶ୍ୟକ କରୁଛି। ରିପବ୍ଲିକାନ୍‌ଙ୍କ ହାତରେ ରହିଛି ୫୩, ଆଉ ଡେମୋକ୍ରାଟ୍‌ଙ୍କ ହାତରେ ୪୭ଖଣ୍ଡ ଭୋଟ। ତେଣୁ ପ୍ରତି ବିଲ୍‌ ପାସ ପାଇଁ ଡେମୋକ୍ରାଟ୍‌ଙ୍କ ୮ଖଣ୍ଡ ଭୋଟ ଜରୁରୀ। ବର୍ତ୍ତମାନ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍‌ ରିପବ୍ଲିକାନ୍‌ ଦଳ ସହ ୮ ଡେମୋକ୍ରାଟ୍‌ଙ୍କ ସମର୍ଥନ ପାଇବା ପରେ ୪୨ ଦିନର ଅଚଳାବସ୍ଥା ଦୂର ହୋଇଛି ସତ, କିନ୍ତୁ ଆଗକୁ ମଧ୍ୟ ଏଭଳି ଅଚଳାବସ୍ଥା ଆସିପାରେ।
ଆମେରିକାରେ ଏଭଳି ଶଟ୍‌ଡାଉନ ସ୍ଥିତି ବେଶ ପୁରୁଣା, କିନ୍ତୁ ଏତେଦିନ କେବେ ହୋଇନଥିଲା। ଅଚଳାବସ୍ଥା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କିନ୍ତୁ ଏହାର ସ୍ଥାୟୀ ସମାଧାନ କଥା ନ ଉଠାଇ ବିଶ୍ବରେ ଆମେରିକା ଲାଗୁ କରିଥିବା ଉଚ୍ଚ ଟାରିଫ୍‌ ଅନେକ କୋଟି ଡଲାର ରାଜସ୍ବ ସୃଷ୍ଟି କରିବ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଧନୀ ଆମେରିକୀୟଙ୍କୁ ଛାଡ଼ି ନିମ୍ନ ଓ ମଧ୍ୟମ ବର୍ଗ ଆମେରିକୀୟଙ୍କୁ ସର୍ବାଧିକ ୨ ହଜାର ଡଲାରର ଲାଭାଂଶ ଦେବେ ବୋଲି କହିଥିଲେ ଟ୍ରମ୍ପ୍‌। ଆମେରିକା ଟାରିଫ୍‌କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଟ୍ରମ୍ପ୍‌ ମୂର୍ଖ ବୋଲି କହିଥିଲେ। ତେବେ ବିଶ୍ବର ସର୍ବଶକ୍ତିମାନ୍‌ ଆମେରିକାରେ କେବଳ ଚଳିତବର୍ଷ ବ୍ୟୟ ମଞ୍ଜୁରୀ ବିଲ୍‌କୁ ନେଇ ଗୋଟିଏ ମାତ୍ର ଅଚଳାବସ୍ଥା ନୁହେଁ, ଦିନକୁ ଦିନ ବିଶ୍ବ ମାନଚିତ୍ରରେ ଆମେରିକାର ନୀତି ନୈତିକତାକୁ ସମାଲୋଚନା କରାଯାଉଛି। ଟ୍ରମ୍ପ୍‌ଙ୍କ ନେତୃତ୍ୱରେ ଆମେରିକାରେ ସାଧାରଣ ନାଗରିକ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଟ୍ରମ୍ପ୍‌ ଓ ରିପବ୍ଲିକାନ୍‌ଙ୍କ ବିରୋଧରେ ପ୍ରତିଫଳନ ହେଉଛି ନଭେମ୍ବର ୪ରେ ନ୍ୟୁୟର୍କ ମେୟର ନିର୍ବାଚନରେ ଡେମୋକ୍ରାଟ୍‌ ପ୍ରାର୍ଥୀ ଜୋହରାନ ମାମଦାନି ରିପବ୍ଲିକାନ୍‌ କୁର୍ତ୍ତିସ ସ୍ଲିୱାଙ୍କୁ ପରାସ୍ତ କରି ଟ୍ରମ୍ପ୍‌ ପ୍ରଶାସନ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ବିଶ୍ବରେ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ୍‌ ବିଫଳ ହୋଇଛନ୍ତି। ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ତା’ର କଠୋର ଟାରିଫ୍‌ ନୀତି ପାଇଁ ନିନ୍ଦିତ ହେଉଥିବା ବେଳେ ବିଶ୍ବରେ ଆମେରିକା ଦ୍ରବ୍ୟର ଗ୍ରହଣୀୟତା ମଧ୍ୟ କମିଛି। ଏହାସହ ଆମେରିକା ଡଲାରର ବିକଳ୍ପ ସୃଷ୍ଟି ପାଇଁ ବିଶ୍ବ ଏକଜୁଟ ହେବା ଆମେରିକାକୁ ଚିନ୍ତାରେ ପକାଇଛି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ

ଲଳିତେନ୍ଦୁ ପଲାଉରୀ
ମୋ: ୯୭୭୮୬୯୭୦୩୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri