Posted inରାଜ୍ୟ

କିଏ ସେ ୫ ନେତା ଯିଏକି ବିଜେଡିକୁ ବୁଡାଇଦେବେ? ଅମରେଶଙ୍କ ବୟାନକୁ ନେଇ ରାଜନୀତିରେ ହଲଚଲ

ଭୁବନେଶ୍ୱର.୨୨।୪: ଥମିବାର ନାଁ ନେଉନାହିଁ ବିଜେଡି କନ୍ଦଳ। ଏବେ ବିଜେଡି କଳିକୁ ନେଇ ବରିଷ୍ଠ ନେତା ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ୪ ରୁ ୫ ଜଣ ନେତା ଦଳକୁ ବୁଡ଼ାଇଦେବେ ବୋଲି ସେ କହିଛନ୍ତି।

ଅମରେଶ କହିଛନ୍ତି, ଦଳ ଠିକ ଢଙ୍ଗରେ ପରିଚାଳନା ହେଉନାହିଁ। ଯେଉଁମାନେ କାମ କରୁଛନ୍ତି ଅଣାଦେଖା କରାଯାଉଛି॥ ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି। ମେଳି କରିଥିବା ବରିଷ୍ଠଙ୍କ ଦ୍ବାରା ସେମାନେ ପରିଚାଳିତ ହେଉଛନ୍ତି। ସେମାନେ ଯାହା କହୁଛନ୍ତି, ଏମାନେ କରୁଛନ୍ତି। ନିର୍ବାଚନରେ ହାରିବା ପରେ ସବୁ ଜିଲାରେ ମୁଣ୍ଡ ପୂରାଉଛନ୍ତି। ୨୪ ବର୍ଷର ସରକାର, ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା। ହେଲେ ଭଲ ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି। ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର୍‌ ହେଉଛନ୍ତି। ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି। ଏହି ୪/୫ ଜଣଙ୍କ ଯୋଗୁ ଆମ ସରକାର ବଦନାମ ହେଲା। ବିଜେଡିକୁ କବ୍ଜା କରିବାକୁ ରୀତିମତ ଷଡଯନ୍ତ୍ର ଚାଲିଛି। ଦ୍ୱିତୀୟ କ୍ଷମତାକେନ୍ଦ୍ର କିଏ ହେବ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି। ସେମାନେ ପ୍ୟାରୀଙ୍କ ନିକଟତର ଥିଲେ, ମୁଖିଆ ନବୀନଙ୍କ ମଧ୍ୟ ଏମାନେ ନିକଟତର। ମୋତେ ଲାଗୁଛି ଏମାନେ ଦଳକୁ ନିଶ୍ଚିତ ଭାବେ ବୁଡ଼ାଇ ଦେବେ। ହାରିବା ପରେ ବି ଏମାନଙ୍କର ନିଦ ଭାଙ୍ଗି ନାହିଁ। ଏବେ ବି ସେମାନେ ନିଜକୁ ମନ୍ତ୍ରୀ ବୋଲି ଭାବୁଛନ୍ତି। ଦଳକୁ କ୍ଷତି କରୁଥିବା ଲୋକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି।

ତେବେ ଅମରେଶଙ୍କ ଏଭଳି ବୟାନ ପରେ କିଏ ସେ ୫ ନେତା ବୋଲି ଆଲୋଚନା ବଢ଼ିବାରେ ଲାଗିଛି। ପରୋକ୍ଷରେ କାହାକୁ ଇଙ୍ଗିତ କରି ସେ ଏଭଳି କଟାକ୍ଷ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri