Posted inରାଜ୍ୟ

ଜମି ସେଟଲ୍‌ମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରାଜ୍ୟ ସରକାର ଜମି ସେଟଲମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ କରିଛନ୍ତି। ମାଓବାଦୀ ବିରୋଧୀ କାର୍ଯ୍ୟନୁଷ୍ଠାନରେ ପ୍ରାଣ ହରାଇଥିବା ଆମ ରାଜ୍ୟର ପାରା ମିଲିଟାରି ଫୋର୍ସ ଓ ପୋଲିସ ପରିବାର ଲୋକଙ୍କୁ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସହରାଞ୍ଚଳରେ ୪ ଡିସିମିଲ ଓ ଗ୍ରାମାଞ୍ଚଳରେ ୧୦ ଡିସିମିଲ ଜମି ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସଂଶୋଧନ ପରେ ଜନସାଧାରଣ ସରକାରଙ୍କ ରାଜସ୍ବ ଦେୟକୁ ଇଲେକ୍ଟ୍ରୋନିକ ଉପାୟ ମାଧ୍ୟମରେ ଦେଇପାରିବେ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ସମସ୍ତଙ୍କୁ ବାସଯୋଗ୍ୟ ଜମି ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ପ୍ରତ୍ୟେକ ଗ୍ରାମରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ସରକାର ଶତକଡା ୫ରୁ ୩ ଭାଗକୁ କମେଇ ଦେଇଛନ୍ତି ା ପୂର୍ବରୁ କିଛି ଗ୍ରାମରେ ବାସହୀନ ଲୋକ ଏହି ଜମିରେ ବାସ କରୁଥିଲେ ମଧ୍ୟ ଗୋଚର ଜମିର ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ସେହି ଲୋକଙ୍କୁ ଆବଶ୍ୟକ ଘରଡିହ ଯୋଗାଇ ହେଉ ନ ଥିଲା। ସେହି ବାସହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ମିଳୁଥିଲେ ମଧ୍ୟ ବାସଯୋଗ୍ୟ ଜମି ଅଭାବରୁ ସେମାନଙ୍କୁ ଘର କରିବାର ସୁଯୋଗ ମିଳିପାରୁ ନ ଥିଲା । ସେଥିପାଇଁ ସେହି ଗ୍ରାମର ଗୋଚର ଜମି ପରିମାଣକୁ କମାଇ ଅଣସଂରକ୍ଷିତ କରିବାକୁ ଜିଲାପାଳଙ୍କୁ କ୍ଷମତାପ୍ରାପ୍ତ କରାଯାଇଛି । ମାତ୍ର ଏହି ଅଣସଂରକ୍ଷିତ କରିବାର ବ୍ୟବସ୍ଥା ସଂରକ୍ଷିତ ଜଙ୍ଗଲର ୩ କିଲୋମିଟର ଅଞ୍ଚଳ ମଧ୍ୟରେ ଥିବା ଗ୍ରାମ ପାଇଁ ପ୍ରଯୁଜ୍ୟ ହେବନାହିଁ ।

ସେହିପରି ଗ୍ରାମକଣ୍ଠ ପରମ୍‌ବୋକ, ନଜୁଲ, ଆବାଦୀ ଓ ଖାସ୍‌ମାହାଲ ଜମିରେ ବସବାସ କରୁଥିବା ଲୋକମାନେ ଅକ୍ଟୋବର ୨୨, ୨୦୧୮ ପୂର୍ବରୁ ସେଠାରେ ରହୁଥିଲେ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ୨୬ ଫେବୃୟାରୀ ୨୦୦୬ ପୂର୍ବରୁ ବସବାସ କରୁଥିବା ଲୋକଙ୍କୁ ଏହିସବୁ ଜମିର ପଟ୍ଟା ପାଇଁ ଆବେଦନ କରିପାରୁଥିଲେ । ସରକାର ମଧ୍ୟ ଏହାର ଅବଧିକୁ ଏହି ସଂଶୋଧନରେ ବଢ଼ାଇଛନ୍ତି। ସରକାର ଆଗରୁ କେବଳ ବନୀକରଣ ଓ ବୃକ୍ଷରୋପଣ ନିମନ୍ତେ ଦଖଲ ଅନୁମତି ପ୍ରଦାନ କରୁଥିଲେ ।

ଏହି ସଂଶୋଧନ ପରେ ବନୀକରଣ ଓ ବୃକ୍ଷରୋପଣ ସହିତ ଅନ୍ୟାନ୍ୟ ଉଦ୍ଦେଶ୍ୟ ଯଥା କୌଣସି ନଦୀ, ନାଳ, କେନାଲ ଉପରେ ପୋଲ ତିଆରି ଇତ୍ୟାଦି କାର୍ଯ୍ୟ ନିମନ୍ତେ ଦଖଲ ଅନୁମତି ଦିଆଯାଇପାରିବ। ଏହାଦ୍ୱାରା ଜାତୀୟ ରାଜପଥ, ରେଳପଥ ତଥା ଅନ୍ୟାନ୍ୟ ରାସ୍ତା ତ୍ୱରିତ ବେଗରେ ଆଗେଇପାରିବ। ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁମୋଦନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧୀନରେ ଥିବା ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ପର୍ଯ୍ୟନ୍ତ ସରକାରୀ ଜମିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ସମ୍ପୃକ୍ତ ବିଦ୍ୟାଳୟକୁ ମାର୍ଫତ ରଖି ବିନା ମୂଲ୍ୟରେ ରେକର୍ଡ କରିବା ପାଇଁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସେହିପରି ମହାବିଦ୍ୟାଳୟଗୁଡିକ ଅଧୀନରେ ଥିବା ଜମିକୁ ଉଚ୍ଚଶିକ୍ଷା ବିଭାଗ ମାର୍ଫତ୍‌ ସମ୍ପୃକ୍ତ ମହାବିଦ୍ୟାଳୟ ନାମରେ ରେକର୍ଡ କରିବାକୁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri