ସଂଶୋଧନ ହେଲା ବିପିୟୁଟି ଆଇନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ ହୋଇଛି। ସୂଚନା ଓ ବୈଷୟିକ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ବୋର୍ଡ ଅଫ୍‌ ଗଭନର୍ସ ଦ୍ୱାରା ପରିଚାଳନା ନିମନ୍ତେ ବିପିୟୁଟି ଆକ୍ଟରେ ଥିବା ସଂଘଟକ ମହାବିଦ୍ୟାଳୟ ସଂଜ୍ଞା ନିରୂପଣ କରାଯାଇଛି। ସଂଶୋଧନ ପରେ ସମସ୍ତ ସରକାରୀ ବୈଷୟିକ ମହାବିଦ୍ୟାଳୟଗୁଡିକର କାର୍ଯ୍ୟାବଳୀ ସୁଚାରୂରୂପେ ପରିଚାଳନା ପାଇଁ କାର୍ଯ୍ୟକ୍ଷମ ହେବ। ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାଠାରୁ ସିଇଟି ଭୁବନେଶ୍ୱର ଆଉ ବିପିୟୁଟି ଅଧୀନରେ ରହିବ ନାହିଁ। ଏହା କେବଳ ଅନୁବନ୍ଧିତ ମହାବିଦ୍ୟାଳୟ ହେବ। ଏହା ନିଜସ୍ବ ଗଭର୍ନରସ ଅଧୀନରେ ପରିଚାଳିତ ହେବ। ପ୍ରଚଳିତ ସର୍ବଭାରତୀୟ ବ୍ୟବସ୍ଥା ଓ ଏଆଇସିଟିଇ ନିର୍ଦ୍ଦେଶ ଅନୁସାରେ ପ୍ରଫେସର, ରିଡର୍‌ ଓ ଅଧ୍ୟାପକ ପଦବୀଗୁଡିକୁ ଯଥାକ୍ରମେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନାମିତ କରାଯିବ। କୁଳପତି କିମ୍ବା ବିଶ୍ୱବିଦ୍ୟାଳୟର କୌଣସି ଅଧିକାରୀଙ୍କ କାର୍ଯ୍ୟରେ ଭୁଲ ପରିଲକ୍ଷିତ ହେଲେ କୁଳାଧିପତି ଏହାର ସଂଶୋଧନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇପାରିବେ। ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ଅନ୍ୟ ବିଶ୍ୱବିଦ୍ୟାଳୟ ପରି ୫ ବର୍ଷ ପରିବର୍ତ୍ତେ ୪ ବର୍ଷ ହେବ। ଛାତ୍ରୀଛାତ୍ର ବିଶୃଙ୍ଖଳା ନିୟନ୍ତ୍ରଣ ପାଇଁ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ୩ ଜଣ ସଦସ୍ୟ ବିଶିଷ୍ଟ ଅନୁଶାସନ କମିଟି ଗଠନ ହେବ। ବିପିୟୁଟିର କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ ହେବ। ସେହିପରି ବିତ୍ତ ଅଧିକାରୀ ପଦବୀ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ସଚିବ ପାହ୍ୟା ଅଧିକାରୀଙ୍କ ଦ୍ୱାରା ପୂରଣ ହେବ। ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ପାଇଁ କୁଳାଧିପତି କିମ୍ବା କୁଳପତିଙ୍କ ଦ୍ୱାରା ଚୟନ କମିଟି ସରକାରଙ୍କ ଅନୁମୋଦନ ନେଇ ଗଠନ କରାଯିବ।
କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ରିଓ୍ବାର୍ଡ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁର କରିଛି। ଏହି ପ୍ରକଳ୍ପ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ବିଶ୍ୱବ୍ୟାଙ୍କ ୩୫୦ କୋଟି ଟଙ୍କା ଋଣ ଯୋଗାଇ ଦେବ। ଏହି ପ୍ରକଳ୍ପ ଜରିଆରେ ଜଳବାୟୁ ସହନଶୀଳ ଫସଲ ଚାଷ ପଦ୍ଧତି ସମ୍ପ୍ରସାରଣର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୧୦ ହଜାର ଭୂମିହୀନ ଗରିବ ପରିବାର ସମେତ ପ୍ରାୟ ୧ ଲକ୍ଷ ୯୦ ହଜାର କୃଷକ ପରିବାର ଉପକୃତ ହେବେ।
ହସ୍ତଶିଳ୍ପ କ୍ଷେତ୍ରକୁ ସ୍ବତନ୍ତ୍ର ଭାବେ ପ୍ରାଧାନ୍ୟ ଦେବା ସକାଶେ ରାଜ୍ୟ ସରକାର ଶିଳ୍ପ ବିଭାଗଠାରୁ ହସ୍ତଶିଳ୍ପକୁ ଅଲଗା କରି ହସ୍ତତନ୍ତ , ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ସହ ମିଶ୍ରଣ କରିଛନ୍ତି। ହସ୍ତଶିଳ୍ପ କ୍ଷେତ୍ର ପାଇଁ ୫୫୨ ପଦବୀ ଚିହ୍ନଟ କରାଯାଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗଠାରୁ ଅଲଗା କରାଯାଇଛି। ଏହି ପଦବୀରେ ଥିବା ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ପାଇଁ କାର୍ଯ୍ୟ କରୁଥିଲେ। ସେମାନଙ୍କର ଚାକିରି ଏମ୍‌ଏସ୍‌ଏମ୍‌ଇ ଅଧୀନରେ ଥିଲା। ଏହାଦ୍ୱାରା ବିଭିନ୍ନ ଯୋଜନା ପରିଚାଳନା ପାଇଁ ଅସୁବିଧା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ହସ୍ତଶିଳ୍ପ ଲାଗି ସ୍ବତନ୍ତ୍ର କ୍ୟାଡର ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଏବଂ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ-୨୦୨୧ କାର୍ଯ୍ୟକାରୀ କରାଯାଇଛି। ଏହି କ୍ୟାଡର ମାଧ୍ୟମରେ ଗ୍ରୁପ-ଏ ଓ ଗ୍ରୁପ-ବି ପଦାଧିକାରୀ ନିଯୁକ୍ତି ପ୍ରକ୍ରିୟା ଓ ପରିଚାଳନା କରାଯିବ। ଏହି କ୍ୟାଡରରେ ସହାୟକ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri