‘କୋଇଲା ରୟାଲ୍‌ଟି ସଂଶୋଧନ କର’

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ରୟାଲଟି ସଂଶୋଧନ ପ୍ରସ୍ତାବ ୨୦୧୭ରୁ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। କୋଇଲା ରୟାଲ୍‌ଟି ସଂଶୋଧନ ୨୦୧୭ ସେପ୍ଟେମ୍ବରରୁ ପଡ଼ିରହିଛି। ଯଦିଓ କ୍ଲିନ୍‌ ଏନର୍ଜି ସେସ୍‌ ଅନେକ ଥର ବୃଦ୍ଧି କରାଯାଇଛି ତେବେ ତାହା ରାଜ୍ୟ ପାଇଁ କୌଣସି ଫାଇଦା ଦେଉନାହିଁ। ଏ ନେଇ ତୁରନ୍ତ ନିଷ୍ପତ୍ତି ନେଲେ କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟକୁ ଏହା ସହାୟକ ହେବ। ଏହା ସହିତ ରାଜ୍ୟର ରାଜସ୍ବ ଓ ନିଯୁକ୍ତି ଜଡ଼ିତ ଥିବାରୁ ଏ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ନିକଟରେ କରାଯାଇଥିବା ଖଣି ନିଲାମ, ଖଣିଜ ସଂସ୍କାର ଏବଂ ଖଣିଜ ସମ୍ପଦ କ୍ଷେତ୍ରରେ ଥିବା ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର ସର୍ବଦା ଶିଳ୍ପାନୁଷ୍ଠାନଗୁଡ଼ିକୁ ନିରନ୍ତର ଖଣିଜ ଲୁହାପଥର ଯୋଗାଇବା ସହ କର୍ମଚାରୀମାନଙ୍କର ସୁରକ୍ଷା ଏବଂ ରାଜସ୍ବ ଆଦାୟ ଭଳି ଖଣିଜ ସଂସ୍କାରକୁ ଗୁରୁତ୍ୱ ଦେଇ ଆସିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣିଗୁଡ଼ିକୁ ସଫଳତାର ସହ ନିଲାମ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇପାରିଛି। ଖଣିଜ ପଦାର୍ଥର ଦର ବୃଦ୍ଧି, ଉତ୍ପାଦନରେ ଅନିଶ୍ଚିତତା ଶିଳ୍ପାନୁଷ୍ଠାନଗୁଡ଼ିକୁ କଞ୍ଚାମାଲ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଥିବା ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ଉତ୍ଥାପନ କରିଥିଲେ। କୋଭିଡ ସମୟରେ ଉତ୍ପାଦନରେ ବାଧା ସୃଷ୍ଟି ହେବା, ଲୁହାପଥର ଅଭାବ ଜନିତ ମୂଲ୍ୟ ବୃଦ୍ଧି ଯୋଗୁ ସ୍ପଞ୍ଜ ଆଇରନ କାରଖାନା, କ୍ଷୁଦ୍ର ଓ ମଧ୍ୟମ ଧରଣର ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକ ପାଇଁ ସମସ୍ୟା ଦେଖାଦେଉଛି। ଏହାଦ୍ୱାରା ରାଜ୍ୟର ରାଜସ୍ବ ପ୍ରଭାବିତ ହେବା ସହ ନିଯୁକ୍ତି ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ଓ ରାଜ୍ୟ ଉଦ୍ୟୋଗଗୁଡ଼ିକ ଶିଳ୍ପାନୁଷ୍ଠାନଗୁଡ଼ିକ ନିକଟରେ ଲୁହାପଥର ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ଏଥିସହିତ ଉଦ୍ୟୋଗଗୁଡ଼ିକ ଦୃଢ଼ ଭାବେ ବଜାରରେ ନିଜର ଉପସ୍ଥିତି ଜାହିର କଲେ ଖଣିଜ ପଦାର୍ଥ ସୁଲଭ ଦରରେ ମିଳିବା ସହ ଯୋଗାଣ ସ୍ବାଭାବିକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏମ୍‌ଏମ୍‌ଡିଆର୍‌ ଆକ୍ଟର ସେକ୍ସନ ୧୭(ଏ) ଅନୁଯାୟୀ ମିଆଦ ପୂରି ଯାଇଥିବା କେତେକ ଖଣିକୁ ଓଡ଼ିଶା ଖଣି ନିଗମ ଭଳି ରାଜ୍ୟ ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଦେଶର ଖଣିଜ ସମ୍ପଦ ସଂସ୍କାରକୁ ଓଡ଼ିଶା ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବ, ଯାହାକି ଦେଶର ଅର୍ଥନୀତିକୁ ମଜଭୁତ କରିବାରେ ସହାୟକ ହେବ।
ଏହି ଆଲୋଚନା ବେଳେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ, କେନ୍ଦ୍ର କୋଇଲା ସଚିବ, ଉନ୍ନୟନ କମିଶନର, ଓଏମ୍‌ସି ଏମ୍‌ଡି ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri