ପ୍ରିତି ଜିଣ୍ଟାଙ୍କ ପୂର୍ବ ପ୍ରେମିକଙ୍କଠାରୁ ଆରମ୍ଭ କରି ବିକ୍ରମ ଭଟ୍ଟଙ୍କୁ ଡେଟ୍‌ କରିଛନ୍ତି ଏହି ଅଭିନେତ୍ରୀ; ହେଲେ ଆଜି ବି ଅବିବାହିତା…

ବମ୍ବେ: ୨୦୦୦ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହୈ’ ଜରିଆରେ ବଲିଉଡ୍‌ରେ ପାଦ ରଖିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ଆଜି ହେଉଛି ହାପି ବର୍ଥ ଡେ। ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି ସେ। ଏହି ଅବସରରେ ଅଭିନେତ୍ରୀଙ୍କ ନିକଟକୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାରଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ଅମିଶାଙ୍କ ଅଭିନୟ ଜୀବନକୁ ଯଦି ଦେଖାଯାଏ ତେବେ ସେ ‘ହମରାଜ’, ‘ଗଦର’ ଭଳି ସୁପରହିଟ୍‌ ଫିଲ୍ମରେ ନାୟିକା ସାଜି ବାହାବା ସାଉଁଟିଥିଲେ। ମୋଟ ଉପରେ ସେ ୩୪ଟି ଫିଲ୍ମରେ କାମ କରିଛନ୍ତି। ହେଲେ ବ୍ୟକ୍ତିଗତ ଜୀବନରେ ଅମିଶା ଏକା। କହିବାର ଅର୍ଥ ୪୬ ବର୍ଷ ବୟସରେ ସେ ଅବିବାହିତା ଅଛନ୍ତି। ଡେଟିଂ ତାଲିକା ଲମ୍ବା ହୋଇଥିଲେ ହେଁ କାହାକୁ ଜୀବନସାଥୀ ଭାବେ ବାଛି ନାହାନ୍ତି ସେ।

ବି-ଟାଉନ୍‌ ଗସିପ୍‌ ଅନୁଯାୟୀ ପ୍ରିତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ନେସ୍‌ ଓ୍ବାଡିଆଙ୍କୁ ଡେଟ୍‌ କରିଛନ୍ତି ଅମିଶା। ଉଭୟଙ୍କ ଭେଟ ଜିମ୍‌ରେ ହୋଇଥିଲା। ହେଲେ ସମ୍ପର୍କ ଆଗକୁ ବଢ଼ି ନ ଥିଲା। ନେସ୍‌ଙ୍କ ଛଡ଼ା ଅମିଶା ବିକ୍ରମ ଭଟ୍ଟଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଛି। ପାଞ୍ଚ ବର୍ଷ ଧରି ଉଭୟଙ୍କ ସମ୍ପର୍କ ଚାଲିଥିଲା। ହେଲେ ବିକ୍ରମ ପୂର୍ବରୁ ବିବାହିତ ଥିବାରୁ ଅମିଶା ଧିରେ ଧିରେ ଦୂରେଇ ଯାଇଥିଲେ। ପରେ ସେ ବ୍ୟବସାୟୀ କାନବ ପୁରୀଙ୍କୁ ଡେଟ୍‌ କରିଥିଲେ। ୨୦୧୦ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ଅମିଶା ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ଛାଡ଼ି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବେଳେବେଳେ ତାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରାଯାଇଛି।

ପରିବାର ସହ ସମ୍ପର୍କ ଦେଖିଲେ ଅମିଶା ଏଥିପାଇଁ ବିବାଦରେ ରହିଥିଲେ। ସେ ନିଜ ବାପାଙ୍କ ଉପରେ ୧୨ କୋଟି ଟଙ୍କା ଲୁଟ୍‌ର ଅଭିଯୋଗ କରିଥିଲେ। ଏହାଛଡ଼ା ତାଙ୍କୁ ମା’ ଚପଲରେ ପିଟି ଘରୁ ବାହାର କରିଦେଇଥିବା ସେ କହିଥିଲେ। ଏବେ ପରିବାର ସହ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri