ପ୍ରିତି ଜିଣ୍ଟାଙ୍କ ପୂର୍ବ ପ୍ରେମିକଙ୍କଠାରୁ ଆରମ୍ଭ କରି ବିକ୍ରମ ଭଟ୍ଟଙ୍କୁ ଡେଟ୍‌ କରିଛନ୍ତି ଏହି ଅଭିନେତ୍ରୀ; ହେଲେ ଆଜି ବି ଅବିବାହିତା…

ବମ୍ବେ: ୨୦୦୦ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହୈ’ ଜରିଆରେ ବଲିଉଡ୍‌ରେ ପାଦ ରଖିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ଆଜି ହେଉଛି ହାପି ବର୍ଥ ଡେ। ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି ସେ। ଏହି ଅବସରରେ ଅଭିନେତ୍ରୀଙ୍କ ନିକଟକୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାରଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ଅମିଶାଙ୍କ ଅଭିନୟ ଜୀବନକୁ ଯଦି ଦେଖାଯାଏ ତେବେ ସେ ‘ହମରାଜ’, ‘ଗଦର’ ଭଳି ସୁପରହିଟ୍‌ ଫିଲ୍ମରେ ନାୟିକା ସାଜି ବାହାବା ସାଉଁଟିଥିଲେ। ମୋଟ ଉପରେ ସେ ୩୪ଟି ଫିଲ୍ମରେ କାମ କରିଛନ୍ତି। ହେଲେ ବ୍ୟକ୍ତିଗତ ଜୀବନରେ ଅମିଶା ଏକା। କହିବାର ଅର୍ଥ ୪୬ ବର୍ଷ ବୟସରେ ସେ ଅବିବାହିତା ଅଛନ୍ତି। ଡେଟିଂ ତାଲିକା ଲମ୍ବା ହୋଇଥିଲେ ହେଁ କାହାକୁ ଜୀବନସାଥୀ ଭାବେ ବାଛି ନାହାନ୍ତି ସେ।

ବି-ଟାଉନ୍‌ ଗସିପ୍‌ ଅନୁଯାୟୀ ପ୍ରିତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ନେସ୍‌ ଓ୍ବାଡିଆଙ୍କୁ ଡେଟ୍‌ କରିଛନ୍ତି ଅମିଶା। ଉଭୟଙ୍କ ଭେଟ ଜିମ୍‌ରେ ହୋଇଥିଲା। ହେଲେ ସମ୍ପର୍କ ଆଗକୁ ବଢ଼ି ନ ଥିଲା। ନେସ୍‌ଙ୍କ ଛଡ଼ା ଅମିଶା ବିକ୍ରମ ଭଟ୍ଟଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଛି। ପାଞ୍ଚ ବର୍ଷ ଧରି ଉଭୟଙ୍କ ସମ୍ପର୍କ ଚାଲିଥିଲା। ହେଲେ ବିକ୍ରମ ପୂର୍ବରୁ ବିବାହିତ ଥିବାରୁ ଅମିଶା ଧିରେ ଧିରେ ଦୂରେଇ ଯାଇଥିଲେ। ପରେ ସେ ବ୍ୟବସାୟୀ କାନବ ପୁରୀଙ୍କୁ ଡେଟ୍‌ କରିଥିଲେ। ୨୦୧୦ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ଅମିଶା ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ଛାଡ଼ି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବେଳେବେଳେ ତାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରାଯାଇଛି।

ପରିବାର ସହ ସମ୍ପର୍କ ଦେଖିଲେ ଅମିଶା ଏଥିପାଇଁ ବିବାଦରେ ରହିଥିଲେ। ସେ ନିଜ ବାପାଙ୍କ ଉପରେ ୧୨ କୋଟି ଟଙ୍କା ଲୁଟ୍‌ର ଅଭିଯୋଗ କରିଥିଲେ। ଏହାଛଡ଼ା ତାଙ୍କୁ ମା’ ଚପଲରେ ପିଟି ଘରୁ ବାହାର କରିଦେଇଥିବା ସେ କହିଥିଲେ। ଏବେ ପରିବାର ସହ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri