ଗାଁରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ ,ଡାକ୍ତରଖାନା ନେବା ପାଇଁ ରୋଗୀଙ୍କୁ…

ମହାକାଳପଡ଼ା,୧୬ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ରାସ୍ତାଘାଟ ଓ ପୋଲ ନିର୍ମାଣ ପାଇଁ ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଆଜି ବି ପକ୍କା ରାସ୍ତା ଖଣ୍ଡେ ଅଭାବରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରୁନାହିଁ। କେଉଁଠି ଡାକ୍ତରଖାନା ଯିବାକୁ ରୋଗୀଟିକୁ ଅଧାରାସ୍ତା ଖଟିଆ ହେଉ କି ବାଉଁଶ ଭାରରେ ବୁହା ହେଉଛି। ସରକାରଙ୍କ ବିକାଶର ନଗ୍ନଚିତ୍ର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ପଞ୍ଚାୟତ ଜଙ୍ଗଲ ଘେରି ଶବରପଡ଼ା ଗ୍ରାମରୁ ସାମ୍ନାକୁ ଆସିଛି। ଗ୍ରାମର ମଙ୍ଗଳା ଭକ୍ତା (୪୦) ଝାଡ଼ାବାନ୍ତିରେ ଗୁରୁତର ହୋଇପଡ଼ିବାରୁ ଡାକ୍ତରଖାନା ନେବା ପାଇଁ ଦୀର୍ଘ ୧ କି.ମି ବାଉଁଶ ଭାରରେ ବୋହିବାକୁ ପଡ଼ିଛି।

ଶବରପଡ଼ା ଗ୍ରାମର ମଙ୍ଗଳା ଗୁରୁବାର ଝାଡ଼ାବାନ୍ତି ହୋଇ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁ କୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ରହିଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ପରିବାର ଲୋକେ ଏବଂ ଗ୍ରାମବାସୀ ଗୁରୁତର ଅବସ୍ଥାରେ ମଙ୍ଗଳଙ୍କୁ ଏକ ଭାରରେ ୧ କି.ମି. ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରାସ୍ତା ଖଣ୍ଡିଏ ନ ଥିବାରୁ ଉପାନ୍ତ ଅଞ୍ଚଳ ଶବରପଡ଼ା ଲୋକେ ଏଭଳି ସମସ୍ୟାର ଶିକାର ହେଉଥିବା ବେଳେ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ଫଳ ମିଳୁନାହିଁ। ଗାଁକୁ ଭଲ ରାସ୍ତା ଖଣ୍ଡିଏ ନ ଥିବାରୁ ଲୋକେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଦୀର୍ଘଦିନ ଧରି ସ୍ଥାନୀୟ ଲୋକେ ପ୍ରଶାସନ, ଜନପ୍ରତିନିଧିଙ୍କୁ ଅଭିଯୋଗ କରିଆସୁଛନ୍ତି। ଏପରିକି ବ୍ଲକ ମିଳିତ ଜନଶୁଣାଣିରେ ଲିଖିତ ଅଭିଯୋଗ ପତ୍ର ଗ୍ରାମବାସୀ ଦେଇଥିଲେ। ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଗ୍ରାମବାସୀ ଭେଟି ଦୁଃଖ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯାହା ବୁଦ୍ଧିଜୀବୀମାନେ ଆମ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ଏହା ହିଁ ହେଉଛି ଆମ ବିକାଶର ଅସଲ ଚିତ୍ର ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri