୧୧ ଟଙ୍କାରେ ମିଳିବ ଆମ୍ବୁଲାନ୍ସ ସେବା

ସମ୍ବଲପୁର,୨୧ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଭିନ୍ନ ଅନୁଷ୍ଠାନ, ସମାଜିକ କର୍ମୀଙ୍କ ପକ୍ଷରୁ ଲୋକଙ୍କୁ ସହାୟତା କରାଯାଉଛି। ଏହି ଧାରାରେ ସାମିଲ ହୋଇଛି ସମ୍ବଲପୁରର ‘ସାଥୀ’ ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟ ପକ୍ଷରୁ ମାତ୍ର ୧୧ ଟଙ୍କାରେ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଟ୍ରଷ୍ଟକୁ ଆମ୍ବୁଲାନ୍ସ ଦାନ କରିଥିବା ଶତ୍ରୁଘନ ଲାଲ ସାହା ଉଦ୍‌ଘାଟନ କରିବା ପରେ ମ୍ୟୁନିସିପାଲିଟି ଛକରେ ଏହା ଗଡିଥିଲା। ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା ଏହାର ପରିଚାଳନା କରିବେ। ଧନୀ ଗରିବ ସମସ୍ତ ଶ୍ରେଣୀର ରୋଗୀ ଏହାର ସୁବିଧା ନେଇପାରିବେ। ଆମ୍ବୁଲାନ୍ସ ଆବଶ୍ୟକ କରୁଥିବା ରୋଗୀ କିମ୍ବା ସମ୍ପର୍କୀୟ ମୋବାଇଲ ନଂ.୮୬୫୮୮୨୯୯୦୯ ଓ ୯୧୭୮୧୭୧୯୯୯ରେ ଯୋଗାଯୋଗ କରିପାରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଅରୁଣ ଡାଲମିଆ, ବବି ଆରୋରା, ଶ୍ୟାମ ସୁନ୍ଦର ଅଗ୍ରୱାଲ, ଡ. ବିଶ୍ୱ ରଞ୍ଜନ ପୂଜାରୀ, ଭଗତ ଶର୍ମା, ରାଜା ମିତ୍ର, ଜାଫର ଖାନ ପ୍ରମୁଖ ଉପସ୍ଥିତ ଥିଲେ।