ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ ଥିବା ପୁଅକୁ ବଞ୍ଚାଇବା ପାଇଁ ମା’ କାନ୍ଧରେ ବୋହି ପୋଲ ନିକଟକୁ ଆଣିଥିଲେ ମା’। ଆଉ କାନ୍ଧରେ ବୋହି ନପାରିବାରୁ ପରେ ଖଟିଆ ସାହାଯ୍ୟରେ ଆମ୍ବୁଲାନ୍ସ ନିକଟକୁ ନେଇଯାଇଥିଲେ। ତେବେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ଝାଲିଆପଡ଼ା ଗ୍ରାମର ଗୁଣିଆଭାଡ଼ି ସାହିରେ ଘଟିଛି।

ସୋମବାର ସକାଳେ ମା’ ମୀନା ମହାନ୍ତଙ୍କ ସହ ୧୩ ବର୍ଷୀୟ ପୁଅ ନରେଶ ମହାନ୍ତ ଶୌଚ ପାଇଁ ପୋଖରୀକୁ ଯାଇଥିଲେ। ଏହି ସମୟରେ ନରେଶ ପୋଖରୀରେ ବୁଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ।

ତେବେ ପ୍ରବଳ ବର୍ଷା ଯୋଗୁଁ ଗାଁ ନିକଟରେ ଥିବା ନାଳର ପୋଲ ଧୋଇଯାଇଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରି ନ ଥିଲା। ପୁଅକୁ ବଞ୍ଚାଇବା ଆଶାରେ ମା’ ନରେଶଙ୍କୁ ପ୍ରଥମେ କାନ୍ଧରେ ବୋହି ପୋଲ ନିକଟକୁ ଆଣିଥିଲେ। ପରେ ଆଉ କାନ୍ଧରେ ବୋହି ନ ପାରିବାରୁ ଏକ ଖଟିଆ ସାହାଯ୍ୟରେ ନରେଶଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ।

ଆମ୍ବୁଲାନ୍ସ ଯୋଗେ ନରେଶଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ନରେଶଙ୍କୁ ମୃତ ଘୋଷଣା କରିଥିଲେ। ପୋଲ ଧୋଇଯିବା ଯୋଗୁଁ ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ନପାରିବା ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ବଦଳିବ ବ୍ୟାଙ୍କିଂ -UPI ସିଷ୍ଟମ! କ’ଣ ଏହି ‘ୱାନ ନେଶନ, ୱାନ ଟାଇମ’ ନୀତି, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ,…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ! ତା’ପରେ…

ନୂଆଦିଲ୍ଲୀ,୧।୯: ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

୧ ସେପ୍ଟେମ୍ବରରୁ କେଉଁ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌, କାହା ଉପରେ ପଡିବ ସଙ୍କଟ: ଦେଖିନିଅନ୍ତୁ ୧୨ ରାଶିର…

ସେପ୍ଟେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍‌ ୧ ସେପ୍ଟେମ୍ବର ୨୦୨୬ ଅନେକ ରାଶିଙ୍କ ପାଇଁ ନୂଆ ଆଶା, ସଫଳତା ଓ ଖୁସି ନେଇ ଆସିପାରେ। ଗ୍ରହ-ନକ୍ଷତ୍ରଙ୍କ ଚଳନର…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri