ସୂର୍ଯ୍ୟମନ୍ଦିର ବୁଲିଲେ ୭ ଦେଶର ରାଷ୍ଟ୍ରଦୂତ

କୋଣାର୍କ,୨୮।୧୦(ଡି.ଏନ୍‌.ଏ.):ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟମନ୍ଦିର, ଆନ୍ତର୍ଜାତିକ ବ୍ୟାଖ୍ୟାନ କେନ୍ଦ୍ରକୁ ଗୁରୁବାର ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନର ସଦସ୍ୟ ମଣ୍ତଳୀ ବୁଲି ଦେଖିଛନ୍ତି। ଏହି ଓଡ଼ିଶା ଭ୍ରମଣରେ ସାମିଲ ହୋଇଥିଲେ ଭିଏତନାମ, ମ୍ୟାନମାର, ଥାଇଲାଣ୍ତ, ଲାଓପିଡିଆର, ମାଲେସିଆ, ଇଣ୍ତୋନେସିଆ, ବୋର୍ନିଓର ରାଷ୍ଟ୍ରଦୂତ ସମୂହ। ସଦସ୍ୟ ମଣ୍ଡଳୀ ପ୍ରଥମେ କୋଣାର୍କରେ ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ସମର୍ଥ ବର୍ମା ରାଷ୍ଟ୍ରଦୂତମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପ୍ରାୟ ୩ ଘଣ୍ଟାର ଭ୍ରମଣ ସମୟରେ ବ୍ୟାଖ୍ୟାନ କେନ୍ଦ୍ରରେ ଓଡ଼ିଶାର ଐତିହ୍ୟ, ବୋଇତ ବନ୍ଦାଣ, ଭଗ୍ନ କୋଣାର୍କର ପୂର୍ବ ସ୍ଥିତିର ପ୍ରତିକାତ୍ମକ ପ୍ରସ୍ତର ଖୋଦେଇ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ସହ କୋଣାର୍କର ଇତିହାସ ସମ୍ବନ୍ଧୀୟ ସ୍ଥିରଚିତ୍ର ଦେଖି ବିମୋହିତ ହୋଇଥିଲେ। ଏହାପରେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ପ୍ରତ୍ନତାତ୍ତ୍ୱିକ ତଥ୍ୟ, ସୂର୍ଯ୍ୟ ଘଡି, ପୌରାଣିକ କାହାଣୀ, ଶାମ୍ବ ଓ ଧର୍ମପଦଙ୍କ କାହାଣୀ ଆଦି ଗାଇଡ୍‌ଙ୍କଠାରୁ ବୁଝିଥିଲେ। ଏଭଳି କାରୁକାର୍ଯ୍ୟ ଦେଖି ବିଶ୍ବରେ ବିରଳ ଓ ଅଦ୍ବିତୀୟ ବୋଲି ରାଷ୍ଟ୍ରଦୂତମାନେ କହିଥିଲେ। କୋଣାର୍କରୁ ଏକ ଭଲ ଅନୁଭୂତି ନେଇଯିବା ଓଡ଼ିଶାର ପର୍ଯ୍ୟଟନ ବିକାଶରେ ସହାୟକ ହେବ। ସୂର୍ଯ୍ୟମନ୍ଦିର ଦର୍ଶନ କରିବା ସହ ନିପୁଣ କାରୁକାର୍ଯ୍ୟ ଦେଖି ଖୁସିବ୍ୟକ୍ତ କରିଥିଲେ ଟିମ୍‌ ସଦସ୍ୟଗଣ। ଏହି ଗସ୍ତ ସମୟରେ ପୁରୀ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ମହାପାତ୍ର, ଗୋପ ତହସିଲଦାର ଏସ୍‌.କେ.ସାଗିର, ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ଏଏସ୍‌ଆଇର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri