୧୦୦ ବିଲିୟନ କ୍ଲବରେ ଅମ୍ବାନୀ

ନୂଆଦିଲ୍ଲୀ,୧୦।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ ସଂସ୍ଥାପକ ଜେଫ୍‌ ବେଜୋସଙ୍କ ଭଳି ୧୦୦ ବିଲିୟନ ଡଲାର ୱେଲ୍‌ଥ କ୍ଲବରେ ସାମିଲ ହୋଇଛନ୍ତି। ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ସୂଚୀ ଅନୁସାରେ ଅମ୍ବାନୀଙ୍କୁ ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ଭାବେ ବିବେଚନା କରାଯାଇଛି। ବ୍ଲୁମ୍‌ବର୍ଗ ସୂଚୀ ଅନୁସାରେ ଚଳିତ ବର୍ଷ ମୁକେଶଙ୍କ ସମ୍ପତ୍ତି ୨୩.୮ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୦୦.୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ତାଲିକା ଅନୁସାରେ ବିଶ୍ବର ୧ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୨୨୨ ବିଲିୟନ ଡଲାରକୁ ବୃଦ୍ଧି ପାଇଥିବା ବେଳେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବୋଜେସଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୯୦ ବିଲିୟନ ଡଲାର ସହ ୨ୟ ସ୍ଥାନରେ ରହିଛନ୍ତି। ସେହିଭଳି ବର୍ନାର୍ଡ ଆର୍ନଲ୍ଟ ଓ ବିଲ୍‌ ଗେଟ୍ସଙ୍କ ସମ୍ପତ୍ତି ପରିମାଣ ଯଥାକ୍ରମେ ୧୫୫.୬ ଓ ୧୨୭ ବିଲିୟନ ଡଲାର ରହିଛି।
ବଜାର କାରବାରର ଶେଷ ଦିନ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ୯୮.୭୦ ପଏଣ୍ଟ ଅର୍ଥାତ୍‌ ୩.୮୪% ଅଭିବୃଦ୍ଧି ସହ ୨୬୭୦.୮୫ ପଏଣ୍ଟରେ ବନ୍ଦ ହୋଇଥିଲା। ଫଳରେ କମ୍ପାନୀର ମାର୍କେଟ କ୍ୟାପ୍‌ ୧୬,୯୩,୧୭୦.୧୭ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ରେ କମ୍ପାନୀର ଶେୟାର ୯୬.୮୦ ଅର୍ଥାତ୍‌ ୩.୭୬% ଅଭିବୃଦ୍ଧି ସହ ପ୍ରତି ଶେୟାର ପିଛା ଦର ୨,୬୬୯.୨୦ ପଇସାରେ ବନ୍ଦ ହୋଇଛି। ଏଥିରୁ ଆଗାମୀ ସପ୍ତାହ ସୁଦ୍ଧା ରିଲାଏନ୍ସର ମାର୍କେଟ କ୍ୟାପିଟାଲ ୧୭ ଲକ୍ଷ କୋଟି ସ୍ତରକୁ ଛୁଇଁବା ଆକଳନ କରାଯାଉଛି।
ଫୋର୍ବସ ମଧ୍ୟ ଭାରତର ଧନୀ ବ୍ୟକ୍ତଙ୍କ ତାଲିକା ଜାରି କରିଥିଲା। ୨୦୨୧ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ୧୪ ବର୍ଷ ହେବ ଦେଶର ଶୀର୍ଷ ଧନୀବ୍ୟକ୍ତି ଭାବେ ଗଣାଯାଉଥିବା ଫୋର୍ବସ ତା’ର ସୂଚୀରେ ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri