୧୦୦ ବିଲିୟନ କ୍ଲବରେ ଅମ୍ବାନୀ

ନୂଆଦିଲ୍ଲୀ,୧୦।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ ସଂସ୍ଥାପକ ଜେଫ୍‌ ବେଜୋସଙ୍କ ଭଳି ୧୦୦ ବିଲିୟନ ଡଲାର ୱେଲ୍‌ଥ କ୍ଲବରେ ସାମିଲ ହୋଇଛନ୍ତି। ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ସୂଚୀ ଅନୁସାରେ ଅମ୍ବାନୀଙ୍କୁ ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ଭାବେ ବିବେଚନା କରାଯାଇଛି। ବ୍ଲୁମ୍‌ବର୍ଗ ସୂଚୀ ଅନୁସାରେ ଚଳିତ ବର୍ଷ ମୁକେଶଙ୍କ ସମ୍ପତ୍ତି ୨୩.୮ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୦୦.୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ତାଲିକା ଅନୁସାରେ ବିଶ୍ବର ୧ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୨୨୨ ବିଲିୟନ ଡଲାରକୁ ବୃଦ୍ଧି ପାଇଥିବା ବେଳେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବୋଜେସଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୯୦ ବିଲିୟନ ଡଲାର ସହ ୨ୟ ସ୍ଥାନରେ ରହିଛନ୍ତି। ସେହିଭଳି ବର୍ନାର୍ଡ ଆର୍ନଲ୍ଟ ଓ ବିଲ୍‌ ଗେଟ୍ସଙ୍କ ସମ୍ପତ୍ତି ପରିମାଣ ଯଥାକ୍ରମେ ୧୫୫.୬ ଓ ୧୨୭ ବିଲିୟନ ଡଲାର ରହିଛି।
ବଜାର କାରବାରର ଶେଷ ଦିନ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ୯୮.୭୦ ପଏଣ୍ଟ ଅର୍ଥାତ୍‌ ୩.୮୪% ଅଭିବୃଦ୍ଧି ସହ ୨୬୭୦.୮୫ ପଏଣ୍ଟରେ ବନ୍ଦ ହୋଇଥିଲା। ଫଳରେ କମ୍ପାନୀର ମାର୍କେଟ କ୍ୟାପ୍‌ ୧୬,୯୩,୧୭୦.୧୭ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ରେ କମ୍ପାନୀର ଶେୟାର ୯୬.୮୦ ଅର୍ଥାତ୍‌ ୩.୭୬% ଅଭିବୃଦ୍ଧି ସହ ପ୍ରତି ଶେୟାର ପିଛା ଦର ୨,୬୬୯.୨୦ ପଇସାରେ ବନ୍ଦ ହୋଇଛି। ଏଥିରୁ ଆଗାମୀ ସପ୍ତାହ ସୁଦ୍ଧା ରିଲାଏନ୍ସର ମାର୍କେଟ କ୍ୟାପିଟାଲ ୧୭ ଲକ୍ଷ କୋଟି ସ୍ତରକୁ ଛୁଇଁବା ଆକଳନ କରାଯାଉଛି।
ଫୋର୍ବସ ମଧ୍ୟ ଭାରତର ଧନୀ ବ୍ୟକ୍ତଙ୍କ ତାଲିକା ଜାରି କରିଥିଲା। ୨୦୨୧ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ୧୪ ବର୍ଷ ହେବ ଦେଶର ଶୀର୍ଷ ଧନୀବ୍ୟକ୍ତି ଭାବେ ଗଣାଯାଉଥିବା ଫୋର୍ବସ ତା’ର ସୂଚୀରେ ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ୨୬ ହଜାର କୋଟି

ଭୁବନେଶ୍ୱର ,୧୪।୮: କୁକୁଡ଼ା ମାଂସ ଖାଇବା ଦ୍ୱାରା କୋଭିଡ୍‌ ବ୍ୟାପୁଥିବା ନେଇ ଏକ ଭୁଲ୍‌ ସୂଚନା ପ୍ରସାରଣ ହେବା ଯୋଗୁ ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ସହିବାକୁ...

ବୀମା କମ୍ପାନୀଙ୍କ ମନମାନି

ନୂଆଦିଲ୍ଲୀ, ୨୨।୭:  କୋଭିଡ୍‌ ମହାମାରୀ ଦ୍ୱିତୀୟ ଲହର ସମୟରେ ବୀମା କମ୍ପାନୀଗୁଡିକର ମନମାନି ଦେଖିବାକୁ ମିଳିଛି। ବୀମା ନେଇଥିବା ବ୍ୟକ୍ତିଙ୍କୁ ସୁବିଧା ଦେବା ପରିବର୍ତ୍ତେ କମ୍ପାନୀଗୁଡିକ ସମସ୍ୟାରେ...

ଏବେ ପେଟ୍ରୋଲ,ଡିଜେଲରେ ଜିଏସ୍‌ଟି ସମ୍ଭବ ନୁହେଁ

ମୁମ୍ବାଇ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି) ପରିସରକୁ ଆଣିବା ସମ୍ଭବ ନୁହେଁ। ଏଥିପାଇଁ ୧୦ ବର୍ଷ ସମୟ ଲାଗିଯିବ...

ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୩-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ...

ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଢୁଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଧ୍ୟାନ ଦେଉଥିବା କହୁଛନ୍ତି। ପୂର୍ବରୁ ଗ୍ରହଣ କରାଯାଇଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ସଫଳ...

ରିଲାଏନ୍ସ -ସାଉଦି ଆରାମ୍‌କୋ ଡିଲ୍‌ ଅଟକିଲା

ନୂଆଦିଲ୍ଲୀ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏହାର ଅଏଲ୍‌ ଟୁ କେମିକାଲ (ଓଟୁସି) କାରବାରର ୨୦% ଅଂଶଧନ ସାଉଦି ଆରାମ୍‌କୋ ନାମକ କମ୍ପାନୀକୁ ବିକ୍ରି କରିବାକୁ ଯୋଜନା...

ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସେପ୍ଟେମ୍ବର ୩ରେ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ଋଣ ପୁନର୍ଗଠନ ଯୋଜନା ଉପରେ ସମୀକ୍ଷା...

ଏସ୍‌ବିଆଇର ଋଣ ପୁନର୍ଗଠନ ପୋର୍ଟାଲ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଋଣ ପୁନର୍ଗଠନ ଲାଗି ଏକ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକ ସେମାନଙ୍କ ଋଣ ପୁନର୍ଗଠନ...

Advertisement


Archives

Model This Week