୪୦ ବର୍ଷ ପରେ ନ ଥିବ ଆମାଜନ

ବ୍ରାଜିଲିଆ, ୧୨ା୧: ବିଶ୍ୱର ସବୁଠାରୁ ବଡ଼ ଟ୍ରପିକାଲ ଜଙ୍ଗଲ ଆମାଜନ ଏବେ ବିପଦରେ। ବଦଳୁଥିବା ପାଣିପାଗ, ବ୍ୟାପକ ଗଛ କଟା ଯୋଗୁ ଏହି ଜଙ୍ଗଲର ଅସ୍ତିତ୍ୱ ଉପରେ ସଙ୍କଟ ଘନେଇଛି। ଏପରିକି ଆଗାମୀ ୪୦ ବର୍ଷ ପରେ ଆମାଜନ୍‌ ନିଜର ସତ୍ତା ହରାଇପାରେ ବୋଲି ଆଶଙ୍କା କରିଛନ୍ତି ବୈଜ୍ଞାନିକ। ଏଭଳି ହେଲେ ପୁରା ମାନବ ଜାତି ସଙ୍କଟରେ ପଡ଼ିବ ବୋଲି ନିକଟରେ ଦି ପିର ଏନଭାଇରନମେଣ୍ଟାଲ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବୈଜ୍ଞାନିକ ରବର୍ଟ ଓ୍ବାକର ଚେତାବନୀ ଦେଇଛନ୍ତି।
ବ୍ରାଜିଲ, କଲମ୍ବିଆ, ପେରୁ ଏବଂ ଅନ୍ୟ ଦକ୍ଷିଣ ଆମେରିକୀୟ ଦେଶକୁ ବ୍ୟାପିଥିବା ଆମାଜନ ସାରା ବିଶ୍ୱକୁ ୨୦ ପ୍ରତିଶତରୁ ଅଧିକ ଅମ୍ଳଜାନ ଯୋଗାଇଥାଏ। ଅଙ୍ଗାରକାମ୍ଳ ମାତ୍ରା କମାଇବା, ବାୟୁ ପ୍ରଦୁଷଣ ନିୟନ୍ତ୍ରଣ ସହ ଠିକ୍‌ ସମୟରେ ବର୍ଷା ତଥା ଜଳବାୟୁକୁ ଜୀବଜଗତ ପାଇଁ ଅନୁକୂଳ ରଖିବାରେ ଏହି ଜଙ୍ଗଲର ଅବଦାନ ଅନେକ। କିନ୍ତୁ କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ, ଜଳବାୟୁ ପରିବର୍ତ୍ତନ ଯୋଗୁ ମରୁଡ଼ି ପରିସ୍ଥିତି ଏବେ ନୂଆ ଜଙ୍ଗଲ ସୃଷ୍ଟିରେ ବାଧା ହୋଇ ଛିଡ଼ାହୋଇଛି। ଏହା ଲାଗି ରହିଲେ ୨୦୬୪ ସୁଦ୍ଧା ଆମାଜନ ନିଜ ଅସ୍ତିତ୍ୱ ହରାଇବ ବୋଲି ରବର୍ଟ ଓ୍ବାକର କହିଛନ୍ତି। ଆମାଜନ ଜିଓ-ରେଫରେନ୍ସଡ୍‌ ସୋସିଓ ଏନଭାଇରନମେଣ୍ଟାଲ ନେଟୱର୍କ ସୂଚନା ମୁତାବକ, ଗତ ୧୮ ବର୍ଷରେ ଜଙ୍ଗଲର ୮ ପ୍ରତିଶତ ଅଞ୍ଚଳରୁ ଗଛ କଟାସରିଛି, ଯାହାର ଆକାର ସ୍ପେନ ଭଳି ଦେଶଠାରୁ ଅଧକ ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହା ଗଭୀର ଚିନ୍ତାର କାରଣ। ଏବେଠାରୁ ସଚେତନ ନ ହେଲେ ଆଗାମୀ ଦିନ ସମ୍ପୂର୍ଣ୍ଣ ଜୀବଜଗତର ଅସ୍ତିତ୍ୱ ସଙ୍କଟରେ ପଡ଼ିପାରେ ବୋଲି ଓ୍ବାକର ଚେତାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri