ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍‌ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ….

ସିଡ୍ସ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ, ଆଣ୍ଟି ଅକ୍ସିଡାଣ୍ଟ, ସ୍ବାସ୍ଥ୍ୟକର ଫ୍ୟାଟ୍ସ ଏବଂ ପ୍ରୋଟିନ ରହିଥାଏ। ଏସବୁ ପୋଷକ ତତ୍ତ୍ୱ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ସିଡ୍ସ ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଇଥାଏ। ସମସ୍ତ ସିଡ୍ସ ମଧ୍ୟରୁ ଗୋଟିଏ ହେଲା ଚିଆ ସିଡ୍ସ। ଏହାକୁ ଖାଇବା ଦ୍ୱାରା ଅଗଣିତ ଲାଭ ମିଳିଥାଏ।
ଚିଆ ସିଡ୍ସର ସେବନ ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ ବୋଲି କୁହାଯାଏ। ହେଲେ  ଏହାକୁ କେଉଁଭଳି ଭାବେ ସେବନ କରିବା ଦ୍ୱାରା ଲାଭ ମିଳିଥାଏ ତାହା ଅନେକଙ୍କୁ ଅଜଣା। ଏଣୁ ଏହାର ଖାଇବା ପଦ୍ଧତି ଉପରେ ଧ୍ୟାନ ଦେବା ଉଚିତ। କାରଣ କିଛି ଖାଦ୍ୟ ସହ ଚିଆ ସିଡ୍ସର ସେବନ କରିବା ଦ୍ୱାରା ଏହା ଶରୀର ପାଇଁ ବିଷ ସଦୃଶ କାର୍ଯ୍ୟ କରିଥାଏ।
ଯଦି ଆପଣ ଚିଆ ସିଡ୍ସ ଖାଉଥାନ୍ତି ତେବେ ଏଥିସହ ଫାଇଟିକ୍‌ ଏସିଡ୍‌ ଭରପୂର ଖାଦ୍ୟ ଖାଆନ୍ତୁ ନାହିଁ। ଏସବୁ ଖାଦ୍ୟ ମଧ୍ୟରେ ବିନ୍ସ, ମସୁର ଡ଼ାଲି, ଡ୍ରାଏ ଫ୍ରୁଟ୍ସ ଆଦି ସାମିଲ ରହିଛି। ଏଣୁ ଏସବୁକୁ ଭିନ୍ନ ଭିନ୍ନ ସମୟରେ ସେବନ କରନ୍ତୁ। ଏକାଠି ଖାଇବା ଦ୍ୱାରା ଏହା ଲାଭ କରିବା ବଦଳରେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।
ଚିଆ ସିଡ୍ସରେ ଭରପୂର ଫାଇବର ଥାଏ। ପ୍ରାୟ ୨୮ ଗ୍ରାମ ସିଡ୍ସରେ ୧୦ ଗ୍ରାମ ପାଖାପାଖି ଡାଇଟାରୀ ଫାଇବର ଥାଏ। ଏଣୁ ଏଥିରେ ଓଟ୍ସ, ସେଉ, ନାସପାତି ଭଳି ଖାଦ୍ୟ ଖିଆଯାଏ ତେବେ ପାଚନତନ୍ତ୍ର ଉପରେ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଗ୍ୟାସ, ବ୍ଲେିଟିଂ, ପେଟ ବ୍ୟଥା ଭଳି ସମସ୍ୟା ଉପୁଜିଥାଏ।
ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ପଦାର୍ଥର ସେବନ ଚିଆ ସିଡ୍ସ ସହ ଭୁଲ୍‌ରେ ବି କରନ୍ତୁ ନାହିଁ। ଯାହାକୁ ଦୁଗ୍ଧ, ଦହି କିମ୍ବା ଅନ୍ୟ ଦୁଗ୍ଧଜାତୀୟ ଦ୍ରବ୍ୟଠାରୁ ଆଲର୍ଜି ରହିଛି ଯଦି ସେମାନେ ଏହା ସହ ଚିଆ ସିଡ୍ସ ଖାଆନ୍ତି ତେବେ ପାଚନ  ତନ୍ତ୍ର ସହ ଜଡ଼ିତ ସମସ୍ୟା ବୃଦ୍ଧି ପାଇବ।
ପ୍ୟାକେଟରେ ମିଳୁଥିବା ଫ୍ରୁଟ୍‌ ଜୁସ୍‌ ସହ ସେବନ କରନ୍ତୁ ନାହିଁ। କାରଣ ସେସବୁରେ ଅତ୍ୟଧିକ ଚିନି ସହ ପ୍ରିଜର୍‌ଭେଟିଭ୍‌ ଥାଏ। ଏହି ଚିନି ରକ୍ତରେ ସର୍କରାକୁ ବୃଦ୍ଧି କରିପାରେ। ଚିଆ ସିଡ୍ସରୁ ମିଳୁଥିବା ଲାଭକୁ କମ୍‌ କରିପାରେ। ଏଣୁ ତାଜା ଫଳରସ ନଚେତ ସାଧା ପାଣି ସହ  ସେବନ କରିବା ଉଚିତ।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri