୨୦ବର୍ଷ ପରେ ଘରକୁ ଫେରିଲେ ଅମରଜିତ

ବାରିପଦା ଅଫିସ,୩ା୨: ଆର୍ଥତ୍କ ଅନଟନ ମଧ୍ୟରେ ପେଟକୁ ଦୁଇଓଳି ଖାଇବାକୁ ନ ପାଇ ୧୭ବର୍ଷ ବୟସରେ ଦାଦନ ଖଟିବାକୁ ଘର ଛାଡ଼ି ଦେଇଥିଲେ। ୨୦ବର୍ଷ ପରେ ନିଜେ ସ୍ବାବଲମ୍ବୀ ହୋଇ ବୁଧବାର ଘରକୁ ଫେରିଛନ୍ତି ଜଣେ ଯୁବକ। ସେ ହେଲେ ବାରିପଦା ଟାଉନ ଥାନା ଅଧୀନ ବାଘଡାରୋଡ୍‌ ଅଞ୍ଚଳର ସୀତରାମ ଚୌହାନଙ୍କ ପୁଅ ଅମରଜିତ। ଦୀର୍ଘ ବର୍ଷ ପରେ ସେ ଘରକୁ ଫେରିଥିବାରୁ ପରିବାରରେ ଖୁସିର ଲହରୀ ଦେଖିବାକୁ ମିଳିଛି। ତାଙ୍କୁ ଦେଖିବା ପାଇଁ ସାଙ୍ଗସାଥି ଓ ଆତ୍ମୀୟସ୍ବଜନଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
୨୦୦୨ରେ ଅମରଜିତ ଏମ୍‌ପିସି କଲେଜରେ ପାଠ ପଢୁଥିବା ବେଳେ ଦାରିଦ୍ର୍ୟ କଷାଘାତ ଯୋଗୁ ଘର ଛାଡ଼ି ପଳାଇଥିଲେ। ମା’, ବାପା ଓ ବଡ଼ଭାଇ ମିଶି ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଅମରଜିତ୍‌ କୁହନ୍ତି, କାମ ଅନ୍ବେଷଣରେ ସେ ପ୍ରଥମେ ମହାରାଷ୍ଟ୍ର ପଳାଇ ଯାଇଥିଲେ। ଅଚିହ୍ନା ଅପରିଚିତ ସ୍ଥାନରେ ତାଙ୍କୁ କାମ ମିଳି ନ ଥିଲା। ଏକ ସାଇକେଲ ଦୋକାନ ବନ୍ଦ ହେବା ପରେ ନିଜ ବ୍ୟାଗକୁ ଧରି ସେଠାରେ ଶୋଉଥିଲେ। ବଡ଼ିଭୋରରୁ ଉଠି କାମ ଅନ୍ବେଷଣରେ ବାହାରି ପଡୁଥିଲେ। କାମ ମିଳୁ ନ ଥିବାରୁ ଅନେକ ଦିନ ଭୋକ ଉପାସରେ ଦିନ କଟୁଥିବା ବେଳେ ପାଣିପିଇ ଜୀବନ ବଞ୍ଚାଇବା ପରି କଷ୍ଟ ଭୋଗୁଥିଲେ। ତେବେ ଜନୈକ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର ଯୋଗାଡ଼ କରି ସିକ୍ୟୁରିଟି ଚାକିରି କରିଥିଲେ। କିଛି ଦିନ ରହିବା ପରେ ସିରତା ଡ୍ୟାମ ନିର୍ମାଣକାରୀ ସଂସ୍ଥାର ଜଗୁଆଳି କାର୍ଯ୍ୟ ପାଇଥିଲେ। ପରେ ସେଠାରୁ ମୁମ୍ବାଇ ପଳାଇଆସି ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରଖିଲେ। ସେଠାରେ ନିଜର ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ ବ୍ୟବସାୟ ଆରମ୍ଭ କରି ଆଜିର ଦିନରେ ୨ଚକିଆ ଓ ୪ଚକିଆ ଯାନ ଭଡ଼ା ଦେଉଛନ୍ତି ା ନିଜ ଗୋଡ଼ରେ ଛିଡ଼ା ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ପରେ ଘରକୁ ଫେରିବା ପାଇଁ ମନବଳାଇଲେ। ସୋସିଆଲ ମିଡିଆରେ ସାଙ୍ଗସାଥିଙ୍କ ସହ ଯୋଡ଼ି ହୋଇ ଘରକୁ ଫେରିବା ପାଇଁ ମନସ୍ଥ କରିଥିଲେ। ସୁଦୂର ମୁମ୍ବାଇରୁ ନିଜର ସୌଖିନ ବାଇକ୍‌ ଚଳାଇ ବାରିପଦାରେ ପହଞ୍ଚିଛନ୍ତି। ଇତି ମଧ୍ୟରେ ସେ ତାଙ୍କ ବାପା ଓ ବଡ଼ ଭାଇ ପ୍ରଦୀପଙ୍କୁ ହରାଇଛନ୍ତି। ଘରକୁ ଫେରିବା ପରେ ମା’ ସୁଲୋଚନା ତାଙ୍କୁ ପାଖରେ ବସାଇ ଖୁଆଇଦେବା ବେଳେ ସେ ଭାବବିହ୍ବଳ ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri